ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେମିତି ତିଆରି ହୋଇଥିଲା ରାମଲଲାଙ୍କ ଦିବ୍ୟ ଆଖି ? ଅରୁଣ ଯୋଗୀରାଜ ଦେଖାଇଲେ ସେହି ସୁନାର ନିହାଣ ଓ ରୁପାର ହାତୁଡ଼ିର ଫଟୋ

ନୂଆଦିଲ୍ଲୀ : ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଚାରିଆଡ଼େ ଏହାକୁ ନେଇ ଚର୍ଚ୍ଚା । ରାମଲଲାଙ୍କ ମୂର୍ତ୍ତିର ଖୁବ୍‌ ପ୍ରଶଂସା କରାଯାଉଛି। ବିଶେଷକରି ରାମଲଲାଙ୍କ ମୂର୍ତ୍ତିର ଆଖି ଲୋକଙ୍କ ମନକୁ ମୋହିତ କରିଛି। ତାଙ୍କର ସେହି ପଥର ଆଖି ଯେମିତି କଥା କହୁଛି । ରାମଲଲାଙ୍କ ମୂର୍ତ୍ତି ତିଆରି କରିଥିବା ମୂର୍ତ୍ତିଶିଳ୍ପୀ ଅରୁଣ ଯୋଗୀରାଜ ସେହି ରୁପାର ହାତୁଡ଼ି ଓ ସୁନାର ନିହଣର ଫଟୋ ସେୟାର କରିଛନ୍ତି , ଯାହା ମାଧ୍ୟମରେ ସେ ରାମଲଲାଙ୍କ ମୂର୍ତ୍ତିର ଆଖିକୁ ଖୁବ୍‌ ଆକର୍ଷଣୀୟ କରିଛନ୍ତି। 

ଯୋଗୀରାଜ ଫଟୋ ପୋଷ୍ଟ କରି ଲେଖିଛନ୍ତି –ଏହି ରୁପାର ହାତୁଡ଼ି ଓ ସୁନାର ନିହାଣର ଫଟୋ ସେୟାର କରିବା ବିଷୟରେ ଭାବୁଥିଲି , ଯାହାର ବ୍ୟବହାର କରି ମୁଁ ଅଯୋଧ୍ୟାର ରାମଲଲାଙ୍କ ଦିବ୍ୟ ଆଖି ତିଆରି କରିଥିଲି। ଯୋଗୀରାଜଙ୍କ ଦ୍ୱାରା ସେୟାର କରାଯାଇ ଥିବା ଫଟୋରେ ଜଣେ ବ୍ୟକ୍ତିଙ୍କ ହାତରେ ଏକ ରୁପାର ହାତୁଡ଼ି ରଖାଯାଇ ଥିବାର ଦେଖାଯାଉଛି ଏବଂ ଏହାର ପାଖରେ ଏକ ପତଳା ସୁନାର ନିହାଣ ମଧ୍ୟ ନଜର ଆସୁଛି।  


ଅରୁଣ ଯୋଗୀରାଜଙ୍କ ଦ୍ୱାରା ଏହି ପୋଷ୍ଟ ଖବର ଲେଖା ଯିବାର ପାଖାପାଖି ୪ଘଣ୍ଟା ପୂର୍ବରୁ ସେୟାର କରାଯାଇଛି। ସେବେ ଠାରୁ ଏହି ପୋଷ୍ଟରେ ୪୦,୦୦୦ରୁ ଅଧିକ ଲାଇକ୍ସ ମିଳି ସାରିଛି। ଅରୁଣ ଯୋଗୀରାଜଙ୍କ ଏହି ପୋଷ୍ଟରେ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ସାମନାକୁ ଆସୁଛି।ଜଣେ ଇନଷ୍ଟାଗ୍ରାମ୍‌ ୟୁଜର ଲେଖିଛନ୍ତି , ପ୍ରତିଭାର ପ୍ରତୀକ ! ୱାହା ଅଦ୍ଭୁତ। ସେୟାର କରିବା ପାଇଁ ଧନ୍ୟବାଦ ସାର୍‌ , ଅନ୍ୟ ଜଣେ ୟୁଜର କହିଛନ୍ତି , ଏହା ଅବିଶ୍ୱସନୀୟ। ଅନେକ ଲୋକ କମେଣ୍ଟ କରି ହାତ ଯୋଡ଼ିବାର ଇମୋଜିକୁ କମେଣ୍ଟ ବକ୍ସରେ ପୋଷ୍ଟ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.