ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଦିଲ୍ଲୀରେ ଅପରେସନ୍ ଲୋଟସ୍ ପାଇଁ ବିଜେପିର ଷଡ଼ଯନ୍ତ୍ର, AAP ବିଧାୟକଙ୍କୁ ୨୫ କୋଟିର ଅଫର୍’: କେଜ୍ରିୱାଲଙ୍କ ବଡ଼ ଦାବି

ନୂଆଦିଲ୍ଲୀ, ୨୭/୦୧: ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି ବିଜେପିକୁ ଟାର୍ଗେଟ୍ କରିଛି । କହିଛି, ବିଜେପି ତାର ୭ ଜଣ ବିଧାୟକଙ୍କ ସହ ସମ୍ପର୍କ କରିଛି । ଗୁଜବ କରି କହିଛି ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇ ପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ।

ତେବେ ଆପ୍ ବିଜେପି ବିରୋଧରେ ଦିଲ୍ଲୀରେ ଅପରେସନ୍ ଲୋଟସ୍ ଅଭିଯୋଗ ନୂଆ ନୁହେଁ । ଏହା ପୂର୍ବରୁ ବିଜେପି ବିରୋଧରେ ୨୦୨୨ ଅଗଷ୍ଟରେ ସମାନ ଅଭିଯୋଗ ଆଣିଥିଲା କେଜ୍ରିୱାଲଙ୍କ ଆପ୍ । ତେବେ ଶନିବାର ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ବିଜେପିକୁ ସୋସିଆଲ୍ ମିଡିଆରେ ସମାଲୋଚନା କରି ପୋଷ୍ଟ କରିଛନ୍ତି ।




କେଜ୍ରିୱାଲ୍ ଲେଖିଛନ୍ତି, ଦିଲ୍ଲୀରେ ବିଜେପି, ଆପ୍ ବିଧାୟକଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ବିଗତ ଦିନରେ ବିଜେପି ଆପର ୭ ବିଧାୟକଙ୍କୁ ଯୋଗାଯୋଗ କରି କହିଥିଲା କିଛିଦିନ ଭିତରେ ଗିରଫ ହେବେ କେଜ୍ରିୱାଲ୍ । ଏହା ପରେ ବିଧାୟକଙ୍କୁ ଅଲଗା କରି ଦିଆଯିବ । ୨୧ ଜଣ ବିଧାୟକଙ୍କ ସହ ଆଲୋଚନା ସରିଛି । ଅନ୍ୟ ବିଧାୟକଙ୍କ ସହ ମଧ୍ୟ ଆଲୋଚନା ଚାଲିଛି ।

ଦିଲ୍ଲୀରେ ବିଜେପି ସରକାର ପାଇଁ ଆପ୍ ବିଧାୟକଙ୍କୁ ୨୫ କୋଟି ଲେଖାଏଁ ଦେବାକୁ ଅଫର୍ ଦେଇଥିଲା । ଏପରିକି ବିଜେପି ଟିକେଟରେ ନିର୍ବାଚନ ଲଢ଼ିବା ଲାଗି ଅଫର୍ ଦିଆ ଯାଇଥିବା ଅଭିଯୋଗ ଆଣିଛନ୍ତି କେଜ୍ରିୱାଲ୍ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମକୁ ମିଳିଥିବା ସୂଚନା ଅନୁସାରେ, ବିଜେପି ଆପର ୭ ବିଧାୟକଙ୍କୁ ସମ୍ପର୍କ କରିଛି । ସମସ୍ତ ବିଧାୟକ ବିଜେପିର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

କେଜ୍ରିୱାଲ୍ ଲେଖିଛନ୍ତି, ଏହାର ଅର୍ଥ ମୋତେ କୌଣସି ମଦ ଦୁର୍ନୀତି ମାମଲାରେ ଗିରଫ କରାଯିବ ନାହିଁ ବରଂ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର ରଚା ଯାଇଛି । ଗତବର୍ଷ ମଧ୍ୟ ଆମ ସରକାର ଭାଙ୍ଗିବାକୁ ବିଜେପି ଅନେକ ଥର ଷଡ଼ଯନ୍ତ୍ର କରିଥିବା ବେଳେ ପ୍ରୟାସ ବିଫଳ ହୋଇଥିଲା । ଭଗବାନ ଓ ଜନତା ସବୁବେଳେ ଆମ ସାଥିରେ ଅଛନ୍ତି । ଏଥର ବି ବିଜେପିର ପ୍ରୟାସ ବିଫଳ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.