ନୂଆଦିଲ୍ଲୀ,୨/୧୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି(ଆପ)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ଶନିବାର ବିଜେପି ଉପରେ ଖୁବ୍ ବର୍ଷିଛନ୍ତି । ସେ ଏହି ସମୟରେ ଅଭିନେତା ତଥା ବିଜେପି ସାଂସଦ ସନି ଦେଓ୍ବଲଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି । ସେ ସନି ଦେଓ୍ବଲଙ୍କ ଉପରେ ନିଜ ଲୋକସଭା କ୍ଷେତ୍ରକୁ ନ ଆସିବା ନେଇ ଅଭିଯୋଗ ଉଠାଇଛନ୍ତି ।
ପଞ୍ଜାବର ଗୁରଦାସପୁରରେ ସିଏମ୍ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି କି, ‘ଆପଣମାନେ ପୂର୍ବଥର ସନି ଦେଓ୍ବଲଙ୍କୁ ବାଛି ପଠାଇଥିଲେ । କେବେ ସେ ଏଠାକୁ ଆସିଛନ୍ତି ନାଁ ଆପଣମାନେ ତାଙ୍କର ମୁହଁ ଦେଖିଛନ୍ତି କି । କେବେ ବି ଆସିନାହାନ୍ତି । ଆମମାନଙ୍କୁ ଲାଗିଲା ବହୁତ ବଡ଼ ଅଭିନେତା । ତାଙ୍କୁ ଭୋଟ ଦେବା, କିଛି କରିବେ । ଏହି ବଡ଼ ବଡ଼ ଲୋକେ କିଛି କରିପାରିବେନି ’ ।
କେଜ୍ରିଓ୍ବାଲ ଗୁରଦାସପୁରରେ ୧୮୫୪କୋଟି ଟଙ୍କାର ବିକାଶ ଯୋଜନାର ଶୁଭାରମ୍ଭ କରି କହିଛନ୍ତି କି, ‘ସାଧାରଣ ଲୋକଙ୍କୁ ଭୋଟ ଦିଅନ୍ତୁ, ଆପଣମାନଙ୍କ ଲାଗି କାମ କରିବେ । କେବେ ଫୋନ କରିବେ ତ ଫୋନ ଉଠାଇବେ । କେବେ ଘରେ ଆବଶ୍ୟକ ହେବ ତ ଆସିବେ । ଅନ୍ୟ ଦଳର ଚକ୍କରରେ ପଡ଼ନ୍ତୁ ନାହିଁ । ପୂର୍ବ ଗତ ଦେଢ ବର୍ଷରେ ଯେଉଁ କାମ କରିଛନ୍ତି, ସେହି ଆଧାରରେ ଭୋଟ କରିବେ । ଯେଉଁଭଳି ଭାବେ ସନି ଦେଓ୍ବଲଙ୍କୁ ଭୋଟ ଦେଇ ଧୋଖା ଦେଇଛନ୍ତି, ଚଳିତ ଥର ଧୋଖାରେ ପଡ଼ନ୍ତୁ ନାହିଁ ।