ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ପଞ୍ଚମ ସମନ, ମଦ ନୀତି ଦୁର୍ନୀତି ମାମଲାରେ ହାଜର ହେବାକୁ ନୋଟିସ୍

Arvind Kejriwal gets 5th Enforcement Directorate summons in liquor policy case

ନୂଆଦିଲ୍ଲୀ, ୩୧/୦୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ସମନ ପଠାଇଛି । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ପଞ୍ଚମ ସମନ ଜାରି କରିଛି ଇଡି ।

ଏହା ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ୪ଥର ସମନ କରିଥିବା ବେଳେ ହାଜର ହୋଇ ନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୭ରୁ ଜାରି ସମନକୁ ପ୍ରତିଥର କେଜ୍ରିୱାଲ୍ ବେଆଇନ୍ ଏବଂ ରାଜନୈତିକ ପ୍ରଣୋଦିତ କହି ଆସୁଛନ୍ତି । ଏବେ ଜାରି ସମନରେ ଫେବ୍ରୁଆରୀ ୨ରେ ଇଡିରେ ହାଜର ହେବାକୁ କେଜ୍ରିୱାଲଙ୍କୁ କୁହା ଯାଇଛି ।

ଏହା ପୂର୍ବରୁ ଜାନୁଆରୀ ୧୮ରେ ହାଜର ଲାଗି କେଜ୍ରିୱାଲଙ୍କୁ ଚତୁର୍ଥ ସମନ ପଠାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେତେବେଳେ ସେ ଅଭିଯୁକ୍ତ ନୁହନ୍ତି କହି ସମନକୁ ଏଡ଼ାଇ ଯାଇଥିଲେ ଅରବିନ୍ଦ କେଜ୍ରିୱାଲ୍ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ ମନ ଓ ଅନ୍ୟ ନେତାଙ୍କ ସହ କେଜ୍ରିୱାଲ୍ ୩ ଦିନିଆ ଗୋଆ ଗସ୍ତରେ ପଳାଇଥିଲେ ।

ତା ପୂର୍ବରୁ ଇଡି ଜାନୁଆରୀ ୩ରେ ହାଜର ଲାଗି କେଜ୍ରିୱାଲଙ୍କୁ ତୃତୀୟ ସମନ ଜାରି କରିଥିଲା । ସେତେବେଳେ ସମନକୁ ବେଆଇନ୍ କହିବା ସହ ତାଙ୍କୁ ଗିରଫ ଲାଗି ଷଡ଼ଯନ୍ତ୍ର କରାଯାଇଥିବା କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ଗତବର୍ଷ ନଭେମ୍ବର ୨ ଓ ଡିସେମ୍ବର ୨୧ରେ କେଜ୍ରିୱାଲ୍ ଇଡିର ସମନ ସତ୍ତ୍ୱେ ହାଜର ହୋଇ ନଥିଲେ । ଦିଲ୍ଲୀ ମଦ ନୀତି ମାମଲାରେ ଆପ ନେତା ତଥା ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଗିରଫ ହୋଇ ଗତବର୍ଷ ଠାରୁ ଜେଲରେ ଅଛନ୍ତି ।

ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ୨୦୨୧-୨୨ ବିବାଦୀୟ ହୋଇ ପଡ଼ିଥିଲା । ଅଭିଯୋଗ ଅନୁସାରେ, ନୂଆ ଅବକାରୀ ନୀତିରେ ଦିଲ୍ଲୀ ସରକାର କିଛି ନିର୍ଦ୍ଦିଷ୍ଟ ଡିଲରଙ୍କ ଠାରୁ ଟଙ୍କା ନେଇ ଲାଇସେନ୍ସ ଦେଇଥିଲେ । ଅଭିଯୋଗ ପରେ ଦିଲ୍ଲୀ ଉପରାଜ୍ୟପାଳ ଅବକାରୀ ନୀତିକୁ ପ୍ରତ୍ୟାହାର କରି ନେବା ସହ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.