ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ୱାୟନାଡ଼ ଛାଡ଼ି ହାଇଦ୍ରାବାଦରୁ ଲଢ଼ ନିର୍ବାଚନ, ରାହୁଲ ଗାନ୍ଧୀଙ୍କୁ ୱୱେସୀଙ୍କ ଚ୍ୟାଲେଞ୍ଜ

ହାଇଦ୍ରାବାଦ୨୫/୦୯ଲୋକସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇ ନାହିଁ । କିନ୍ତୁ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି ।ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଥିବା ବେଳେ ଏଆଇଏମ୍ଏମ୍ ମୁଖ୍ୟ ଅସଦୁଦ୍ଦିନ୍ ୱୱେସୀ, କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ କହିଛନ୍ତି- ଆଗାମୀ ଲୋକସଭା ନିର୍ବାଚନ ୱାୟନାଡ଼ ପରିବର୍ତ୍ତେ ହାଇଦ୍ରାବାଦରୁ ଲଢ଼ିବା ଲାଗି ଚ୍ୟାଲେଞ୍ଜ ଦେଇଛନ୍ତି ।

ହାଇଦ୍ରାବାଦରେ ରବିବାର ଏକ ଜନସଭାକୁ ସମ୍ବୋଧନ ବେଳେ ୱୱେସୀ କହିଛନ୍ତି, ଉତ୍ତରପ୍ରଦେଶର ବିବାଦୀୟ ଢାଞ୍ଚା ସବୁଠୁ ପୁରୁଣା ଦଳର ଶାସନକୁ ଧ୍ୱଂସ କରି ଦେଇଥିଲା । ମୁଁ ଆପଣଙ୍କ ନେତା ରାହୁଲ୍ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରୁଛି ସେ ୱାୟନାଡ଼ ପରିବର୍ତ୍ତେ ହାଇଦ୍ରାବାଦରୁ ନିର୍ବାଚନ ଲଢ଼ନ୍ତୁ । ଆପଣ ବଡ଼ ବଡ଼ ମନ୍ତବ୍ୟ ଦେଉଛନ୍ତି, ମୈଦାନକୁ ଆସନ୍ତୁ, ମୋ ବିରୋଧରେ ଲଢ଼ନ୍ତୁ । କଂଗ୍ରେସ ନେତା ତ ବହୁତ କିଛି କହିବେ, କିନ୍ତୁ ମୁଁ ପ୍ରସ୍ତୁତ ରହିଛି ।

ଅଗ୍ନିବୀର ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ, ସ୍ଥାୟୀ ହୋଇ ପାରନ୍ତି ୫୦% ଯବାନ

ଆସନ୍ତା ବର୍ଷ ଆରମ୍ଭରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିସହ ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବ । କଂଗ୍ରେସ ଓ ଏଆଇଏମ୍ଏମ୍ ସାମ୍ନାସାମ୍ନି ହେବା ଏକପ୍ରକାର ନିଶ୍ଚିତ । ଉଭୟ ଦଳ ଏବେଠୁ ନିର୍ବାଚନ ପ୍ରସ୍ତୁତିରେ ଲାଗିଛନ୍ତି । ସେପ୍ଟେମ୍ବର ଆରମ୍ବରେ ରାହୁଲ୍ ଗାନ୍ଧୀ ତେଲଙ୍ଗାନାର ତୁକ୍କୁଗୁଡ଼ାର ବିଜୟଭେରିରେ ସଭା କହିଥିଲେ । କହିଥିଲେ- ବିଜେପି, ବିଆରଏସ୍ ଓ ଏଆଇଏମ୍ଏମ୍ ଏକାଠି ଅଛନ୍ତି । କଂଗ୍ରେସ ୩ ଦଳ ସହ ଲଢ଼ିବ ।

ରାହୁଲ୍ ଆହୁରି କହିଥିଲେ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓ ଏଆଇଏମ୍ଏମ୍ ପ୍ରମୁଖ ଅସଦୁଦ୍ଦିନ୍ ୱୱେସୀଙ୍କ ବିରୋଧରେ ସିବିଆଇ-ଇଡି ମାମଲା ନାହିଁ । କାରଣ ଉଭୟଙ୍କୁ ପ୍ରଧାନମନ୍ତ୍ରୀ ମୋଦି ନିଜ ଲୋକ ମାନନ୍ତି । ଏଭଳି କହି - ବିଜେପି, ବିଆରଏସ୍ ଓ ଏଆଇଏମ୍ଏମକୁ ଗୋଟିଏ ଦଳ ବୋଲି ସୂଚାଇ ଥିଲେ ରାହୁଲ୍ ଗାନ୍ଧୀ ।

ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ ମାମଲା: ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ବି ଅନେକ ସସ୍‌ପେନ୍ସ, ନିରପେକ୍ଷ ତଦନ୍ତ ଦାବି

ତେଲଙ୍ଗାନା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ଗୋଟି ଚାଳନା କରୁଛନ୍ତି । କ୍ଷମତାସୀନ ବିଆରଏସ୍ ଆଗୁଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ସେପଟେ କଂଗ୍ରେସ ଦେଇଛି ୬ ଗ୍ୟାରେଣ୍ଟି । ଦଳ କହିଛି କଂଗ୍ରେସ ସରକାରକୁ ଆସିଲେ ଏସବୁ ପୂରଣ ହେବ ।

  • Rahul Gandhi
  • Copyright © 2022 - Summa Real Media Private Limited. All Rights Reserved.