ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଶା ପାରେଖଙ୍କୁ ସ୍ତନ କର୍କଟ, କୋକିଲାବେନ୍‌ ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ

ମୁମ୍ବାଇ ୧୩/୦୨: ପ୍ରଖ୍ୟାତ ଅଭିନେତ୍ରୀ ଆଶା ପାରେଖ ସ୍ତନ କର୍କଟରେ ପୀଡ଼ିତ । ଗତ ରବିବାର ସକାଳେ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ସେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଅପରେସନ୍‌ ଥିଏଟରରେ ତାଙ୍କର ୨ ଘଣ୍ଟା ଧରି ସର୍ଜରୀ ହୋଇଥିଲା । 

୬୦-୭୦ ଦଶକର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଆଶାଙ୍କୁ ଫିଲ୍ମ ଉଦ୍ୟୋଗକୁ ଉଲ୍ଲେଖନୀୟ ଯୋଗଦାନ ଲାଗି ୨୦୨୨ ମସିହାରେ ଭାରତୀୟ ସିନେମା ଉଦ୍ୟୋଗର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍‌କେ ସମ୍ମାନ ମିଳିଥିଲା । ୧୯୪୨ ମସିହା, ଅକ୍ଟୋବର ୨ ତାରିଖରେ ମହାରାଷ୍ଟ୍ରରେ ଜନ୍ମିତ ଆଶା ୪୦ ବର୍ଷର କ୍ୟାରିଅର୍‌ରେ ପ୍ରାୟ ୯୫ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ସେ ୧୧ ଥର ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ୍‌ ଆୱାର୍ଡ ଦ୍ୱାରା ସମ୍ମାନିତ ହୋଇଛନ୍ତି । ୧୯୯୨ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ବର୍ତ୍ତମାନ ସେ ନୃତ୍ୟ ଏକାଡେମୀ କାରା ଭବନ ଚଳାଉଛନ୍ତି । ଏଥିସହିତ ସାନ୍ତା କ୍ରୂଜ୍‌, ମୁମ୍ବାଇରେ ନିଜର ହସ୍ପିଟାଲ ‘ବିସିଜେ ହସ୍ପିଟାଲ ଆଣ୍ଡ୍‌ ଆଶା ପାରେଖ ରିସର୍ଚ୍ଚ ସେଣ୍ଟର୍‌ର ମଧ୍ୟ ପରିଚାଳନା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.