ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ଭତ୍ତା ବୃଦ୍ଧି ନେଇ ସରକାର ସଚେତନ ଅଛନ୍ତି, ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ : ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ଵର, ୦୯/୦୨ : ରାଜ୍ୟରେ ଭତ୍ତା ବୃଦ୍ଧି ନେଇ ବିଧାନସଭାରେ ବିବୃତ୍ତି ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା। ସେ କହିଛନ୍ତି ଯେ, ରାଜ୍ୟରେ ଭତ୍ତା ବୃଦ୍ଧି ନେଇ ଆସୁଥିବା ବିଭିନ୍ନ ଦାବି ନେଇ ସରକାର ସଚେତନ ଅଛନ୍ତି। ଠିକ୍ ସମୟରେ ଠିକଣା ନିଷ୍ପତ୍ତି ନେବେ। ବର୍ତମାନ ସୁଦ୍ଧା ରାଜ୍ୟରେ ୫୩ ଲକ୍ଷ ୮ହଜାର ୯୬୭ ଜଣଙ୍କୁ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ସହାୟତା ମିଳୁଛି।

ସୂଚନାନୁଯାୟୀ, ଆଜି ଯାଏଁ ୨୧ ହଜାର ୩୮୬ ହିତାଧିକାରୀ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ପେନସନ ପାଉଛନ୍ତି। ସେମାନଙ୍କ ଭିତରୁ ଯେଉଁମାନେ ବ୍ୟାଙ୍କ ଯିବାକୁ ଅସମର୍ଥ, ସେମାନଙ୍କୁ ମଧୁବାବୁ ପେନସନ ଯୋଜନା ଅଧୀନକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ସେମାନଙ୍କ ଘର ଦୁଆରେ ପେନସନ ଦିଆଯାଇ ପାରୁଛି। ତେବେ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ସୁବିଧା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହା ଜାତୀୟ ସାମାଜିକ ସୁରକ୍ଷା ଯୋଜନା ହିତାଧିକାରୀମାନଙ୍କୁ ଲାଭ ଦେବ। ୨୦୧୭ ମସିହାରେ ୪୮ ଲକ୍ଷ ହିତାଧିକାରୀ ପେନସନ ପାଉଥିଲେ। ଯେଉଁଥିରେ ୨୮ ଲକ୍ଷ ମଧୁବାବୁ ପେନସନ ଓ ୨୦ ଲକ୍ଷରୁ ଅଧିକ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ପେନସନ ପାଉଥିଲେ। ତିନି ଦିନ ତଳେ ଅଧିକ ୪ ଲକ୍ଷ ୧୩ ହଜାର ହିତାଧିକାରୀମାନଙ୍କୁ ମଧୁବାବୁ ପେନସନରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। କାରଣ ୩.୩୫ ଲକ୍ଷ ପେନସନ ଆବେଦନ କରି ଅପେକ୍ଷା କରିଥିବାବେଳେ ୬୫ ହଜାର ଅନଲାଇନ ଆବେଦନ କରିଥିଲେ। ସେମାନେ ଆସନ୍ତା ଫେବୃଆରୀ ୧୫ରେ ପେନସନ ପାଇବେ। ବର୍ତମାନ ପେନସନ ହିତାଧିକାରୀଙ୍କ ସଂଖ୍ୟା ୫୮ ଲକ୍ଷରେ ପହଁଚିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.