ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ବଦଳିବ କି ଦେଶର ନାଁ ? ଜି୨୦ ବୈଠକରେ ପିଏମ୍ ମୋଦୀଙ୍କ ଟେବୁଲରେ ‘ଭାରତ’ ନେମପ୍ଲେଟକୁ ନେଇ ତେଜିଲା ଚର୍ଚ୍ଚା

ନୂଆଦିଲ୍ଲୀ, ୦୯/୦୯: ଦିଲ୍ଲୀରେ ଜି୨୦ ବୈଠକ ଆରମ୍ଭ ହୋଇଥିବା ବେଳେ ସଂଗଠନର ସଦସ୍ୟ ହୋଇଛି ଆଫ୍ରିକାନ୍ ୟୁନିଅନ୍ । ଜି୨୦ରେ ପ୍ରିଧାନମନ୍ତ୍ରୀ ମୋଦୀ ସଦସ୍ୟ ଦେଶ ଓ ଅତିଥିଙ୍କୁ ସମ୍ବୋଧନ କରିବା ବେଳେ ତାଙ୍କ ଟେବୁଲ୍ ଉପରେ ଏକ ନେମପ୍ଲେଟ୍ ରହିଥିଲା । ଯାହା ଏବେ ପୁଣି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ବିଶ୍ୱର କୌଣସି ବୈଠକରେ ଦେଶର ପ୍ରତିନିଧିତ୍ୱ ପାଇଁ ସାଧାରଣତଃ ଇଣ୍ଡିଆ ଲେଖା ଯାଉଥିବା ବେଳେ ଏବେ ଭାରତ ଲେଖା ଯାଇଛି ।

ଏହା ପୂର୍ବରୁ ଜି୨୦ କାର୍ଯ୍ୟକ୍ରମ ଡିନର ଲାଗି ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ ଦି ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖା ଯାଇଥିଲା । ନିମନ୍ତ୍ରଣରେ ଛପା ଯାଇଥିବା ଭାରତ ଶବ୍ଦକୁ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇଛି । ରାଜନୈତିକ ଦଳର କହିବା ଅନୁସାରେ, ବିଜେପି ସରକାର ଦେଶର ନାଁ ବଦଳାଇ ପାରନ୍ତି ।

‘ବିଶ୍ୱରେ ବିଶ୍ୱାସ ସଂକଟ’ କଥା କହି G20ରୁ ‘ସବକା ସାଥ୍, ସବକା ବିକାଶ’ର ମନ୍ତ୍ର ଦେଲେ ପିଏମ୍ ମୋଦୀ

ଏବେ ପୁଣି ଜି୨୦ରେ ଭାରତ ଲେଖାଯିବାକୁ ନେଇ ଦେଶର ନାଁ ପରିବର୍ତ୍ତନ ଚର୍ଚ୍ଚା ଜୋର୍ ଧରିଛନ୍ତି । ଆସନ୍ତା ୧୮ରୁ ସଂସଦର ବିଶେଷ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏଥିରେ ନାଁ ବଦଳାଇ ଭାରତ କରିବା ପ୍ରୟାସକୁ ଔପଚାରିକ ରୂପ ଦିଆଯାଇପାରେ ବୋଲି କୁହାଯାଉଛି ।

ବିଦେଶୀ ପ୍ରତିନିଧିଙ୍କୁ ଦିଆଯାଇଥିବା ଜି୨୦ ପୁସ୍ତିକାରେ ମଧ୍ୟ ଭାରତ ଲେଖା ଯାଇଛି । ଯାହାର ଶୀର୍ଷକ ରହିଛି, ‘ଭାରତ, ଦି ମଦର୍ ଅଫ୍ ଡେମୋକ୍ରାସି’ । ଉକ୍ତ ପୁସ୍ତିକାରେ ଲେଖାଯାଇଛି, ଭାରତ ହେଉଛି ଦେଶର ଅଧିକାରୀକ ନାମ । ଏହାର ଉଲ୍ଲେଖ ସମ୍ବିଧାନ ଓ ୧୯୪୬-୪୮ ଚର୍ଚ୍ଚାରେ ହୋଇଛି । 

ଜି-୨୦ରେ ସାମିଲ ହେଲା ଆଫ୍ରିକାନ୍ ୟୁନିୟନ୍, ଆଲିଙ୍ଗନ କରି ପ୍ରଧାନମନ୍ତ୍ରୀ ମୋଦି କଲେ ସ୍ବାଗତ

Copyright © 2022 - Summa Real Media Private Limited. All Rights Reserved.