ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସୀମାନ୍ତରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ରାସ୍ତାକାମକୁ ବିରୋଧ କରି ଜାଳିଲେ ଗାଡି

ମାଲକାନଗିରି, ୨।୨ : ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ସୀମାନ୍ତ ଛତିଶଗଡ ରାଜ୍ୟର ନାରାୟଣପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନକ୍ସଲମାନେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟାଇଛନ୍ତି। ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୪ଟି ଗାଡିରେ ନିଆଁ ଲଗାଇ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି ନକ୍ସଲ । ସୂଚନା ଅନୁଯାୟୀ ଛତିଶଗଡ଼ ରାଜ୍ୟ ନାରାୟଣପୁର ଜିଲ୍ଲାର ଅବୁଜମାଡ ଅଞ୍ଚଳ ମାଓପ୍ରବଣ ଅଞ୍ଚଳ । ଦୀର୍ଘ ଦିନ ବ୍ୟବଧାନ ପରେ ଏହି ଅଞ୍ଚଳରେ ପୋଲ, ରାସ୍ତା ଭଳି ବିଭିନ୍ନ ବିକାଶ କାର୍ଯ୍ୟ ଚାଲୁ ରହିଛି । ଆଗକୁ ନାରାୟଣପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଯୋଜନା ରହିଥିବା ବେଳେ ଏହାର ଠିକ ପୂର୍ବରୁ ନକ୍ସଲମାନେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟାଇଛନ୍ତି । ସୂଚନାନୁସାରେ ମାଓ ସଂଗଠନର ପାଖାପାଖୀ ୫୦ ରୁ ଉର୍ଦ୍ଧ ମାଓବାଦୀ ଘଟଣା ସ୍ଥଳରେ ପହଞ୍ଚି ଜିବଲାପଦର ଗ୍ରାମରେ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଯାନବାହାନରେ ନିଆଁ ଲଗାଇ ଦେଇଥିଲେ । ବହୁ ସଂଖ୍ୟାରେ ଆସିଥିବା ନକ୍ସଲମାନେ ୱାଟର ଟ୍ୟାଙ୍କର୍, ମିକ୍ସର୍ ମେସିନ, ଟ୍ରାକ୍ଟର ଗାଡିରେ ନିଆଁ ଲଗାଇ ଦେଇଥିଲେ । ସେତୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ଏକ ମୋଟର ସାଇକେଲକୁ ମଧ୍ଯ ନକ୍ସଲ ମାନେ ସାଙ୍ଗରେ ନେଇ ଯାଇଥିବା କୁହାଯାଉଛି । ତେବେ ଏହାପରେ ଘଟଣା ସ୍ଥଳରେ ପୋଲିସ ଦମକଳ ବାହିନୀ ପହଁଚି ନିଆଁ ଉପରେ ଆୟତ୍ତ କରିବା ସହ ଘଟଣାର ତଦନ୍ତ ଜାରି ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.