ଅହମଦାବାଦ, ୦୪/୧୧: ଅହମଦାବାଦରେ ଦେଖିବାକୁ ମିଳିଛି ‘ଅଲଆଉଟ୍ ମ୍ୟାଚ୍ ।’ ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଇଂଲଣ୍ଡ । ସମସ୍ତ ୱିକେଟ ହରାଇ ୪୯.୩ ଓଭରରେ ୨୮୬ ରନ୍ କରିଥିଲା କଙ୍ଗାରୁ ଟିମ୍ । ୨୮୭ ରନର ବିଜୟ ଲକ୍ଷ୍ୟ ପିଛା କରି ବ୍ୟାଟିଂ କରିଥିବା ଇଂଲଣ୍ଡ ୪୮.୧ ଓଭରରେ ସମସ୍ତ ୱିକେଟ ହରାଇ ୨୫୩ ରନରେ ସୀମିତ ହୋଇଥିଲା । ଫଳରେ ଅଷ୍ଟ୍ରେଲିଆ ୩୩ ରନରେ ବିଜୟୀ ହୋଇଛି ।
୧.୪ ଓଭରରେ ଦଳୀୟ ସ୍କୋର୍ ମାତ୍ର ୧୧ ରନ୍ ହୋଇଥିବା ବେଳେ ଖସିଥିଲା ଅଷ୍ଟ୍ରେଲିଆର ପ୍ରଥମ ୱିକେଟ୍ । ମାତ୍ର ୧୧ ରନରେ ଆଉଟ୍ ହୋଇ ଯାଇଥିଲେ ଓପନର ହେଡ୍ । ଏହାପରେ ୫.୪ ଓଭରରେ ଦଳର ସ୍କୋର ୩୮ ଥିବା ବେଳେ ୱାର୍ଣ୍ଣର ଆଉଟ୍ ହୋଇଥିଲେ ।
ସେମିଫାଇନାଲ୍ ରେସରେ ପାକିସ୍ତାନ, ଫଖର ଜମାନଙ୍କ ଅପରାଜିତ ଶତକ, ହାରିଲା ନ୍ୟୁଜିଲାଣ୍ଡ
ଇଂଲଣ୍ଡ ପକ୍ଷରୁ କ୍ରିସ୍ ୱକ୍ସ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ମାର୍କ ୱୁଡ୍ ୨ଟି, ଆଦିଲ୍ ରସିଦ୍ ୨ଟି, ୱିଲି ଓ ଲିଭିଂଷ୍ଟୋନ୍ ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଲାବୁସ୍କେଗ୍ ସର୍ବାଧିକ ୭୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଅର୍ଦ୍ଧଶତକ କରି ପାରି ନାହାଁନ୍ତି । ସେହିଭଳି ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୬୪ ରନ୍ କରିଥିବା ବେଳେ ଦାୱିଦ୍ ମଲନ୍ କରିତିଲେ ୫୦ ରନ୍ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ, ଜୋଶ ଓ ପାଟ କମିନ୍ସ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ଅଲଆଉଟ୍, ସଟ୍ ମାରୁ ମାରୁ ଖସିଗଲା କ୍ୟାମରନ୍ ଗ୍ରୀନଙ୍କ ବ୍ୟାଟ୍
ବିଶ୍ୱକପ୍ ପଏଣ୍ଟ ଟେବୁଲର ସବୁଠୁ ତଳେ ରହିଛି ଇଂଲଣ୍ଡ ଟିମ୍ । ଦଳ ୭ଟି ମ୍ୟାଚ୍ ଖେଳି ଗୋଟିଏ ଜିତିଥିବା ବେଳେ ୬ଟିରେ ହାରି ବିଶ୍ୱକପରୁ ବିଦା ହୋଇଛି । ଅଷ୍ଟ୍ରେଲିଆର ବ୍ୟାଟିଂ ବେଳେ କ୍ରିଜରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଶଟ୍ ମାରୁ ମାରୁ କ୍ୟାମରନ୍ ଗ୍ରୀନଙ୍କ ହାତରୁ ବ୍ୟାଟ୍ ଖସି ଯାଇଥିଲା । ତେବେ ଇଂଲଣ୍ଡ ଖେଳାଳି ଉକ୍ତ ସମୟରେ କ୍ୟାଚକୁ ମିସ୍ କରିଥିଲେ । ତେବେ ଏଥିରେ କେହି ଆହତ ହୋଇ ନଥିଲେ ।
ପ୍ରାକ୍ ନିର୍ବାଚନୀ ପୋଲ୍: ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଏଥର ପରିବର୍ତ୍ତନ !