ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ବିଶ୍ୱ ତୁଳନାରେ ଭାରତରେ ୩ ଗୁଣ ବଢ଼ିଛି ତାପମାତ୍ରା, ରେକର୍ଡ ଭାଙ୍ଗିଲା ତାତି

ନୂଆଦିଲ୍ଲୀ, ୧୧/୧୧: ନଭେମ୍ବର ୨୦୨୨ରୁ ନେଇ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ପ୍ରତ୍ୟେକଟି ମାସ ଇତିହାସରେ ସବୁଠୁ ଗରମ ଥିଲା । ଏହି ୧୨ ମାସରେ ୧୮୯୦-୧୯୦୦ ମସିହାର ହାରାହାରି ତାପମାତ୍ରା ଠାରୁ ୧.୩ ଡିଗ୍ରୀ ସେଲସିୟସ୍ ଅଧିକ ଥିଲା । କ୍ଲାଇମେଟ୍ ସେଣ୍ଟ୍ରାଲର ଅନୁଶୀଳନରୁ ଏହି ତଥ୍ୟ ଜଣାପଡ଼ିଛି ।

ଅଧ୍ୟୟନ ଅନୁସାରେ, ଦୁନିଆର ୧୭୦ ଦେଶରେ ହାରାହାରି ତାପମାତ୍ରା ବୃଦ୍ଧି ପାଇଛି । ଯାହା ଫଳରେ ୭୮୦ କୋଟି ଲୋକ ସ୍ୱାଭାବିକ ଠାରୁ ଅତ୍ୟଧିକ ଗରମରେ ରହିବାକୁ ବାଧ୍ୟ ହେଉଛନ୍ତି । ଆଇସଲ୍ୟାଣ୍ଡ ଭଳି ଥଣ୍ଡାପ୍ରବଣ ଅଞ୍ଚଳରେ ହାରାହାରି ତାପମାତ୍ରା ସାମାନ୍ୟ ଠାରୁ କମ୍ ରେକର୍ଡ ହୋଇଛି । ତେବେ ଭାରତରେ ପାଣିପାଗ ପରିବର୍ତ୍ତନର ଅଧିକ ପ୍ରଭାବ ଦେଖିବାକୁ ମିଳିଛି ।

ସାମାନ୍ୟ ସୁଧୁରିଲା ବାୟୁ ପ୍ରଦୂଷଣ ସ୍ତର, ଆଜି ହେବନି ବର୍ଷା

ଏହି ଅବଧିରେ ଦୁନିଆରେ ବଢ଼ିଥିବା ତାପମାତ୍ରା ଠାରୁ ଭାରତରେ ୩ ଗୁଣ ବଢ଼ିଛି । ଅଧ୍ୟୟନ ଅନୁସାରେ, ବିଗତ ୧୨ ମାସରେ ଦୁନିଆର ୫୭୦ କୋଟି ଲୋକ ଅତି କମରେ ହାରାହାରି ୩୦ ଦିନ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବାକୁ ବାଧ୍ୟ ହୋଇଛନ୍ତି । ଭାରତର ୮୬ ପ୍ରତିଶତ ଅର୍ଥାତ୍ ୧୨୦ କୋଟି ଲୋକ ୩୦ ଦିନରୁ ଅଧିକ ସମୟ ଗରମରେ ସନ୍ତୁଳି ହୋଇଛନ୍ତି । ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ରାଜସ୍ଥାନକୁ ବାଦ୍ ଦେଲେ ଭାରତର ସମସ୍ତ ରାଜ୍ୟରେ ଗତ ୧୨ ମାସରେ ସବୁଠୁ ଅଧିକ ଗରମ ଅନୁଭୂତ ହୋଇଛି ।

ଚୀନର ୫୧.୩ କୋଟି (୩୫%) ଲୋକ ଓ ଆମେରିକାର ୮.୮ କୋଟି (୨୬%) ଲୋକ ସାମାନ୍ୟ ଠାରୁ ଅଧିକ ତାପମାତ୍ରାରେ ରହିବାକୁ ବାଧ୍ୟ ହେଉଛନ୍ତି । ଜାପାନ, ଇଣ୍ଡୋନେସିଆ, ଫିଲିପ୍ପାଇନ୍ସ, ଭିଏତନାମ, ବାଂଲାଦେଶ, ଇରାନ, ଇଜିପ୍ଟ, ନାଇଜେରିଆ, ଇଟାଲୀ, ଫ୍ରାନ୍ସ, ସ୍ପେନ୍, ୟୁକେ, ବ୍ରାଜିଲ୍, ମେକ୍ସିକୋ ସହ ସମସ୍ତେ ଆମେରିକୀୟ ଦେଶର ଶତପ୍ରତିଶତ ଲୋକ ୩୦ ଦିନରୁ ଅଧିକ ସମୟ ସାମାନ୍ୟରୁ ଅଧିକ ତାପମାତ୍ରାରେ ରହୁଛନ୍ତି ।

୧୦୦ ବର୍ଷରେ ସବୁଠୁ ଉତ୍ତପ୍ତ ଜୁଲାଇ ! ୨୦୨୪ରେ ଆହୁରି ଭୟାବହ

ଭାରତର ୧୨ ସହର, ୧୦୦ ଦିନ

ସେହିଭଳି ଭାରତର ୧୨ ସହରରେ ୧୦୦ ଦିନ ଧରି ସାମାନ୍ୟ ଠାରୁ ଅଧିକ ତାପମାତ୍ରା ରହିଥିଲା । ଥାନେ, ବିଶାଖାପାଟ୍ଟଣମ୍, ପାନାଜୀ, ଗୌହାଟି, ଦିସପୁର, ସିଂଲଙ୍ଗ, ବେଙ୍ଗଲୁରୁ, ଇମ୍ପାଲ୍, ଥିରୁଅନନ୍ତପୁରମ୍ ଓ ପୋର୍ଟ ବ୍ଲେୟାରରେ ଅଧିକ ଗରମ ଅନୁଭୂତ ହେଉଥିଲା ।

୨୧ ସହରରେ ଅଧିକ ଗରମ

ପୂର୍ବ ତୁଳନାରେ ବିଜୟୱାଡ଼ା, ଅଗରତାଲା, ଦମନ, ମୈସୁଋ, ଚେନ୍ନାଇ, କଲ୍ୟାଣ, ମୁମ୍ବାଇ, ଥାନେ, ଆଇଜୋଲ, ବେଙ୍ଗଲୁରୁ, କୋହିମା, ବିଶାଖାପାଟ୍ଟଣମ୍, ପାନାଜୀ, ଗୌହାଟି, ଦିସପୁର, ସିଂଲଙ୍ଗ, ଇମ୍ପାଲ୍, କବରତି, ଥିରୁଅନନ୍ତପୁରମ୍, ଭୁବନେଶ୍ୱର ଓ ପୋର୍ଟବ୍ଲେୟାରେ ଅଧିକ ଗରମ ହେଉଛି ।

ଅନିଶ୍ଚିତ ମୌସୁମୀକୁ ନେଇ ଚିନ୍ତାରେ ଚାଷୀ: ଜୁନ୍‌ରେ ୭୯% ନିଅଣ୍ଟିଆ ବର୍ଷା, ଉଜୁଡ଼ିଯିବ କି ଚାଷ ?

ଆଗକୁ ହେବ ଆହୁରି ଭୟଙ୍କର

କ୍ଲାଇମେଟ୍ ସେଣ୍ଟ୍ରାଲର ଉପସଭାପତି (ବିଜ୍ଞାନ) ଡିଆର୍ ଏଣ୍ଡ୍ରୁୟୁ କହିଛନ୍ତି, ଏଲ୍-ନିନୋ ପ୍ରଭାବରେ ୨୦୨୪ରେ ଆହୁରି ଅଧିକ ଗରମ ହେବ । ସ୍ଥିତି ଆହୁରି ବିଗିଡ଼ିବ । ଜଳବାୟୁ ପରିବର୍ତ୍ତନର ପ୍ରଭାବ ହେଉଛି ଭାରତ, ଆମେରିକା, ୟୁରୋପ ଓ ଜାପାନରେ ଲମ୍ବା ଭୀଷଣ ଗ୍ରୀଷ୍ମ ପ୍ରବାହ ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.