ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଓଡ଼ିଆ ସିନେମା "ଆୟୁଷ୍ମାନ ଆକାଶ ଓ ଆୟୁଷ୍ମତୀ ବର୍ଷା' ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର, ଛୋଟ ପରଦା ଦେଖିପାରିବେ ଦର୍ଶକ

ଭୁବନେଶ୍ୱର,୧୦/୦୯: ଆୟୁଷ୍ମାନ ଆକାଶ ସହ ଆୟୁଷ୍ମତୀ ବର୍ଷାର ଶୁଭ ପରିଣୟ ହୁଏ ଏକ ଅଶୁଭ  ମୁହୂର୍ତ୍ତରେ । କାରଣ ଏ ବିବାହରେ ଉଭୟଙ୍କର ସହମତି  ନଥିଲା । ପ୍ରକୃତରେ ଉଭୟ ପରିବାରଙ୍କ ସମ୍ମତି କ୍ରମେ  ବର୍ଷାର ବଡ଼ ଭଉଣୀକୁ ଆକାଶ ବିବାହ କରିବାର ଥିଲା । କିନ୍ତୁ ବିବାହ ଦିନ ସେ ତା’ ପ୍ରେମିକ ସହ ଫେରାର ହୋଇଯିବାରୁ  ବାଧ୍ୟ ହେଇ ପରିବାରର ଇଜତ୍‌ ବଞ୍ଚାଇବାକୁ ବର୍ଷା ପରୀକ୍ଷା  ଅଧାରୁ ବିବାହ କରିଥିଲା ଆକାଶକୁ । ଯିଏକି ଅବଶୋଷରେ  ମନଦୁଃଖରେ ରହୁଥିଲା । ବିବାହ ଯୋଗୁ ପାଠ ଅଧା ରହିଗଲା । ବର୍ଷାର ବଡ଼ ଭଉଣୀକୁ ଦେଖି ପସନ୍ଦ କରିଥିବା ଆକାଶ ମଧ୍ୟ  ବର୍ଷା ସହ ସହଜରେ ମିଶି ପାରୁନଥିଲା । ଦୁଇ ଜଣଙ୍କ ମତ  ପାର୍ଥକ୍ୟ ଶେଷରେ ହାତ ଉଠା ଉଠି ଯାଏଁ ଯାଇ ଛାଡ଼ପତ୍ରରେ  ପହଞ୍ଚିଥିଲା । କିନ୍ତୁ ଉଭୟଙ୍କ ପରିବାର ମିଶି ଏହି ବିବାହକୁ  କେମିତି ବଞ୍ଚେଇ ପାରିଛନ୍ତି ତାହାହିଁ ନୂଆ ଟେଲି ସିନେମା ‘ଆୟୁଷ୍ମାନ ଆକାଶ ଓ ଆୟୁଷ୍ମତୀ ବର୍ଷା’ର ବିଷୟବସ୍ତୁ ।  

ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରଯୋଜିତ ଏହି ଟେଲି ସିନେମାଟି  ରବିବାର ସନ୍ଧ୍ୟା ୬ଟାରେ ତରଙ୍ଗ ଟିଭିରେ ୱାର୍ଲ୍ଡ ଟେଲିଭିଜନ  ପ୍ରିମିୟର ହେବ । ଏହାର ମୁଖ୍ୟ ଭୂମିକାରେ ଜ୍ୟୋତି ଓ କେଟି  ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା  ଦାସ, ଶୁଭ୍ରାଂଶୁ, ଦୀପ୍ତି, ଅଶୋକ, ତ୍ରିଭୁବନ ପଣ୍ଡା, କାଳିଆ  ପ୍ରମୁଖ ରହିଛନ୍ତି । ସିନେମାର କାହାଣୀ ସନ୍ତୋଷ ନାରାୟଣ  ଦାଶ ଲେଖିଥିବାବେଳେ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି  ବି. ଚନ୍ଦନ କୁମାର । ନିର୍ଦ୍ଦେଶନା ଦେଇଛନ୍ତି ରାଶେଷ ମହାନ୍ତି। ଗୀତ ରଚନା ସଂଗ୍ରାମଜିତ୍‌ ଓ ବ୍ରଜକିଶୋର କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପ୍ତିମାନ ଷଡ଼ଙ୍ଗୀ, ରୁଦ୍ର  ପ୍ରସାଦ ନାୟକ। ଗୀତଗୁଡ଼ିକୁ ଗାଇଛନ୍ତି ସତ୍ୟଜିତ୍‌ ପ୍ରଧାନ,  ତାରିକ୍‌ ଅଜିଜ୍‌, ଜ୍ୟୋର୍ତିମୟୀ ନାୟକ, ଦୀପ୍ତିମାନ ଷଡ଼ଙ୍ଗୀ  ଓ ଶୀତଲ କବି । କୋରିଓଗ୍ରାଫି କରିଛନ୍ତି ଲୁବୁନ-ଟୁବୁନ। ଡିଓପିରେ ଆରିଫ୍‌ ୟୁସୁଫ୍‌ ଶେଖ୍‌ ଓ ସମ୍ପାଦନା ପିଣ୍ଟୁ ନାୟକ  କରିଛନ୍ତି । ପ୍ରଯୋଜିକା ରହିଛନ୍ତି ଦେବିପ୍ରଭା ପାତ୍ର।

Copyright © 2022 - Summa Real Media Private Limited. All Rights Reserved.