ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ହିମାଚଳ ପ୍ରଦେଶ ରାଜ୍ୟସଭା ନିର୍ବାଚନ: ବିଜେପି ପ୍ରାର୍ଥୀ ବିଜୟୀ, ୪୦ ବିଧାୟକ ଥାଇ କଂଗ୍ରେସକୁ ମିଳିଛି ୩୨ ଭୋଟ୍‌

Image Courtesy: hindustantimes

ନୂଆଦିଲ୍ଲୀ: ୩ଟି ରାଜ୍ୟରେ ୧୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଛି । ଉତ୍ତର ପ୍ରଦେଶର ୧୦, କର୍ଣ୍ଣାଟକର ୪ ଏବଂ ହିମାଚଳ ପ୍ରଦେଶର ଗୋଟିଏ ଆସନରେ ମତଦାନ ହୋଇଛି । ହେଲେ ହିମାଚଳ ନିର୍ବାଚନରେ ରୋଚକ ସ୍ଥିତି ଦେଖିବାକୁ ମିଳିଛି । ଏଠାରେ ଉଭୟ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ସମାନ ଭୋଟ ମିଳିଛି । ଶାସକ କଂଗ୍ରେସ ପାଇଁ ଏହା ଝଟକା ସାବ୍ୟସ୍ତ ହୋଇଥିବା ବେଳେ ବିଜେପି ଶିବିରରେ ଖୁସି ଦେଖିବାକୁ ମିଳିଛି । ତେବେ ବଡ଼ କଥା ହେଉଛି ସମାନ ସମାନ ଭୋଟ ପାଇଥିବା ସତ୍ତ୍ବେ ବିଜେପି ବିଜୟୀ ହୋଇଛି । 

୬୮ଟି ବିଧାୟକଙ୍କ ମଧ୍ୟରୁ ବିଜେପିର ୨୫ ବିଧାୟକ ଥିବା ବେଳେ ରାଜ୍ୟସଭା ନିର୍ବାଚନରେ ଦଳର ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭୀ ପରାସ୍ତ ହୋଇଛନ୍ତି । ହିମାଚଳରେ କ୍ରସ ଭୋଟିଂ ଫଳରେ ନିର୍ବାଚନ ଫଳାଫଳ ଟାଇ ହୋଇଥିଲା । ପରେ ଟସ୍‌ କରି ଫଳାଫଳ ଘୋଷଣା କରାଯାଇଛି । ଏହି ନିର୍ବାଚନରେ କଂଗ୍ରେସର ୬ ବିଧାୟକ କ୍ରସ୍‌ ଭୋଟିଂ କରିଛନ୍ତି । ମୋଟ ୯ ବିଧାୟକ କ୍ରସ ଭୋଟିଂ କରିବା ସହ ବିଜେପିକୁ ଭୋଟ ଦେଇଛନ୍ତି । 

ସେପଟେ ପରାଜୟ ପରେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭୀ କହିଛନ୍ତି, ସେହି ୯ ଜଣ ବିଧାୟକଙ୍କୁ ଧନ୍ୟବାଦ ଦେଉଛି । ଯେଉଁମାନେ କାଲି ରାତିରେ ଆମ ସହିତ ବସିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଆଜି ସକାଳେ ଆମ ସହ ଥିଲେ । ଏଥିରୁ ମୋତେ ଶିକ୍ଷା ମିଳିଛି ବୋଲି କହିଛନ୍ତି ସିଂଘଭୀ । ଏହା ସହ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଦୃଢ଼ୋକ୍ତି ବାଢ଼ିଥିଲେ, ୪୦ରୁ ୪୦ ବିଧାୟକ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବେ । କିନ୍ତୁ ଆଜି ବାଜି ଓଲଟିଯାଇଛି । ଆଉ ଶେଷରେ ବିଜେପି ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.