ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ବଦଳୁଛି ଦେଶର ରାଜନୈତିକ ମାନଚିତ୍ର: ବଢ଼ୁଛି ବିଜେପି ଶାସିତ ରାଜ୍ୟ ସଂଖ୍ୟା, କମୁଛି କଂଗ୍ରେସର ଦବଦବା !

Published By : Tapas Panda | December 3, 2023 5:15 PM

Image Courtesy: newsdrum

ନୂଆଦିଲ୍ଲୀ: ୩ ରାଜ୍ୟରେ ବିଜୟ ସହ ବିଜେପି ଏବେ ଦେଶର ୧୨ ରାଜ୍ୟରେ ନିଜ ସରକାର ଗଢ଼ିବାରେ ସଫଳ ହେବାକୁ ଯାଉଛି । ଅର୍ଥାତ ଦେଶର ୧୨ଟି ରାଜ୍ୟରେ କେବଳ ବିଜେପି ସରକାର ଥିବା ବେଳେ ଦ୍ବିତୀୟ ବୃହତ୍ତ ଦଳ କଂଗ୍ରେସ ଛତିଶଗଡ଼ ଏବଂ ରାଜସ୍ଥାନରେ ପରାସ୍ତ ହେବା ସହ କେବଳ ୩ଟି ରାଜ୍ୟରେ ଶାସନରେ ରହିବ । ସେହିଭଳି ଦିଲ୍ଲୀ ଏବଂ ପଞ୍ଜାବରେ ବିଜୟ ସହ ଆମ ଆଦମୀ ପାର୍ଟି (ଆପ୍‌) ତୃତୀୟ ବୃହତ୍ତ ଜାତୀୟ ଦଳର ମାନ୍ୟତା ହାସଲ କରିଛି । 

ଦେଶର ଶାସନରେ ଥିବା ବିଜେପି ଉତ୍ତରାଖଣ୍ଡ, ହରିୟାଣା, ଉତ୍ତର ପ୍ରଦେଶ, ଗୁଜରାଟ, ଗୋଆ, ଆସାମ, ତ୍ରିପୁରା, ମଣିପୁର, ଅରୁଣାଚଳ ପ୍ରଦେଶ ଏବଂ ଭୋଟ ଗଣିତି ଚାଲିଥିବା ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ସରକାର ଗଢ଼ିବାକୁ ଯାଉଛି । ଏହା ସହ ବିଜେପି ମହାରାଷ୍ଟ୍ର, ମେଘାଳୟ, ନାଗାଲାଣ୍ଡ ଏବଂ ସିକ୍କିମ ସରକାରରେ ଭାଗିଦାରୀ ରହିଛି । ଏଠାରେ ଶାସକ ମେଣ୍ଟ ସରକାରରେ ରହିଛିି ବିଜେପି । ତେବେ ୧୬ଟି ରାଜ୍ୟରେ ବିଜେପି ସରକାର ରହିଛି ବୋଲି କହିଲେ ଭୁଲ ହେବ ନାହିଁ ।  

ବିଜେପି ପରେ କଂଗ୍ରେସ ନିଜ ଦମରେ ୩ଟି ରାଜ୍ୟ କର୍ଣ୍ଣାଟକ, ହିମାଚଳ ପ୍ରଦେଶ ଏବଂ ତେଲେଙ୍ଗାନାରେ କ୍ଷମତା ହାତେଇବାରେ ସକ୍ଷମ ହୋଇଛି । ତେଲେଙ୍ଗାନାରେ ଆଜି ଭୋଟ ଗଣତି  ଚାଲିଥିବା ବେଳେ ବିଆରଏସକୁ ପଛରେ ପକାଇ କଂଗ୍ରେସ ଏଠାରେ ସରକାର ଗଢ଼ିବାକୁ ଯାଉଛି । ସେହିଭଳି ବିହାର ଏବଂ ଝାଡ଼ଖଣ୍ଡ ମେଣ୍ଟ ସରକାରରେ କଂଗ୍ରେସର ଭାଗିଦାରୀ ରହିଛି । ତେବେ ତାମିଲନାଡୁରେ ଡିମଏମକେ ସରକାର କରିଥିବା ବେଳେ କଂଗ୍ରେସ ମଧ୍ୟ ଏକ ସହଯୋଗୀ ଦଳ । 

ସେପଟେ ଦେଶର ତୃତୀୟ ବୃହତ୍ତ ଜାତୀୟ ଦଳ ଆପ୍‌ ଦୁଇଟି ରାଜ୍ୟରେ କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ବିରୋଧୀ ଦଳ । କାରଣ ଏହି ରାଜ୍ୟରେ କଂଗ୍ରେସର ଭୋଟ ସେୟାର ଖୁବ କମିଛି । ଆଜି ନିର୍ବାଚନ ରେଜଲ୍ଟ ଘୋଷଣା ହେବା ପରେ ଉତ୍ତର ଭାରତର ସବୁଠୁ ବଡ଼ ବିରୋଧୀ ଦଳ ଆପ ହେବ ବୋଲି ଏକ୍ସରେ ଦଳର ନେତ୍ରୀ ଜାସମିନ୍ ଶାହ ଏକ୍ସରେ ପୋଷ୍ଟ କରିଛନ୍ତି । ଭାରତରେ ଏବେ ୬ଟି ଜାତୀୟ ଦଳ ବିଜେପି, କଂଗ୍ରେସ, ବିଏସପି, ସିପିଆଇ(ଏମ), ଏନପିପି ଏବଂ ଆପ୍‌ ରହିଛି ।

୨୦୨୪ରେ ସିକ୍କିମ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏପରିକି ଜାମ୍ମୁକାଶ୍ମୀରରେ ମଧ୍ୟ ବିଧାନସଭା ନିର୍ବାଚନ ବାକି ଅଛି । ସେପଟେ ଅନେକ ସାଂସଦ ବିଧାନସଭା ନିର୍ବାଚନ ଲଢ଼ିଥିବା ବେଳେ ଅନେକ ପଦବୀ ଖାଲି ରହିଛି । ହେଲେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ସବୁ ଆସନରେ ଉପନିର୍ବାଚନ ହେବ ନାହିଁ । 

 

  • BJP
  • Narendra Modi
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.