ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନୂଆ ନେତା ସୃଷ୍ଟି କରିବାରେ ବିଜେପି ଅସମର୍ଥ : ବିଜେଡି ମୁଖପାତ୍ର

ଭୁବନେଶ୍ଵର, ୦୩/୦୩ : ନିର୍ବାଚନ ପୂର୍ବରୁ ଅସନ୍ତୁଷ୍ଟ ନେତାଙ୍କ ଚାଲିଛି ଦଳ ଡିଆଁ କାର୍ଯ୍ୟକ୍ରମ। ଏହାକୁ ନେଇ ବର୍ଷିଲେ ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର। ବିଜେଡି ମୁଖପାତ୍ର କହିଛନ୍ତି ଯେ, ୨୦୧୯ ମସିହାରେ ଯେଉଁ ନେତାମାନଙ୍କୁ ବିଜେଡି ଟିକେଟ ଦେବା ସମ୍ଭାବନା ନଥିଲା କି ବିଜେଡିରେ ସ୍ଥାନ ନଥିଲା, ସେମାନଙ୍କୁ ବିଜେପି କୋଳେଇ ନେଇଥିଲା। ହେଲେ ବିଜେପିର ପ୍ରଦର୍ଶନ କଥା ସମସ୍ତେ ଜାଣି ପାରିଲେ। 

୨୦୨୪ରେ ବି ସମାନ କାର୍ଯ୍ୟ କରି ପାଦେ ଆଗକୁ ଯାଇଛି ବିଜେପି। ଜଘନ୍ୟ ଅପରାଧୀ, ଜନବିରୋଧୀ, ଟିକେଟ ନପାଇବା ନେତାଙ୍କୁ ବିଜେପି ପାଛୋଟି ନେଉଛି। ଏଥିରୁ ଗୋଟେ କଥା ସ୍ପଷ୍ଟ ହେଉଛି, ନୂଆ ନେତା ସୃଷ୍ଟି କରିବାରେ ବିଜେପି ଅସମର୍ଥ। ଏହା ବିଜେପିର ଅପାରଗତକୁ ସ୍ପଷ୍ଟ କରୁଛି। ବିଜେପି ଆହୁରି ନୈରାଶ୍ୟଜନକ ପ୍ରଦର୍ଶନ କରିବାକୁ ଯାଉଛି। ଏପରି ନେତାଙ୍କୁ ରାଜ୍ୟବାସୀ କେବେ ବି ଗ୍ରହଣ କରିବେ ନାହଁ। ମେ ମାସରେ ଏହା ସ୍ପଷ୍ଟ ହୋଇଯିବ। ୨୦୧୯ରେ ମଧ୍ୟ ରାଜ୍ୟବାସୀ ସମାନ ଜବାବ ଦେଇଥିଲେ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.