ଭୁବନେଶ୍ୱର,୦୪/୦୨: ଖଣ୍ଡଗିରି ମେଳା ଅସ୍ଥାୟୀ ଦୋକାନ ପାଇଁ ବିଏମ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଦୋକାନୀ ମାନେ ଦକ୍ଷିଣ-ପଶ୍ଚିମ ଜୋନ୍ରେ ଆବେଦନ କରିପାରିବେ । ଏହା ପରେ ସେମାନଙ୍କୁ ଦୋକାନ ବଣ୍ଟା ଯିବ ।
ଚଳିତ ବର୍ଷ ଯାତ୍ରା ପଡିଆ ପାଖ ଏବଂ ଖଣ୍ଡଗିରି ଉଦ୍ୟଗିରି ରାସ୍ତାରେ ମିନାବଜାର ସହ ବିଭିନ୍ନ ଷ୍ଟଲ ଖୋଲିବ । ବିଏମ୍ସି ପକ୍ଷରୁ ଏହି ଷ୍ଟଲ ପାଇଁ ଜାଗା ନିଲାମ ହେବ । ତେଣୁ ଏବେଠୁ ପକ୍ରିୟା ଆରମ୍ଭ ହୋଇଛି । ସେହିପରି ୪ ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ନିଲାମ ଡକାଯିବ ବୋଲି ସୂଚନା ମିଳିଛି ।