ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ୟେଦିୟୁରପ୍ପାଙ୍କ ପୁଅ ହେଲେ କର୍ଣ୍ଣାଟକ ବିଜେପି ମୁଖ୍ୟ, ଘୋଷଣା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

ବେଙ୍ଗାଲୁରୁ,୧୧/୧୧: ବରିଷ୍ଠ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦିୟୁରପ୍ପାଙ୍କ ପୁଅ ବିଜୟେନ୍ଦ୍ର ୟେଦିୟୁରପ୍ପା (୪୭)ଙ୍କୁ ବିଜେପି ରାଜ୍ୟ ମୁଖ୍ୟ ଭାବେ ନିଯକ୍ତ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ବିଜେପି ପକ୍ଷରୁ ଜାରି ଏକ ବିବୃତ୍ତିରେ  ଏହା କୁହାଯାଇଛି । ବର୍ତ୍ତମାନ ବିଧାୟକ ଥିବା ବିଜୟେନ୍ଦ୍ର ରାଜ୍ୟ ବିଜେପିର ଦଶମ ସଭାପତି ହୋଇଛନ୍ତି ।୨୦୧୯ରେ ବିଜେପି  ରାଜ୍ୟଶାଖା ସଭାପତି ଭାବେ ନିଯୁକ୍ତ ହୋଇଥିବା ନଳିନୀ କୁମାର କଟିଲଙ୍କ ଠାରୁ ସେ ନୂଆ ଦାୟିତ୍ୱ ଗ୍ରହଣ କରିବେ।  

ଗତ ବିଧାନସଭା ନିର୍ବାଚନରେ ବିଜୟେନ୍ଦ୍ର ତାଙ୍କ ପିତାଙ୍କ  ପାରମ୍ପରିକ ଆସନ ଶିକାରିପୁରାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ବିଜେପି ପରାଜିତ ହେବା ପରେ ଦଳର ନୂଆ ମୁଖ୍ୟ ଚୟନ ଲାଗି ଉଦ୍ୟମ ଆରମ୍ଭ କରିଥିଲା । ତେବେ ରାଜ୍ୟରେ ବିରୋଧୀ ଦଳର ନେତା କିଏ ହେବେ ତାହା ବିଜେପି ଏପର୍ଯ୍ୟନ୍ତ ସ୍ଥିର କରିନାହିଁ । 

ସେପେଟ ବିଜୟେନ୍ଦ୍ରଙ୍କ  ନିଯୁକ୍ତିକୁ ନେଇ କଂଗ୍ରେସ ଓ ଟିଏମ୍‌ସି ପରିବାରବାଦ ପ୍ରସଙ୍ଗ  ଉଠାଇ କଟାକ୍ଷ କରିଛି । କର୍ଣ୍ଣାଟକ କଂଗ୍ରେସ ବିଧାୟକ ତଥା  କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍‌ଗେଙ୍କ ପୁଅ ପ୍ରିୟାଙ୍କ ଖଡ୍‌ଗେ  ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ  ପୁରୁଣା ଭିଡିଓ ସେୟାର କରିଛନ୍ତି । ସେଥିରେ ସେ ଲେଖିଛନ୍ତି ବଧାଇ ହୋ କର୍ଣ୍ଣାଟକ ବିଜେପି । ବିଜେପି ନେତାଙ୍କ ଉପରେ ପ୍ରଧାନମନ୍ତ୍ରୀ ସର୍ଜିକାଲ ଷ୍ଟ୍ରାଇକ୍‌ କରିଛନ୍ତି । ଏବେ କର୍ଣ୍ଣାଟକର ଅନ୍ୟ ବିଜେପି ନେତାମାନେ ଭିଆରଏସ୍‌ ବାଛିବେ ନା ଅନ୍ୟ  ଦଳକୁ ପଳାୟନ କରିବେ ? 

ସେହିଭଳି ଟିଏମ୍‌ସି ରାଜ୍ୟସଭା  ସଦସ୍ୟ ସାକେତ ଗୋଖଲେ କହିଛନ୍ତି ବିଜୟେନ୍ଦ୍ରଙ୍କ ଯୋଗ୍ୟତାର  ମାପକାଠି ହେଉଛି ସେ ବି.ଏସ. ୟେଦିୟୁରପ୍ପାଙ୍କ ପୁଅ ।  ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ଉପରେ ଆଙ୍ଗୁଳି ଉଠାଉଛନ୍ତି ।  ୟେଦିୟୁରପ୍ପା ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେବା ପରେ  ମଧ୍ୟ ବିଜୟେନ୍ଦ୍ରଙ୍କ ନିଯୁକ୍ତି ପ୍ରମାଣିତ କରୁଛି କି ତାଙ୍କର ପ୍ରଭାବ  ଦଳରେ ରହିଛି । ସୂଚନାଯୋଗ୍ୟ ଯେ ୟେଦିୟୁରପ୍ପାଙ୍କ ବଡପୁଅ ବି.ୱାଇ ରାଘବେନ୍ଦ୍ର ଏବେ ସାଂସଦ ଅଛନ୍ତି।

Copyright © 2022 - Summa Real Media Private Limited. All Rights Reserved.