ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଲିଯାତ୍ରା ଶେଷ ବେଳକୁ କମିଟି ଗଠନ: ସବୁ ଯାଞ୍ଚ୍‌ ପରେ ହେବ ବିଲ୍‌, ଦୋଷ ଛଡାଇବାକୁ ଉଦ୍ୟମ ଆରମ୍ଭ

କଟକ,୦୩/୧୨: ସବୁ କାମ  କରିଦେଲେ । ମନ ଇଚ୍ଛା କାମ ବାଣ୍ଟିଦେଲେ, ଅନେକ ସ୍ଥାନରେ ଟେଣ୍ଡର୍‌ ଫିକ୍ସିଂ ହୋଇଗଲା । ତେବେ ଲୋକମାନେ ସବୁ କାର୍ଯ୍ୟକୁ ନେଇ ନିନ୍ଦା କରୁଛନ୍ତି । ଏମିତିକି ବାଲିଯାତ୍ରା ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ଥିଲାବେଳେ ଏବେ ନିଜ ଦୋଷ ଛଡାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସିଏମ୍‌ସି କର୍ତ୍ତୃପକ୍ଷ । ଗୋଟିଏ  ମାତ୍ର ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷଙ୍କୁ ନେଇ ଏବେ ତଦନ୍ତକାରୀ ଟିମ୍‌ ଗଠନ କରିଛି ସିଏମ୍‌ସି,  ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି  ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରଦୀପ୍ତ ଖୁଣ୍ଟିଆ ।  

ଶ୍ରୀ ଖୁଣ୍ଟିଆ ଅଭିଯୋଗ କରିଛନ୍ତି ଯେ,  ଏହି ୫ଜଣିଆ ଏହି ଟିମ୍‌ ବାଲିଯାତ୍ରାରେ ସବୁ  କାର୍ଯ୍ୟକ୍ରମ ପରିଦର୍ଶନ କରି ଅନୁଧ୍ୟାନ କରିବେ ।  ଏହାପରେ ରିପୋର୍ଟ ଦେବା ପରେ ବିଲ୍‌ ହେବ  ବୋଲି ବିଜ୍ଞପ୍ତି ଜାରି ହୋଇଛି । କିନ୍ତୁ ବାଲିଯାତ୍ରା  ଅଧାରୁ ପ୍ରଶାସନର ଏଭଳି କାର୍ଯ୍ୟକୁ ନେଇ  ସନ୍ଦେହ ବଢିଛି । ସିଏମ୍‌ସି ପକ୍ଷରୁ ଚଳିତ ବର୍ଷ  ବାଲିଯାତ୍ରା ପ୍ରସ୍ତୁତିରେ ନାହିଁ ନ ଥିବା ସମସ୍ୟା  ଦେଖିବାକୁ ମିଳିଛି । ବିଶେଷକରି ସବୁ କାମରେ  ଫିକ୍ସିଂ କରି କାମ ବାଣ୍ଟି ଦିଆଯାଇଛି । 

ଏଭଳି  ସ୍ଥିତିରେ ନଗର ଯନ୍ତ୍ରୀ ଅତନୁ ସାମନ୍ତ କମିସନର  ନିଖିଲ ପବନ କଲ୍ୟାଣଙ୍କ ନିର୍ଦ୍ଦେଶକ୍ରମେ ଏବେ  ଏକ ତଦନ୍ତକାରୀ ଟିମ୍‌ ଗଠନ କରିଛନ୍ତି । ଉକ୍ତ  ଟିମ୍‌ରେ ନଗର ଯନ୍ତ୍ରୀ, ୱାର୍କ୍ସ ଷ୍ଟାଣ୍ଡିଂ କମିଟି  ଅଧ୍ୟକ୍ଷ, ବସ୍ତି ଉନ୍ନୟନ ଅଧିକାରୀ, ଦୁଇଟି  ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ରହିଛନ୍ତି । ଏହି ଟିମ୍‌  ସମସ୍ତ ପ୍ରକାରର ନିର୍ମାଣ କାର୍ଯ୍ୟ, ସାନିଟେସନ୍‌  କାର୍ଯ୍ୟ, ପବ୍ଲିକ ଟଏଲେଟ୍‌, କେମିକାଲ୍‌  ସ୍ପ୍ରେ, ଏସ୍‌ଏଚ୍‌ଜି ଷ୍ଟଲ୍‌, ଲେଜର ସୋ,  ଡିଜିଟାଲ୍‌ ସୋ ସମେତ ସିଏମ୍‌ସି ଅଧୀନରେ  ହେଉଥିବା ସମସ୍ତ କାର୍ଯ୍ୟକୁ ତଦାରଖ କରିବା  ସହିତ ଏହାର ଖର୍ଚ୍ଚ ଆକଳନ କରି ରିପୋର୍ଟ  ପ୍ରଦାନ କରିବେ । ରିପୋର୍ଟ ଅନୁସାରେ ଠିକା  ସଂସ୍ଥାର ବିଲ୍‌ ହେବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.