ନୂଆଦିଲ୍ଲୀ: ପ୍ରତିବନ୍ଧିତ ସଙ୍ଗଠନ ଜମାତ-ଏ-ଇସ୍ଲାମୀ ଜମ୍ମୁକାଶ୍ମୀର ଉପରେ ଆଉ ୫ ବର୍ଷ ବ୍ୟାନ ବଢାଇଛନ୍ତି କେନ୍ଦ୍ର ସରକାର । ଏନେଇ ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ଗୃହମନ୍ତ୍ରାଳୟ ଏହାକୁ ବେଆଇନ ସଂଘ ଘୋଷଣା କରି ଏହା ଉପରେ ତତ୍କାଳୀନ ଆହୁରି ୫ ବର୍ଷ ପର୍ଯ୍ୟନ୍ତ ପ୍ରତିବନ୍ଧକ ବଢାଇ ଦେଇଛନ୍ତି ।
Pursuing PM @narendramodi Ji's policy of zero tolerance against terrorism and separatism the government has extended the ban on Jamaat-e-Islami, Jammu Kashmir for five years. The organisation is found continuing its activities against the security, integrity and sovereignty of…
— Amit Shah (@AmitShah) February 27, 2024
ଦେଶର ସୁରକ୍ଷା ବିରୋଧରେ ସଙ୍ଗଠନର ଗତିବିଧି ଜାରିରହିଥିବା ବୋଲି ଜଣାପଡ଼ିଛି । ତେଣୁ କେନ୍ଦ୍ର ସରକାର ଜମାତ-ଏ-ଇସ୍ଲାମୀ ଜମ୍ମୁକାଶ୍ମୀର ଉପରେ କଟକଣା ଆହୁରି କଡ଼ାକଡି କରିବାକୁ ଯୋଜନା କରିଛନ୍ତି । କେନ୍ଦ୍ର ସରକାର ଆତଙ୍କବାଦ ନିରୋଧି ଆଇନ ଜରିଆରେ ଜମାତ-ଏ-ଇସ୍ଲାମୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଜମାତ-ଏ-ସ୍ଲାମୀ ଜମ୍ମୁକାଶ୍ମୀର ଉପରେ କେନ୍ଦ୍ର ସରକାର ଫେବୃଆରୀ ୨୦୧୯ରେ ୫ ବର୍ଷ ଲାଗି ପ୍ରତିବନ୍ଧକ ଲଗାଇଥିଲେ ।
ଜମାତ-ଏ-ଇସ୍ଲାମୀ ଜମ୍ମୁକାଶ୍ମୀର ଏକ ସାମାଜିକ, ରାଜନୈତିକ ଓ ଧାର୍ମିକ ସଙ୍ଗଠନ। ୧୯୪୫ ମସିହାରେ ଜମାତ-ଏ-ଇସ୍ଲାମର ପ୍ରତିଷ୍ଠା ହୋଇଥିଲା । ଜମାତ-ଏ-ଇସ୍ଲାମୀ ରାଜନୈତିକ ବିଚାରଧାରାରେ ମତପାର୍ଥକ୍ୟ ଯୋଗୁ ୧୯୫୩ ମସିହାରେ ନିଜର ମୂଳ ସଙ୍ଗଠନ ଠାରୁ ପୃଥକ ହୋଇଯାଇଥିଲା ।