ନୂଆଦିଲ୍ଲୀ,୦୬/୧୧: ୨୦୨୩ ବିଶ୍ୱକପର ୩୮ତମ ମ୍ୟାଚ୍ରେ ସୋମବାର ମୁହାଁମୁହିଁ ହେବାକୁ ଯାଉଛନ୍ତି ବାଂଲାଦେଶ ଏବଂ ଶ୍ରୀଲଙ୍କା । ତେବେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ବାଂଲାଦେଶ। ବାଂଲାଦେଶ ସେମିଫାଇନାଲ ଦୌଡ଼ରୁ ବାହାରେ ରହିଥିବା ବେଳେ ଶ୍ରୀଲଙ୍କା ପାଇଁ ଏକ ଦୁର୍ବଳ ଆଶା ଏବେ ମଧ୍ୟ ରହିଛି। ଏହି ଆଶାକୁ ବଞ୍ଚାଇ ରଖିବା ପାଇଁ ଶ୍ରୀଲଙ୍କା ଖେଳାଳିମାନେ ଆଜି ପଡ଼ିଆକୁ ଯିବେ।
ବାଂଲାଦେଶ ଦଳ ମଧ୍ୟ ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କାକୁ ସାମ୍ନା କରିବ। ଆଶା ରହିବ ଯେ, ପଏଣ୍ଟ ଟେବୁଲରେ ଟପ୍ -୭ ରେ ରହି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଯୋଗ୍ୟତା ସହିତ ଯୋଡ଼ି ହେବ। ସୂଚନାଥାଉକି, ଏହି ବିଶ୍ୱକପ୍ରେ ଟପ୍ -୭ ଦଳ ୨୦୨୫ ମସିହାରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ସିଧାସଳଖ ଟିକେଟ ପାଇବେ।
ତେବେ ଏହି ମ୍ୟାଚରେ ପୁରା ଧ୍ୟାନ ଶ୍ରୀଲଙ୍କା ଉପରେ ରହିବ। ଯଦି ଶ୍ରୀଲଙ୍କା ତଥାପି ସେମିଫାଇନାଲରେ ପ୍ରବେଶ କରିବାକୁ ଚାହୁଁଛି, ତା’ହେଲେ ଏହି ମ୍ୟାଚକୁ ବିପୁଳ ବ୍ୟବଧାନରେ ଜିତିବାକୁ ପଡିବ ଏବଂ ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଏକ ବଡ଼ ପରାଜୟ ଦେବାକୁ ପଡିବ। ଏହା ସହିତ ଦଳକୁ ପାକିସ୍ତାନ ଏବଂ ଆଫଗାନିସ୍ତାନର ଅବଶିଷ୍ଟ ମ୍ୟାଚ୍ର ଫଳାଫଳ ନିଜ ସପକ୍ଷରେ ରହିବା ପାଇଁ ମଧ୍ୟ ପ୍ରାର୍ଥନା କରିବାକୁ ପଡ଼ିବ।
ବାଂଲାଦେଶର ଚୁଡ଼ାନ୍ତ ଏକାଦଶ:
ତାନଜିଦ୍ ହାସନ୍, ଲିଟନ୍ ଦାସ, ନଜମୁଲ ହୁସେନ୍ ଶାଣ୍ଟୋ, ମୁଶଫିକୁର ରହୀମ (ୱିକେଟ କିପର), ମହମୁଦୁଲ୍ଲା, ଶାକିବ ଅଲ ହସନ (ଅଧିନାୟକ), ତୋହିଦ ହ୍ରିଦୋୟ, ମେହିଡି ହାସନ ମିରାଜ, ତାନଜିମ ହାସନ ସକିବ, ତସ୍କିନ୍ ଅହମ୍ମଦ, ଶୋରିଫୁଲ ଇସଲାମ
ଶ୍ରୀଲଙ୍କାର ଚୁଡ଼ାନ୍ତ ଏକାଦଶ:
ପାଥମ୍ ନିସଙ୍କା, କୁସାଲ ପେରେରା, କୁସାଲ ମେଣ୍ଡିସ୍ (ଓ୍ବିକେଟ କିପର ଓ ଅଧିନାୟକ), ସଦୀରା ସମରବିକ୍ରମା, ଚାରିଥ ଅସଲଙ୍କା, ଆଞ୍ଜେଲୋ ମାଥ୍ୟୁସ୍, ଧନଞ୍ଜୟ ଡି ସିଲଭା, ମହେଶ ଥିକ୍ଷନା, ଦୁଷ୍ମାନ୍ତ ଚାମିରା, କସୁନ୍ ରଜିଥା, ଦିଲଶାନ୍ ମଦୁଶଙ୍କା