ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୧୫୦ ଟଙ୍କା ବଦଳାଇଦେଲା ଭାଗ୍ୟ, ଲଟେରି ଟିକେଟ କିଣି ରାତାରାତି କୋଟିପତି ହେଲେ ବିଡ଼ି ଶ୍ରମିକ

କୋଲକାତା ୦୭/୧୨: ରାତାରାତି  ବିଡ଼ି ଶ୍ରମିକରୁ କୋଟିପତି । ୧୫୦ ଟଙ୍କା ମୂଲ୍ୟର ଏକ ଲଟେରୀ ଟିକେଟ୍‌  ରାତାରାତି ଭାଗ୍ୟ ବଦଳାଇ ଦେଲା। ଏଥର ଘଟଣାସ୍ଥଳ ହେଉଛି ମୁର୍ସିଦାବାଦର  ରେଜିନଗର। ଆନନ୍ଦରେ ଆତ୍ମହରା ଶ୍ରମିକଙ୍କ ପରିବାର। ତାଙ୍କ ନାମ ସାମଶେର ମଲ୍ଲିକ। ସେ ମୁର୍ସିଦାବାଦର  ରେଜିନଗର ଥାନାର ତକିପୁର ପଶ୍ଚିମପଡ଼ା ମସଜିଦ ଅଞ୍ଚଳର ବାସିନ୍ଦା। ପତ୍ନୀ ଏବଂ  ପିଲାମାନଙ୍କୁ ନେଇ ଏକ ଗରିବ ପରିବାର । ସେ ନିଜ ପରିବାର ଚଳାଇବା ପାଇଁ ବିଡ଼ି ବାନ୍ଧନ୍ତି । ବେଳେବେଳେ ଟଙ୍କା ରୋଜଗାର  ଆଶାରେ ଲଟେରୀ ଟିକେଟ୍‌ କିଣନ୍ତି।

ସେ ସୋମବାର ୧୫୦ ଟଙ୍କା ଦେଇ ଲଟେରୀ  ଟିକେଟ କିଣିଥିଲେ। ରାତିରେ ଫଳାଫଳ  ପ୍ରକାଶ ପାଇବା ମାତ୍ରେ ସେ ହତବାକ୍‌ ହୋଇଯାଇଥିଲେ। ଦେଖିବାକୁ ମିଳେ  ଯେ ସାମଶେର ଏକ କୋଟି ଟଙ୍କାର  ପ୍ରଥମ ପୁରସ୍କାର ଜିତିଛନ୍ତି । ଘଟଣା ଜଣା ପଡ଼ିବା ମାତ୍ରେ ଏହି ଅଞ୍ଚଳରେ ଚାଞ୍ଚଲ୍ୟ  ଦେଖାଦେଇଥିଲା। ଶ୍ରମିକଙ୍କ ପରିବାର  ଖୁସିରେ ଆତ୍ମହରା ହୋଇ ପଡ଼ିଥିଲେ । ଏହି ପରିପ୍ରେକ୍ଷୀରେ ସାମଶେର କହିଛନ୍ତି  ଯେ ସେ ପ୍ରାୟ ନିୟମିତ ଭାବେ ଲଟେରୀ ଟିକେଟ କିଣୁଥିଲେ। କାରଣ ସେ ଭାବିଥିଲେ ଦିନେ ସେ କୋଟିଏ ଟଙ୍କା ଜିତିବେ। ଶେଷରେ ସେହି ସ୍ୱପ୍ନ ସାକାର ହେଲା। ଜାଣିବାକୁ ମିଳିଛି ଯେ ଶ୍ରମିକ କିଛି  ଦିନ ମଧ୍ୟରେ ପୁରସ୍କାର ରାଶି ପାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.