ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ନାମରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ : ମୁଖ୍ୟମନ୍ତ୍ରୀ

Published By : Prameya | February 5, 2024 5:23 PM

ଭୁବନେଶ୍ବର, ୫।୨  : ଭାରତୀୟ   ସମ୍ବିଧାନର  ଜନକ ତଥା   ସାମାଜିକ  ନ୍ୟାୟର  ମହାନ୍  ପ୍ରବକ୍ତା  ଡକ୍ଟର ଆମ୍ବେଦକରଙ୍କ  ନାମରେ  ନାମିତ  ହେବ  ଭୁବନେଶ୍ଵର   ବରମୁଣ୍ଡା ର  ନବନିର୍ମିତ  ବସ ଷ୍ଟାଣ୍ଡ  ।  ମୁଖ୍ୟମନ୍ତ୍ରୀ   ନବୀନ  ପଟ୍ଟନାୟକ   ଏହା  ପ୍ରକାଶ କରିବା  ସହ ଡକ୍ଟର ଆମ୍ବେଦକରଙ୍କ   ପ୍ରତି  ଗଭୀର  ଶ୍ରଦ୍ଧାଞ୍ଜଳି  ଅର୍ପଣ  କରିଛନ୍ତି   ।ଏବେ  ବରମୁଣ୍ଡା  ବସଷ୍ଟାଣ୍ଡ ବାବା ସାହେବ   ଭୀମ ରାଓ ଆମ୍ବେଦକର   ବସ  ଟର୍ମିନାଲ  ଭାବରେ  ପରିଚିତ  ହେବ । 

ମୁଖ୍ୟମନ୍ତ୍ରୀ କହିଛନ୍ତି  ଯେ   ଡକ୍ଟର   ଆମ୍ବେଦକର  ଜଣ  ଦୂରଦର୍ଶୀ ନେତା । ସମର୍ପିତ   ସମାଜ  ସଂସ୍କାରକ  ଥିଲେ।  ସମାଜର   ଦଳିତ  ନିଷ୍ପେସିତଙ୍କ   ପାଇଁ  ସେ  ଥିଲେ  ଆଶାର  ଆଲୋକ। ଏକ   ନ୍ୟାୟ ପୂର୍ଣ   ସମାଜ  ଗଠନ ପାଇଁ  ସେ  ସାରା ଜୀବନ  କାମ  କରିଯାଇଛନ୍ତି  । 

 ଦେଶ ଗଠନରେ  ତାଙ୍କର  ମହାନ୍  ଅବଦାନ  ଓ  ଆଦର୍ଶ ବିଷୟରେ  ଜନସାଧାରଣ ଙ୍କୁ  ସଚେତନ କରିବା  ପାଇଁ  ଡକ୍ଟର ବାବାସାହେବ ଆମ୍ବେଦକର  ବସଷ୍ଟାଣ୍ଡରେ  ୯୦୦  ବର୍ଗ ଫୁଟ   ଅଞ୍ଚଳରେ  ଏକ  ସ୍ଵତନ୍ତ୍ର  ଗ୍ୟାଲେରୀ  ନିର୍ମାଣ  କରାଯିବ।   ଡିଜିଟାଲ   ଜ୍ଞାନକୌଶଳ  ବ୍ୟବହାର ଜରିଆରେ  ଡକ୍ଟର  ଆମ୍ବେଦକରଙ୍କ  ଜୀବନୀ ଓ  ଆଦର୍ଶ  କୁ  ଏଠାରେ  ସୁନ୍ଦର  ଭାବରେ  ଉପସ୍ଥାପିତ  କରାଯିବ। ଭାରତୀୟ  ସମ୍ବିଧାନର  ଏକ  ନକଲ  ସହିତ  ବାବା ସାହେବ  ଦ୍ଵାରା  ବ୍ୟବହୃତ  ବିଭିନ୍ନ  ଜିନିଷ  ମଧ୍ଯ ଏଠାରେ  ପ୍ରଦର୍ଶିତ  ହେବ।

୧୫.୫ ଏକର   ପରିମିତ  ଜମିରେ  ନିର୍ମିତ  ଏହି  ବସଷ୍ଟାଣ୍ଡ  ଦୈନିକ  ତିରିଶ  ହଜାର  ଯାତ୍ରୀଙ୍କ  ପରିବହନ ର  ମୁଖ୍ୟ  ମାଧ୍ୟମ  ହେବ  ।ଏହାକୁ   ଦୃଷ୍ଟିରେ  ରଖି ଏଠାରେ ଯାତ୍ରୀମାନଙ୍କ   ପାଇଁ  ବିଭିନ୍ନ  ସୁବିଧା  ସୁଯୋଗ ର  ବିକାଶ  କରାଯିବା  ସହ  ନିରାପତ୍ତା  ପ୍ରତି  ମଧ୍ୟ  ସ୍ଵତନ୍ତ୍ର  ଧ୍ୟାନ  ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.