ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ସେମାନଙ୍କ ବିଭାଜନକାରୀ ଏଜେଣ୍ଡା ପ୍ରତି ସତର୍କ ରୁହନ୍ତୁ, ୭୦ ବର୍ଷ ପୁରୁଣା ଅଭ୍ୟାସ ସହଜରେ ଯିବନି’: ବିରୋଧିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୫।୧୨: ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଶେଷ ହୋଇଛି। ୫ଟି ରାଜ୍ୟରୁ ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ କରିଛି ବାଜିମାତ। ତେଲେଙ୍ଗାନାରେ କଂଗ୍ରେସ ଜିତିଥିବାବେଳେ ମିଜୋରାମରେ ଜେଡ୍‌ପିଏମ୍ ଜିତିଛି। ବିଜେପିକୁ ହିନ୍ଦୀ ହାର୍ଟଲାଣ୍ଡରେ ମିଳିଥିବା ବିଜୟ ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ଉତ୍ତର ଭାରତର ଲୋକ ହିନ୍ଦୁତ୍ବର ରାଜନୀତିକୁ ଗ୍ରହଣ କରିନେଇଛନ୍ତି। ତାଙ୍କୁ ରୋଜଗାର, ଭଲ ସ୍ବାସ୍ଥ୍ୟ ସୁବିଧା ଓ ଶିକ୍ଷା ପ୍ରତି କୌଣସି ଲେଣଦେଣ ନାହିଁ। ବିଜେପି ନେତାମାନେ ଏହାର ଜବାବ୍‌ ଦେବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ନିଜର ରାୟ ରଖିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ନ୍ୟୁଜ ଚ୍ୟାନେଲର ଭିଡିଓକୁ ଟ୍ବିଟ୍‌ କରି କଂଗ୍ରେସ ସହିତ ବିରୋଧି ଉପରେ ବର୍ଷିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏକ ନ୍ୟୁଜ୍ ଚ୍ୟାନେଲର ଆଙ୍କର୍ ଦ୍ୱାରା ସେୟାର ହୋଇଥିବା ଏକ ଭିଡିଓରେ ରିପ୍ଲାଇ ଦେଇ କହିଛନ୍ତି, 'ସେମାନେ ସେମାନଙ୍କର ଅହଂକାର, ମିଥ୍ୟା, ନିରାଶା ଏବଂ ଅଜ୍ଞାନତା ଦ୍ୱାରା ଖୁସି ହୋଇପାରନ୍ତି, କିନ୍ତୁ   ସେମାନଙ୍କ ବିଭାଜନକାରୀ ଏଜେଣ୍ଡା ପ୍ରତି ସତର୍କ ରହିବାକୁ ପଡିବ। ୭୦ ବର୍ଷର ଅଭ୍ୟାସ ଏତେ ସହଜରେ ଯାଇ ପାରିବ ନାହିଁ । ଏଭଳି ଲୋକଙ୍କଠାରୁ ଆଶା କରାଯାଏ ଯେ, ସେମାନେ ଏଭଳି ସ୍ଥିତି ପାଇଁ  ପ୍ରସ୍ତୁତ ହେବା ଉଚିତ୍।

ନ୍ୟୁଜ୍ ଆଙ୍କର୍ ଜଣକ କହୁଛନ୍ତି,  ନିର୍ବାଚନ ପରେ କୁହାଯାଉଛି ହିନ୍ଦୀ ହାର୍ଟଲ୍ୟାଣ୍ଡ ଭୋଟରଙ୍କ ସଂଖ୍ୟା ଅଧିକ।ସେମାନେ ବହୁତ ଶିକ୍ଷିତ ନୁହଁନ୍ତି। ସେମାନେ ହିନ୍ଦୁତ୍ୱକୁ ଆଗକୁ ବଢାଛନ୍ତି। ଏଠାରେ ଭୋଟରମାନେ ଫାସିବାଦକୁ ସମର୍ଥନ କରିଛନ୍ତି। ବିଜେପି ଲୋକଙ୍କୁ ବିଭ୍ରାନ୍ତ କରିଛି। ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଟ୍ଟରପନ୍ଥୀ ଲୋକ ଭରି ରହିଛି।  ଭାରତର ଏକ ବୃହତ ଜନସଂଖ୍ୟା ପାଇଁ ଧର୍ମ ହେଉଛି ସବୁକିଛି। କଂଗ୍ରେସର ସଫ୍ଟ ହିନ୍ଦୁତ୍ୱ ଫେଲ୍‌ ମାରିଛି। ମୁସଲମାନ ବିରୋଧୀ ଭାବନା ଜିତିଛି। ବିରୋଧି କହୁଛନ୍ତି, ହିନ୍ଦୀ ହାର୍ଟଲ୍ୟାଣ୍ଡ କେବଳ ଗୋମୁତ୍ର ଓ ଗୋବରକୁ ଭୋଟ ଦିଏ। ଉତ୍ତର ଭାରତ ତୁଳନାରେ ଦକ୍ଷିଣ ଭାରତର ଲୋକ ଅଧିକ ସଚେତନ। ଉତ୍ତର ଓ ଦକ୍ଷିଣ ଭାରତ ଭିତରେ ଅଧିକ ବିଭାଜନ ବଢିଯାଇଛି। ଲୋକ ଚାକିରୀ ପାଇଁ ଦକ୍ଷିଣ ଭାରତ ଯାଉଛନ୍ତି ଓ ଭୋଟ ଦେବା ବେଳକୁ ଉତ୍ତରକୁ ଆସୁଛନ୍ତି। କଂଗ୍ରେସ ଜାଣିଶୁଣି ଏହି ନିର୍ବାଚନ ହାରି ଯାଇଛି।  କାରଣ ସେ ୨୦୦୩ ଓ ୨୦୧୮ ନିର୍ବାଚନ ପାର୍ଟନକୁ ଦେଖିଥିଲା, ଯେଉଁଥିରେ ଏହି ନିର୍ବାଚନରେ ବିଜୟୀ ହୋଇଥିବା ପାର୍ଟି ଲୋକସଭାରେ ହାରି ଯାଇଥିଲେ। ଏଭଳି କିଛି ବାହାନା ରହିଛି, ଯାହାକୁ ନିର୍ବାଚନ ହାବରିବା ତିଆରି କରାଯାଉଛି। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.