ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶବ୍ଦ ନୃତ୍ୟ ଗୁରୁ ଭାଗବତ ପ୍ରଧାନ ପାଇବେ ପଦ୍ମଶ୍ରୀ

Bhagabat Pradhan Of Bargarh To Get Padma Shri Award

ବରଗଡ଼, ୨୫/୦୧: ପଶ୍ଚିମ ଓଡ଼ିଶା ତଥା ବରଗଡ଼ ଜିଲ୍ଲାର ଅନ୍ୟତମ ପ୍ରତିଭାବାନ ବର୍ଷୀୟାନ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପ୍ରଧାନଙ୍କୁ ଚଳିତ ବର୍ଷ ମିଳିବ ପଦ୍ମଶ୍ରୀ ପୁରସ୍କାର । ବରପାଲି ବ୍ଲକ କୁମ୍ଭାରୀ ଗାଁର ଭାଗବତ ପ୍ରଧାନ (୮୫) ହେଉଛନ୍ତି ଶବ୍ଦ ନୃତ୍ୟର ଅନନ୍ୟ ସାଧକ ।

ପଦ୍ମ ଆୱାର୍ଡ ଘୋଷଣା: ପଦ୍ମଶ୍ରୀ ପାଇବେ ୨ ଗୋପୀନାଥ ସ୍ୱାଇଁ ଓ ଭାଗବତ ପ୍ରଧାନ

ଦୀର୍ଘ ପାଞ୍ଚ ଦଶନ୍ଧି ଧରି ସେ ଶବ୍ଦ ନୃତ୍ୟକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ନେଇ ବୟସର ଅପରାହ୍ଣରେ ମଧ୍ୟ ସାଧନା ଜାରି ରଖିଛନ୍ତି । ସୃଷ୍ଟି କରିଛନ୍ତି ଅନେକ କଳାକାର । ଭାଗବତ ପ୍ରଧାନଙ୍କ ମତରେ ଏହି ନୃତ୍ୟ ପରମ୍ପରା ସର୍ବ ପୁରାତନ ନୃତ୍ୟ ଅଟେ । ସେ ଆଜି ମଧ୍ୟ ଅନେକ ଛାତ୍ରଛାତ୍ରୀଙ୍କୁ ଶବ୍ଦ ନୃତ୍ୟ ଶିକ୍ଷା ଦେଉଛନ୍ତି ।

ନିଜର ଶିକ୍ଷା ଗ୍ରହଣ ପରେ ଜଣେ ପ୍ରାଇମେରୀ ଶିକ୍ଷକ ଭାବରେ ଚାକିରି ଜୀବନ ଆରମ୍ଭ କରିଥିବା ଏହି ବର୍ଷୀୟାନ ନୃତ୍ୟ ଗୁରୁ ଚାକିରି ସମୟରେ ନୃତ୍ୟ ଶିକ୍ଷା ଦେବାରେ ନିଜକୁ ନିୟୋଜିତ ଦେଇଥିଲେ । ଶବ୍ଦ ନୃତ୍ୟକୁ ବିଶେଷ କରି ଭଗବାନ ଶଙ୍କରଙ୍କ ନୃତ୍ୟ ବୋଲି ବିବେଚନା କରାଯାଏ । ଭାଗବତ ୬୦୦ରୁ ଊର୍ଦ୍ଧ୍ୱ ନୃତ୍ୟ ଶିଳ୍ପୀଙ୍କୁ ଏହି ସର୍ବ ପ୍ରାଚୀନ ନୃତ୍ୟ କଳା ଶିକ୍ଷା ଦେଇ ସାରିଛନ୍ତି । ଏବେ ତାଙ୍କ ନାଁ ପଦ୍ମଶ୍ରୀ ପାଇଁ ଘୋଷଣା ହୋଇଥିବାରୁ ସମଗ୍ର ବରଗଡ଼ ଜିଲ୍ଲାରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.