ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶ୍ରମିକ-କୃଷକ ବିରୋଧୀ ନୀତି ବିରୋଧ: ଫେବୃଆରୀ ୧୬ରେ ଦେଶ ବ୍ୟାପୀ ଧର୍ମଘଟ ଡାକରା

ଭୁବନେଶ୍ୱର,୧୨/୦୨: କେନ୍ଦ୍ର ସରକାରଙ୍କ ଶ୍ରମିକ-କୃଷକ ବିରୋଧୀ ନୀତି ବିରୋଧରେ ଫେବୃଆରୀ ୧୬ତାରିଖରେ ଦେଶ ବ୍ୟାପୀ ହରତାଳ/ଶିଳ୍ପ ଧର୍ମଘଟ  କରାଯିବ । ଦେଶର ସମସ୍ତ ଗଣତାନ୍ତ୍ରିକ ଶ୍ରମିକ, କୃଷକ ଏବଂ କର୍ମଚାରୀ ସଂଗଠନ  ମାନଙ୍କ ତରଫରୁ ଏହି ଡାକରା ଦିଆଯାଇଛି । ଭୁବନେଶ୍ୱରରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଶ୍ରମିକ-କୃଷକ ଏବଂ କର୍ମଚାରୀ ସଂଗଠନ ମାନଙ୍କର  ରାଜ୍ୟ ନେତୃବୃନ୍ଦ କହିଛନ୍ତି ଯେ ମୋଦି ସରକାର ଦେଶର ଦୁଇ ଉତ୍ପାଦନକାରୀ  ପ୍ରମୁଖ ଶ୍ରେଣୀ ଶ୍ରମିକ-କୃଷକ ମାନଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି  । ୨୯ଟି ଶ୍ରମ କଲ୍ୟାଣ ଆଇନକୁ ରଦ୍ଦ କରି ଚାରୋଟି ଶ୍ରମିକ ବିରୋଧୀ କୋଡ୍‌  ଆଣିଛନ୍ତି । ଶ୍ରମିକ ମାନଙ୍କ ଉପରେ କାମର ଅତ୍ୟଧିକ ବୋଝ ସାଙ୍ଗକୁ ଅସ୍ଥିର  ଏବଂ ଅନିୟମିତ ନିଯୁକ୍ତି, ଅତି କମ ମଜୁରୀ ଧାର୍ଯ୍ୟ କରି ଶ୍ରମ ଶକ୍ତିକୁ ନିର୍ମମ  ଭାବେ ଶୋଷଣ କରାଯାଉଛି।  

ଓଡ଼ିଶାରେ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ସାରା ରାଜ୍ୟରେ ବ୍ୟାପକ  ପ୍ରସ୍ତୁତି ଚାଲିଛି । ରାଜ୍ୟବାସୀ, ରାଜ୍ୟର ମହିଳା, ଛାତ୍ର, ଯୁବ, ଆଦିବାସୀ, ଦଳିତ  ଇତ୍ୟାଦି ଗଣତାନ୍ତ୍ରିକ ସଂଗଠନ ଏବଂ ବିଜେପିର ନିତୀକୁ ବିରୋଧ କରୁଥିବା ସମସ୍ତ  ରାଜନୈତିକ ଦଳ ମାନେ ଫେବୃଆରୀ ୧୬ ଆନ୍ଦୋଳନକୁ ସମର୍ଥନ ଦେଇ ସଫଳ  କରିବା ନିମନ୍ତେ ଶ୍ରମିକ, କୃଷକ ଏବଂ କର୍ମଚାରୀ ସଂଗଠନ ମାନଙ୍କର ରାଜ୍ୟ ନେତୃବୃନ୍ଦ ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିବା ପ୍ରେସ ବିଜ୍ଞପ୍ତି ଜରିଆରେ  ନିବେଦନ କରିଛନ୍ତି  । ରବିବାର ସାମ୍ବାଦିକ ସମ୍ମିଳନୀରେ ସୁରେଶ ପାଣିଗ୍ରାହୀ, ବିଜୟ  ଜେନା, ଦୁଷ୍ମନ୍ତ ଦାସ,ଶ୍ୟାମସୁନ୍ଦର ମହାପାତ୍ର, ମହେନ୍ଦ୍ର ପରିଡା, ଜ୍ୟୋତି ରଞ୍ଜନ  ମହାପାତ୍ର, ପୁଷ୍ପା ଦାଶ, ସତ୍ୟବ୍ରତ ନାୟକ, ନିରଞ୍ଜନ ମହାନ୍ତି, ନରେନ୍ଦ୍ର ମହାନ୍ତି,  ବିଚିତ୍ର ପାତ୍ର ପ୍ରମୁଖ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ମାନଙ୍କର  ମିଳିତ ମଞ୍ଚ ସ୍ୱାଧୀନ ଫେଡେରେସନ ସମୂହ, ଓଡିଶାର ନେତୃବୃନ୍ଦ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.