ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା, ବେଲପାହାଡ଼ ମହିମା ଛକରେ ଜନସଭାକୁ ସମ୍ବୋଧିତ କରିବେ ରାହୁଲ

ଝାରସୁଗୁଡା ୦୮/୦୨: ଝାରସୁଗୁଡ଼ାରେ ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’। ବେହେରାମାଲ କିଶାନଛକ ଦେଇ ବ୍ରଜରାଜନଗର ଗାନ୍ଧିଛକ, ବେଲପାହାଡ଼ ଏବଂ ଲଖନପୁର ଦେଇ ଛତିଶଗଡ଼କୁ ଯିବ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ରାହୁଲ ବେଲପାହାଡ଼ ମହିମା ଛକଠାରେ ଏକ ଜନସଭାକୁ ସମ୍ବୋଧିତ କରିବେ । ରାହୁଲଙ୍କ ସହ କହ୍ନେୟା କୁମାର, ପିସିସି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର, ଜୟରାମ ରମେଶଙ୍କ ସମେତ ବହୁ ତୁଙ୍ଗନେତା ପଦଯାତ୍ରାରେ ଉପସ୍ଥିତ ରହିବେ।

ନିଜ ଭିତରେ ଥିବା ଘୃଣା, ହିଂସା ମନୋବୃତ୍ତି, ଅହଙ୍କାର ପରିତ୍ୟାଗ କରି ସମସ୍ତଙ୍କ ସହ ସଂପର୍କ ଯୋଡ଼ । ତାହା ହିଁ ଜୀବନରେ ସଫଳତା ଆଣି ଦେବ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ପରିପ୍ରେକ୍ଷୀରେ ଝାରସୁଗୁଡ଼ାରେ ପହଞ୍ଚିବା ପରେ ବୁଧବାର ସନ୍ଧ୍ୟାରେ ରାହୁଲ ଅମଲିପାଲି ସ୍ଥିତ ପଡ଼ିଆରେ କିଛି ମାର୍ଶଲ ଆର୍ଟ ଶିକ୍ଷା କରୁଥିବା ପିଲାଙ୍କ ସହ ବିଭିନ୍ନ କଳା ଓ କୌଶଳ ନେଇ ଚର୍ଚ୍ଚା କରିଥିଲେ ।

ପିଲାଙ୍କ ସହ କରାଟେ ଅଭ୍ୟାସ କରିବା ସହ ମାର୍ଶଲ ଆର୍ଟକୁ ନେଇ ପିଲାଙ୍କୁ ଟିପ୍ସ ଦେଇଥିଲେ । ରାତି ୧୦ଟା ଯାଏ ରାହୁଲ ପିଲାଙ୍କ ଗହଣରେ କାଟିଥିଲେ । ରାଉରକେଲା ଏବଂ ସୁନ୍ଦରଗଡ଼ ଦେଇ ରାହୁଲ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଝାରସୁଗୁଡ଼ାକୁ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ପ୍ରବେଶ କରିଥିଲେ ।

ତାଲପଟିଆ ଓ ଦୁର୍ଲଗା ଠାରେ ଅପେକ୍ଷାରତ ଲୋକଙ୍କୁ ହାତ ହଲାଇ ରାହୁଲ ଅଭିବାଦନ ଗ୍ରହଣ କରିଥିଲେ । ସେଠାରୁ ପ୍ରାୟ ୫ଟା ୪୫ରେ ଅମଲିପାଲି ପଡ଼ିଆରେ ପହଞ୍ଚିଥିଲେ । ସେଠାରେ ରାତ୍ରୀଯାପନ ବ୍ୟବସ୍ଥା ରହିଥିବା ବେଳେ ରାହୁଲଙ୍କୁ ଦେଖିବା ଲାଗି ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.