ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭୁବନେଶ୍ୱର ଏମ୍‌ସର ସଫଳତା, ବିନା ଅସ୍ତ୍ରୋପଚାରରେ ଫୁସଫୁସ୍‌ରୁ ବାହାରିଲା ଛୁଞ୍ଚି

ଭୁବନେଶ୍ୱର,୧୦/୦୨: ଏମ୍‌ସ, ଭୁବନେଶ୍ୱରକୁ ସଫଳତା ।  ଜଣେ ୯ ବର୍ଷୀୟ ବାଳକ ଅସାବଧାନତାବଶତଃ ଗିଳିଦେଇଥିବା ଏକ ସିଲେଇ ଛୁଞ୍ଚିଟି ତାର ଫୁସଫୁସ୍‌ର ବାମପାଶ୍ୱର୍ରେ ଲାଗିଯାଇଥିଲା । ଫଳରେ ଗୁରୁତର ଅବସ୍ଥାରେ ତାକୁ ଏମ୍‌ସରେ ଭର୍ତ୍ତି କରାଯଇଥିଲା । ଶିଶୁ ବିଭାଗର ଚିକିତ୍ସକମାନେ ବିନା ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପିକ ମାଧ୍ୟମରେ ଉକ୍ତ ଛୁଞ୍ଚିକୁ ବାହାର କରିଛନ୍ତି । ଯାହା ଏମ୍‌ସ ଇତିହାସରେ ଏକ ବିରଳ ରେକର୍ଡ ପାଲଟିଛି । 

ଗତ ସପ୍ତାହରେ ପଶ୍ଚିମବଙ୍ଗରୁ ଆସିଥିବା ଏହି ନାବାଳକଜଣଙ୍କ ପ୍ରାୟ ୪ସେମି ଲମ୍ବର ସିଲେଇ ଛୁଞ୍ଚିକୁ ଗିଳିଦେଇଥିଲା । ଯାହାକି ତାର ଫୁସଫୁସ୍‌ର ନିମ୍ନଭାଗରେ ଅଟକିରହିଥିଲା । ଛୁଞ୍ଚି ଗିଳିବାର ଦୁଇଦିନ ପରେ ତାକୁ ଏମ୍‌ସକୁ ଅଣାଯାଇଥିଲା । ଶିଶୁ ବିଭାଗରେ ଗୁରୁତର ନାବାଳକକୁ ଭର୍ତ୍ତି କରାଯାଇଥିବା ବେଳେ ତାର ଜଟିଳ ଅବସ୍ଥା ଦେଖି ବିନା ଅସ୍ତ୍ରୋପଚାରରେ ଛୁଞ୍ଚି ବାହାର କରିବା ପାଇଁ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ । 

କାରଣ ଫୁସଫୁସ୍‌ରେ ଛୁଞ୍ଚିର ଅବସ୍ଥିତି ଯେପରି ଥିଲା, ଏପରିସ୍ଥଳେ ଜଟିଳ ଅସ୍ତ୍ରୋପଚାରର ସାହାଯ୍ୟ ଜରୁରୀ ଥିଲା । ସ୍ଥଳ ବିଶେଷରେ ଫୁସଫୁସର କିଛି ଅଂଶକୁ ମଧ୍ୟ କଢାଯିବାର ଆଶଙ୍କା ରହିଥିଲା । ତେଣୁ ଶିଶୁ ବିଶେଷଜ୍ଞ ଡା. ରଶ୍ମିରଞ୍ଜନ  ଦାସ, ଡ. କ୍ରିଷ୍ଣ ଏମ ଗୁଲ୍ଲା, ଡ. କେତନ ଏବଂ ଡା. ରାମକୃଷ୍ଣଙ୍କୁ ନେଇ ଗଠିତ ଏକ ଟିମ୍‌ ବ୍ରୋଙ୍କୋସ୍କୋପିକ ପଦ୍ଧତିରେ ଛୁଞ୍ଚିକୁ ବାହାର କରିଥିଲେ । ଏଥିପାଇଁ ତାଙ୍କୁ ୧ ଘଣ୍ଟା ସମୟ ଲାଗିଥିଲା । ଏହି ସଫଳତା ପରେ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ ଡାକ୍ତରୀଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଅସ୍ତ୍ରୋପଚାରର ଚାରିଦିନ ପରେ ଶିଶୁକୁ ଡିସଚାର୍ଜ କରାଯାଇଛି । ଏବେ ସେ ସୁସ୍ଥ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.