ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ବିହାରରେ ଫ୍ଲୋର୍‌ ଟେଷ୍ଟ୍: କି ‘ଚକ୍ରବ୍ୟୂହ’ ରଚିଛନ୍ତି ତେଜସ୍ୱୀ? ୪ ଜେଡିୟୁ ବିଧାୟକଙ୍କୁ ନେଇ ଚିନ୍ତା

ପାଟନା,୧୨/୦୨: ବିହାରର ନୀତୀଶ ସରକାର ସୋମବାର ରାଜ୍ୟ ବିଧାନସଭାରେ ନିଜର ବହୁମତ ପ୍ରମାଣ ଦେବେ । ଯଦି ଫ୍ଲୋର୍‌ ଟେଷ୍ଟରେ ସରକାର ପାସ୍‌ ହୁଅନ୍ତି, ତେବେ ରାଜ୍ୟରେ ଏନ୍‌ଡିଏ ସରକାର ତିଷ୍ଠିରହିବ ଏବଂ ଆଗାମୀ ଲୋକସଭା ନିର୍ବାଚନ ବିଜେପି ଓ ଜେଡିୟୁ ପାଇଁ ଲାଭଦାୟକ ସାଜିବ । ବିଧାନସଭାରେ ମୋଟ ଆସନ ସଂଖ୍ୟା ୨୪୩ ରହିଥିବା ବେଳେ ବହୁମତ ଅଙ୍କ ୧୨୨ ରହିଛି । ଏନ୍‌ଡିଏ ପାଖରେ ୧୨୮ ବିଧାୟକ ରହିଥିବା ବେଳେ ବିରୋଧୀଙ୍କ ପାଖରେ ୧୧୫ ରହିଛନ୍ତି । ଏହି ଦୃଷ୍ଟିରୁ ଏନ୍‌ଡିଏ ବହୁମତ ପ୍ରମାଣ କରିବାରେ ସମର୍ଥ ହେବା ନେଇ ଅନୁମାନ କରାଯାଉଛି ।

ଏଭଳି ପରିସ୍ଥିତିରେ ଆର୍‌ଜେଡି ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବେ ଆକ୍ରାମକ ଜଣାପଡ଼ୁଛନ୍ତି । ସରକାର ପଲଟାଇବା ପାଇଁ ସେ କାଳେ ‘ଚକ୍ରବ୍ୟୂହ’ ରଚିଥିବା କୁହାଯାଉଛି । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ପାଲଟିଛି । ବିଜେପି, ଆର୍‌ଜେଡି, ଜେଡିୟୁ, କଂଗ୍ରେସ ଏବଂ ହାମ୍‌ ପାର୍ଟି ନିଜ ନିଜ ବିଧାୟକଙ୍କ ଉପରେ କଡ଼ା ନଜର ରଖିଛନ୍ତି । ଦୁଇଦିନ ଧରି ଗୟାସ୍ଥିତ ଏକ ହୋଟେଲରେ ରହିବା ପରେ ବିଜେପି ବିଧାୟକମାନେ ତିନୋଟି ବସ୍‌ରେ ପାଟନା ଫେରିଛନ୍ତି । ବିଧାୟକମାନେ ଉପ ମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କ ବାସଭବନରେ ରହିଛନ୍ତି । 

ସୋମବାର ହେବାକୁ ଥିବା ଫ୍ଲୋର ଟେଷ୍ଟ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଜେପି ବିଧାୟକଙ୍କ ବୈଠକକୁ ଭର୍ଚୁଆଲ୍‌ ଭାବେ ସମ୍ବୋଧନ କରିଥିଲେ । ବଡ଼ କଥା ହେଉଛି ଏହି ବୈଠକରେ ବିଜେପିର ୩ ବିଧାୟକ ଉପସ୍ଥିତ ନ ଥିଲେ । ସେପଟେ ଆର୍‌ଜେଡି ବିଧାୟକଙ୍କୁ ଶନିବାର ତେଜସ୍ୱୀ ଯାଦବଙ୍କ ବାସଭବନରେ ଅନୁଷ୍ଠିତ ବୈଠକ ପାଇଁ ଡକାଯାଇଥିଲା । ବୈଠକ ଶେଷ ହେବା ପରେ କାହାକୁ ବାହାରକୁ ଛଡ଼ାଯାଇ ନ ଥିଲା । ଏଥିରେ ଦୁଇଜଣ ବିଧାୟକ ସାମିଲ ହୋଇ ନ ଥିଲେ । ଶନିବାର ମନ୍ତ୍ରୀ ଶ୍ରବଣ କୁମାରଙ୍କ ବାସଭବନରେ ଜେଡିୟୁ ବିଧାୟକଙ୍କ ବୈଠକ ବସିଥିଲା । କିନ୍ତୁ ଜେଡିୟୁର ୬ ବିଧାୟକ ଏଥିରେ ଯୋଗଦେଇ ନ ଥିଲେ । ଆଜି ପୁଣି ମନ୍ତ୍ରୀ ବିଜୟ ଚୌଧୁରୀଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଉକ୍ତ ୬ ବିଧାୟକଙ୍କ ମଧ୍ୟରୁ କେବଳ ୨ ଜଣ ହିଁ ପହଞ୍ଚିଥିଲେ । ଆଉ ୪ ଜଣ ବ୍ୟକ୍ତିଗତ କାରଣ ଦର୍ଶାଇ ଆସିନାହାନ୍ତି । ସେମାନଙ୍କୁ ନେଇ ଦଳକୁ ଚିନ୍ତା ଖାଇଛି । ସେପଟେ ଆଜି କଂଗ୍ରେସର ବିଧାୟକମାନେ ହାଇଦ୍ରାବାଦରୁ ଫେରି ରାଜଧାନୀ ପାଟନାରେ ପହଞ୍ଚିଛନ୍ତି । ଫ୍ଲୋର୍‌ ଟେଷ୍ଟ ପର୍ଯ୍ୟନ୍ତ ସେମାନେ ତେଜସ୍ୱୀଙ୍କ ବାସଭବନରେ ରହିବେ ।

ଆର୍‌ଜେଡି ତରଫରୁ ଲଗାତର ଭାବେ ଦାବି ହେଉଛି ଯେ ନୀତୀଶ କୁମାରଙ୍କ ସରକାର ତିଷ୍ଠିବ ନାହିଁ । ତେଜସ୍ୱୀ ଯାଦବ କୌଣସି ଏକ ବଡ଼ ଚକ୍ରବ୍ୟୂହ ରଚିଥିବା ଆଲୋଚନା ହେଉଛି । ଆର୍‌ଜେଡି ନେତା ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି, ନୀତୀଶ କୁମାରଙ୍କ ସରକାର କେବଳ ୨୪ ଘଣ୍ଟାର ଅତିଥି । ‘ଅପରେସନ ଲୋଟସ୍‌’ ଉପରେ ‘ଅପରେସନ ଲାଲଟେନ୍‌’ ଭାରୀ ପଡ଼ିବାକୁ ଯାଉଛି । ଅସଲ ଖେଳ ଏବେ ବାକି ଅଛି । ନୀତୀଶ କୁମାର ଏନ୍‌ଡିଏକୁ ଯାଇ ଖେଳ ଆରମ୍ଭ କରିଥିଲେ । କିନ୍ତୁ ଆର୍‌ଜେଡି ସେହି ଖେଳକୁ ଶେଷ କରିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.