ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇ ପାରନ୍ତି ନୀତୀଶ କୁମାର, ଭେଟିବାକୁ ରାଜ୍ୟପାଳଙ୍କୁ ମାଗିଲେ ସମୟ

ପାଟନା, ୨୮୮/୦୧: ବିହାରରେ ବଢ଼ୁଛି ରାଜନୈତିକ ପାରା । ଘନ ଘନ ବୈଠକ ଭିତରେ ଆସୁଥିବା ଖବର ଅନୁସାରେ ବିହାର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଭେଟିବା ଲାଗି ସମୟ ମାଗିଛନ୍ତି । କୁହାଯାଉଛି, ଆଜି ନୀତୀଶ କୁମାର ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ।

ରିପୋର୍ଟ ଅନୁସାରେ, ଯଦି ନୀତୀଶ ବିଜେପି ସହ ମିଶି ସରକାର ଗଢ଼ନ୍ତି ତ ରାଜ୍ୟରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ଉଭୟ ଉପମୁଖ୍ୟମନ୍ତ୍ରୀ ବିଜେପିରୁ ରହିବେ । ଏଥିରେ ସୁଶୀଲ ମୋଦି ଓ ରେଣୁ ଦେବୀଙ୍କ ନାଁ ଆଗରେ ରହିଛି ।

ରାଜନୈତିକ ହଟଚମଟ ଭିତରେ ବିଜେପି ବିଧାୟକ ଦଳ ବୈଠକ ଡାକିଛି । ପରବର୍ତ୍ତୀ ରଣନୀତି ନେଇ ପାଟନା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକାଠି ହୋଇଛନ୍ତି ସାଂସଦ ଓ ବିଧାୟକ । ଆଶା କରାଯାଉଛି ଏହି ବୈଠକରେ ନୀତୀଶଙ୍କୁ ନେଇ କିଛି ବଡ଼ ନିଷ୍ପତ୍ତି ନେଇପାରେ ବିଜେପି ।

ବିହାର ବିଜେପି ମୁଖ୍ୟ ସମ୍ରାଟ ଚୌଧୁରୀ କହିଛନ୍ତି, ଏଯାବତ୍ ନୀତୀଶ କୁମାର ନା ଇସ୍ତଫା ଦେଇଛନ୍ତି ନା କାହାଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଯଦି ସେଭଳି କିଛି ହୁଏ ତ ସୂଚନା ମିଳିବ । ଏବେ ବିଜେପି ବିହାରର ରାଜନୈତିକ ଗତିବିଧି ଉପରେ ନଜର ରଖିଛି । ପରିବର୍ତ୍ତନ ଅନୁସାରେ, ବିଜେପି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ।

ଏବେ ବିହାରରେ ଜେଡିୟୁ-ଆରଜେଡି-କଂଗ୍ରେସ ମେଣ୍ଟ ଭାଙ୍ଗିବାର ଦ୍ୱାର ଦେଶରେ ରହିଛି । ଚର୍ଚ୍ଚା ହେଉଛି ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରି ନୀତୀଶ କୁମାର ଏନଡିଏରେ ସାମିଲ୍ ହୋଇ ପାରନ୍ତି । ୨୦୨୨ରେ ନୀତୀଶ ମହାମେଣ୍ଟ ଗଠନ ପାଇଁ ଏନଡିଏ ଠାରୁ ଅଲଗା ହୋଇ ଯାଇଥିଲେ ।

ଯଦି ବିଜେପି ସହ ମେଣ୍ଟ କରି ଏବେ ନୀତୀଶ ସରକାର ଗଢ଼ନ୍ତି ତ ଏହା ଚତୁର୍ଥଥର ପାଇଁ ପଟ୍ଟ ପରିବର୍ତ୍ତନ ହେବ । ଏବେ ବିହାର ବିଧାନସଭାରେ ଜେଡିୟୁ ପାଖରେ ୪୫ ଓ ଆରଜେଡି ପାଖରେ ୭୯ ବିଧାୟକ ଅଛନ୍ତି । ବିଜେପି ପାଖରେ ୭୮ ବିଧାୟକ ଥିବା ବେଳେ କଂଗ୍ରେସ ପାଖରେ ୧୯, ସିପିଆଇ (ଏମ୍ଏଲ୍) ଓ ସିପିଆଇ ପାଖରେ ୨ ଜଣ ଲେଖାଏଁ, ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚା ପାଖରେ ୪ ବିଧାୟକ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.