ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଟିପର ଧକ୍କାରେ ବାଇକ୍ ଆରୋହୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା

କାମାକ୍ଷାନଗର, ୧୭/୧୧ : ଟିପର ଧକ୍କାରେ ବାଇକ ଆରୋହୀ ମୃତ। କାମାକ୍ଷାନଗର ଥାନା ଜିରିଡ଼ାମାଳି ୫୩ ନଂ ଜାତୀୟ ରାଜପଥ ବାଇପାସ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ପର୍ଜଙ୍ଗ ଥାନା ବଡଝରା ଗ୍ରାମର ଟିଟନ ଜେନା। 

ସୂଚନା ମୁତିବକ, ଟିଟନଙ୍କ ସମେତ ଅନ୍ୟ ଦୁଇ ଜଣ ଗୋଟିଏ ବାଇକରେ ଭୁବନ ବ୍ଲକ ମାର୍ଥାପୁର ଗ୍ରାମକୁ ଯାଉଥିଲେ। ଏତିକି ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟିପର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ। ଟିପର ଚାଳକ ଗାଡି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଓ ଅଗ୍ନୀଶମ ବାହିନୀ ଆହତଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଡାକ୍ତର ଟିଟନକୁ ମୃତ ଘୋଷଣା କରିଥିଲେ। ତାଙ୍କ ସାଥିରେ ଥିବା ଅନ୍ୟ ଦୁଇଜଣ ସୁରକ୍ଷିତ ଥିବା ଜଣାପଡିଛି।

ଏହି ଘଟଣାକୁ ନେଇ ଘଟଣା ସ୍ଥଳରେ କିଛି ସମୟ ଧରି ଚାପା ଉତ୍ତେଜନା ଦେଖା ଦେଇଥିଲା। ଫଳରେ ସେହି ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ନୂତନ ଭାବେ ରାସ୍ତା ନିର୍ମାଣ ହେବା ପରଠାରୁ ଏହିଠାରେ ଦୁର୍ଘଟଣା ବୃଦ୍ଧି ପାଉଛି। ଏଠାରେ ଓଭରବ୍ରିଜ କିମ୍ବା ଟ୍ରାଫିକ ପୋଷ୍ଟ ରହିବା ପାଇଁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ଘଟଣା ସ୍ଥଳରେ ଅତିରିକ୍ତ ତହସିଲଦାର,   ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଏବେ ଯାତାୟାତ ସ୍ବଭାବିକ ହୋଇଥିଲା।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.