ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମିଶନ ଶକ୍ତି ବଜାର ବୁଲିଲେ ବିଲ୍ ଗେଟ୍ସ, କୋରାପୁଟ କଫି ପିଇଲେ... ଅକାଣ୍ଡି ଚାଉଳ ଓ ମୁଡକି କିଣିଲେ

ଭୁବନେଶ୍ୱର, ୨୮।୦୨: ଭୁବନେଶ୍ୱର ମିଶନ ଶକ୍ତି ବଜାର ବୁଲିଲେ ବିଲ୍ ଗେଟ୍ସ। ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ତାଙ୍କୁ ମିଶନ ଶକ୍ତି ବଜାରକୁ ସ୍ଵାଗତ କରିଥିଲେ। କେବଳ ମହିଳାମାନଙ୍କ ଦ୍ଵାରା ଏହି ବଜାର ପରିଚାଳିତ ହେଉଥିବା ଜାଣି ଖୁସି ଜାହିର କରିଥିଲେ ବିଲ୍ ଗେଟସ୍। 

ବିଲ୍ ଗେଟ୍ସ ମିଶନ ଶକ୍ତି ବଜାର ପହଞ୍ଚି ପ୍ରଥମେ କୋରାପୁଟ କଫି କ୍ୟାଫେକୁ ଯାଇ କଫି ପିଇଥିଲେ। ତାପରେ ବଜାର ଭିତରକୁ ଯାଇ ଢ଼ିଙ୍କିକୁଟା ଅକାଣ୍ଡି ଚାଉଳ, କନ୍ଧମାଳ ହଳଦୀ, କାଜୁ ବାଦାମ, ଦେଶି ମୁଗ ଡାଲି, ମୁଡକି କିଣି ଥିଲେ। କନ୍ଧମାଳ ହଳଦୀର ଔଷଧୀୟ ଗୁଣ ବିଷୟରେ ବୁଝିବା ସହିତ ରାଜ୍ୟର କେଉଁ ଅଞ୍ଚଳରୁ କାଜୁ ଆସୁଛି ଓ କାଜୁର ମାନ ବିଷୟରେ ପଚାରି ବୁଝିଥିଲେ। 

ରାଜ୍ୟର ୬ ହଜାର ଏସଏଚଜି ମହିଳାମାନଙ୍କ ଦ୍ଵାରା ତିଆରି ଉତ୍ପାଦ ଏହି ବଜାରରେ ବିକ୍ରି ହେଉଥିବା ବିଲ୍ ଗେଟ୍ସଙ୍କୁ ସୁଜାତା କାର୍ତ୍ତିକେୟନ କହିଥିଲେ । ମହିଳାମାନଙ୍କୁ ସ୍ବାବଲମ୍ବୀ, ସଶକ୍ତିକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ ଥିବା ସୁଜାତା କାର୍ତ୍ତିକେୟନ କହିଛନ୍ତି। ବିଲ୍ ଗେଟ୍ସଙ୍କ ମିଶନ ଶକ୍ତି ବଜାର ଗସ୍ତ ସମୟରେ ନବୀନ ଓଡ଼ିଶା ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ।

 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.