ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫିଲ୍ମରେ କାମ ନଥିଲା , କ୍ରିକେଟ୍‌ ଖେଳୁଥିଲେ ବବି ଦେଓଲ : କେମିତି ମିଲିଲା ‘ ଆନିମଲ୍’ କହିଲେ ଏହି ଅଭିନେତା

ମୁମ୍ୱାଇ : ଫିଲ୍ମ ‘ଆନିମଲ୍‌’ରେ ବବି ଦେଓଲଙ୍କୁ ଯେଉଁଭଳି ଭଲ ପାଇବା ଓ ପ୍ରଶଂସା ମିଳୁଛି , ତାହା ତାଙ୍କ ପାଇଁ ଇମୋସନାଲ କରିଦେବା ଭଳି। ସେ ନିଜ ଚରିତ୍ର ପାଇଁ ଖୁବ୍‌ ପରିଶ୍ରମ କରିଛନ୍ତି। ପାଖାପାଖି ୪ମାସରେ ସେ ନିଜ ଶରୀର ଟ୍ରାନ୍ସଫର୍ମେସନ କରିଛନ୍ତି। ଆନିମଲ୍‌ରେ ରଣବୀର କପୁରଙ୍କ ସାମନାରେ ତାଙ୍କର ମଧ୍ୟ ଆକ୍ଟିଂ ସେତିକି ଦମଦାର ରହିଛି, ଯାହା ଦେଖିବା ଭଳି। ଦର୍ଶକଙ୍କର ତ ଏହି ଅଭିଯୋଗ କି ତାଙ୍କୁ ଖୁବ୍‌ କମ୍‌ ସ୍କ୍ରିନ୍‌ ସ୍ପେସ୍‌ ମିଳିଛି। ବବିଙ୍କର କ୍ୟାରିୟରକୁ ପୁଣି ଥରେ ଟ୍ରାକ୍‌କୁ ଆଣିବାରେ ଓଟିଟି ପ୍ରମୁଖ ଭୂମିକା ନିଭାଇଛି। କ୍ଲାସ୍‌ ଅଫ୍‌ ୮୩ ଓ ଆଶ୍ରମରୁ ସେ ପୁଣି ଫିଲ୍ମ ଦୁନିଆକୁ ଫେରିଛନ୍ତି ଏବଂ ଆନିମଲ୍‌ରେ ଧମାକା କରିଛନ୍ତି।

ସିଦ୍ଧାର୍ଥ କନନଙ୍କ ସହ କଥାବାର୍ତ୍ତାରେ ବବି ଦେଓଲ ଓଟିଟିର ମହତ୍ତ୍ୱ ବିଷୟରେ କହିଥିଲେ କି, ସେ ଓଟିଟିକୁ ହିଁ ଧନ୍ୟବାଦ ଦେଉଛନ୍ତି , ତାଙ୍କୁ ଏମିତି ଏକ ଚରିତ୍ର ମିଳିଲା  ,ଯାହା ପରେ ଲୋକଙ୍କୁ ଭରସା ଆସିଲା କି ତାଙ୍କୁ ଏହିପରି ଚରିତ୍ର ଦିଆଯାଇ ପାରେ। ଆନିମଲ୍‌ର ରୋଲ୍‌ ମିଳିବା ପରେ ବବି  କହିଛନ୍ତି , ଦିନେ ସନ୍ଦୀପ ରେଡ୍ଡୀ ୱାଙ୍ଗା ମୋତେ ମେସେଜ୍‌ କଲେ କି ମୁଁ ତୁମ ସହ ଭେଟିବାକୁ ଚାହୁଁଛି। ପ୍ରଥମେ ତ ମୋତେ ବିଶ୍ୱାସ ହେଉ ନଥାଏ କି ,ସତରେ ସେ ସନ୍ଦୀପ କି ? ମୁଁ ଯେବେ ବୁଝିଲି ତ ଜଣାପଡ଼ିଲା କି ହଁ ତା ସନ୍ଦୀପଙ୍କ ନମ୍ୱର ଥିଲା। ଏହାପରେ ତାଙ୍କୁ ଫୋନ କରି ସମୟ ଦେଲି , ସେ ଭେଟିଲେ। 

ଯେବେ ମୁଁ ସିସିଏଲ କ୍ରିକେଟ୍‌ ଖେଳୁଥିଲି। ଏହି ସମୟରେ ଅଧିକ କାମ ନଥିଲା। ସେତେବେଳେ ସେଠାରୁ କେହି ଫଟୋ ଉଠାଇ ଥିବ , ଯେତେବେଳେ ମୁଁ ତାଙ୍କୁ ଭେଟିଲି ସେ ମୋତେ ସେହି ଫଟୋଗ୍ରାଫ ଦେଖାଇଲେ। ଯାହା ମୋ ଫୋନ୍‌ରେ ଏବେବି ଅଛି। ସେ କହିଲେ, ମୁଁ ତୁମକୁ ଏଥିପାଇଁ କାଷ୍ଟ କରିବାକୁ ଚାହୁଁଛି , ତୁମର ଯେଉଁ ଏକ୍ସପ୍ରେସନ ଏହି ଫଟୋରେ ତାହା ଖୁବ୍‌ ଆକର୍ଷଣୀୟ। ଆହୁରି ସେ କହିଛନ୍ତି , ହାତ ଖାଲି ଥିବା ବେଳେ କାମ ଆସିଲା। ଇଣ୍ଟରଭ୍ୟୁରେ ବବି ଦେଓଲ ନିଜର ସେହି ଫଟୋ ମଧ୍ୟ ଦେଖାଇ ଥିଲେ , ଯେଉଁଥିରେ ସେ ଇଣ୍ଟେନ୍ସ ଲୁକ୍‌ରେ ଅଛନ୍ତି ଏବଂ ବ୍ଲୁ କଲରର ଜର୍ସି ପିନ୍ଧି ଷ୍ଟାଡିୟମରେ ଠିଆ ହୋଇଛନ୍ତି। 

ତଳେ ବବି ଦେଓଲଙ୍କର ସେହି ଫଟୋ ଦେଖନ୍ତି  - 


୨୦୨୩ ମସିହା ଦେଓଲ ପରିବାର ପାଇଁ ଆଣିଛି ଖୁବ୍‌ ଖୁସି -

୨୦୨୩ ମସିହା ଦେଓଲ ପରିବାର ପାଇଁ  ସ୍ୱତନ୍ତ୍ରତା ଆଣି ଦେଇଛି। ଧର୍ମେନ୍ଦ୍ରଙ୍କର ଫିଲ୍ମ ରକି ଔର୍‌ ରାନୀ କୀ ପ୍ରେମ୍‌ କହାନୀ ,  ସନି ଦେଓଲଙ୍କର ଗଦର-୨  ଓ ଏବେ ବବି ଦେଓଲଙ୍କର ଆନିମଲ ତେହେଲକା ସୃଷ୍ଟି କରିଛି। ବବି ଏହା ଉପରେ କହିଛନ୍ତି , ଆମେ ଏବେ ବି ଭାବୁଛୁ କେମିତି ଏସବୁ ହୋଇଗଲା । ଆମ କ୍ୟାରିୟରରେ ଉତ୍ଥାନ ପତନ ଆସିଛି , ଏହା ଭାବନାର ବାହାରେ କି ଏକ ଫିଲ୍ମରେ ସବୁକିଛି ବଦଳି ଯାଏ । ସେମାନେ କଣ ସେଲିବ୍ରେସନ କରିଛନ୍ତି କି ପ୍ରଶ୍ନରେ ବବି କହିଛନ୍ତି, ଗଦର-୨ ସମୟରେ ସବୁ ହୋଇଥିଲା । ଏବେ ସମସ୍ତେ ସାଥିରେ ରହୁଛନ୍ତି , ତ ପ୍ରତିଦିନ ହିଁ ସେଲିବ୍ରେସନ। 

ପୁଅକୁ ନେଇ ପ୍ରୋଟେକ୍ଟିଭ୍‌ ବବି -

ବବି ନିଜ ପୁଅ ଆର୍ଯ୍ୟମାନଙ୍କ ବିଷୟରେ କହିଛନ୍ତି , ପ୍ରତି ବାପା ନିଜ ପିଲା ପାଇଁ ପ୍ରୋଟେକ୍ଟିଭ୍‌ ହୋଇଥାନ୍ତି । ଏହା କାରଣରୁ ସେ ନ୍ୟୁୟର୍କରେ ପଢୁଛ , ଯେଉଁଥିରେ ସେ ଷ୍ଟ୍ରଙ୍ଗ୍‌ ପର୍ସନ ହେଉ । ମୁଁ ଖୁବ୍‌ ଇମୋସନାଲ , ହେଲେ ମୁଁ ଚାହୁଁନି ସେ ଏମିତି ହେଉ। ସେ କହିଥିଲା କି ଯେବେ ଫିଲ୍ମରେ ତାଙ୍କର ମୃତ୍ୟୁ ହେଲା ,ତାଙ୍କ ମାଆଙ୍କୁ ଭଲ ଲାଗିଲା ନାହିଁ । ତା ମାଆ କହିଥିଲେ , ଏମିତି ଫିଲ୍ମ ବାପା ନକରନ୍ତୁ ।

      

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.