ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏହି ମହାକାଶ ଯାତ୍ରୀଙ୍କ କୃତ୍ରିମ ଗୋଡ଼ର ହେବ ପରୀକ୍ଷଣ , ଏହି ସକେଟ୍‌ ସ୍ପେସ୍‌ ଷ୍ଟେସନକୁ କରିପାରେ ବିଷାକ୍ତ ?

ୱାଶିଂଟନ : ବିଶ୍ୱର ପ୍ରଥମ ଦିବ୍ୟାଙ୍ଗ ମହାକାଶ ଯାତ୍ରୀ ଭାବେ ପରିଚିତ ଜନ୍‌ ମ୍ୟାକ୍‌ଫଲ୍‌ ନିଜର କୃତ୍ରିମ ଗୋଡ଼ର କରିବେ ପରୀକ୍ଷଣ। କାରଣ ଏହା ମହାକାଶ ଷ୍ଟେସନ ଭିତରର ବାୟୁକୁ ବିଷାକ୍ତ କରିପାରେ। ଏହି ପୂର୍ବତନ ବ୍ରିଟିଶ ପାରାଲିମ୍ପିୟନ ଜନ୍‌ ମ୍ୟାକଫଲ୍‌ଙ୍କ ଗୋଡ଼କୁ ୟୁରୋପୀୟ ମହାକାଶ ଏଜେନ୍ସି (ଇଏସଏ) ଦ୍ୱାରା ପରୀକ୍ଷଣ କରାଯିବ ଏବଂ ଏହା ସ୍ପଷ୍ଟ କରାଯିବ କି, ଏହା ସ୍ପେସ୍‌ ଷ୍ଟେସନରେ ବିପଜ୍ଜନକ ବିଷାକ୍ତ ଗ୍ୟାସ୍‌ ନିର୍ଗତ କରୁଛି ନା ନାହିଁ। 

ଦ ଡେଲି ଟେଲିଗ୍ରାଫକୁ ଜନ ମ୍ୟାକଫଲ କହିଛନ୍ତି କି , ତାଙ୍କର ଏହି କୃତ୍ରିମ ଗୋଡ଼ କାର୍ବନ ଫାଇବରରେ ତିଆରି ଏବଂ ଏହା ଭିତରେ ଏକ ଉଚ୍ଚ ଘନତ୍ୱର ଫୋମ୍‌ ରହିଛି ,ଯାହା ସିଲ୍‌ ହୋଇଥିବା ସ୍ପେସ୍‌ ଷ୍ଟେସନରେ ଗ୍ୟାସକୁ ବାହାରକୁ ରିଲିଜ୍‌ କରିପାରେ। 

ଉଲ୍ଲେଖନୀୟ ଯେ, ମ୍ୟାକଫଲ୍‌ ନଭେମ୍ୱର ୨୦୨୨ରେ ଇଏସଏରେ ସାମିଲ ହେବାକୁ ଚୟନ ହୋଇଥିଲେ ଏବଂ ସେ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ଚଢ଼ିବା ଦୃଷ୍ଟିରୁ ମହାକାଶ ଯାତ୍ରୀ ପ୍ରଶିକ୍ଷଣ ଓ ଏକ ବ୍ୟବହାର୍ଯ୍ୟ ପ୍ରକଳ୍ପ ଆରମ୍ଭ କରୁଛନ୍ତି। ଯେବେ ମ୍ୟାକଫଲ୍‌ ୧୯ ବର୍ଷର ଥିଲେ, ସେତେବେଳେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ତାଙ୍କର ଡାହାଣ ଗୋଡ଼ ହରାଇ ବସିଥିଲେ, କିନ୍ତୁ ୨୦୦୮ରେ ବେଜିଂ ପାରା-ଅଲିମ୍ପିକ ଖେଳରେ କାଂସ୍ୟ ପଦକ ଜିତି ସେ ଜଣେ ପେଶାଦାର ଟ୍ରାକ୍‌ ଓ ଫିଲଲ୍ଡ୍‌ ଆଥେଲଟ୍‌ ହୋଇଗଲେ। 

ଜନ୍ ମ୍ୟାକଫଲ୍‌ ମହାକାଶରେ କୌଣସି ମିଶନରେ ଉଡ଼ାଣ ଭରିବେ କି ନାହିଁ , ଏହା ଉପରେ ନିର୍ଣ୍ଣୟ ସମ୍ଭବତଃ ୨୦୨୫ରେ ପରୀକ୍ଷଣ ସମାପ୍ତ ପରେ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.