ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଝାଡ଼ଖଣ୍ଡ ବଜେଟ୍ ଅଧିବେଶନ ବାତିଲ୍, ଫେବ୍ରୁଆରୀ ୫-୬ରେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବେ ଚମ୍ପାଇ ସରକାର

ରାଞ୍ଚି, ୦୨/୦୨: ରାଜନୈତିକ ସଂକଟ ଭିତରେ ଝାଡ଼ଖଣ୍ଡଖୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ଝାଡ଼ଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି ଜେଏମ୍ଏମ୍ ନେତା ଚମ୍ପାଇ ସୋରେନ୍ । ଶପଥ ନେବା ପରେ ଚମ୍ପାଇ ପ୍ରଥମ କ୍ୟାବିନେଟ୍ ବୈଠକ ଡାକିଥିଲେ । ବୈଠକର ନିଷ୍ପତ୍ତି ଅନୁସାରେ, ଫେବ୍ରୁଆରୀ ୫ ଓ ୬ରେ ବିଧାନସଭା ଅଧିବେଶନ ବସିବ । ଯେଉଁଥିରେ ଚମ୍ପାଇଙ୍କ ନେତୃତ୍ୱାଧୀନ ଜେଏମ୍ଏମ୍-କଂଗ୍ରେସ ମେଣ୍ଟ ସରକାର ସାବ୍ୟସ୍ତ କରିବ ବହୁମତ ।

ଫେବ୍ରୁଆରୀ ୫ ଓ ୬ରେ ଡକା ଯାଇଥିବା ବିଧାନସଭା ଅଧିବେଶନରେ ଚମ୍ପାଇ ସୋରେନଙ୍କ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ । ଏଥିସହ ପୂର୍ବରୁ ନିର୍ଦ୍ଧାରିତ ଫେବ୍ରୁଆରୀ ୯ରୁ ଫେବ୍ରୁଆରୀ ୨୯ ପର୍ଯ୍ୟନ୍ତ ବସିବାକୁ ଥିବା ବଜେଟ୍ ଅଧିବେଶନକୁ ବାତିଲ୍ କରି ଦିଆ ଯାଇଛି । ଏବେ ଝାଡ଼ଖଣ୍ଡ ସରକାର ବଜେଟ୍ ଘୋଷଣା କରିବେ ନାହିଁ ।

ସୋମବାର ଫ୍ଲୋର ଟେଷ୍ଟ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ଦଳ ନେତା ଚମ୍ପାଇ ସୋରେନ୍ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଚମ୍ପାଇଙ୍କୁ ରାଜଭବନରେ ରାଜ୍ୟପାଳ ରାଧାକୃଷ୍ଣନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଚମ୍ପାଇଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଆଲମଗିର ଓ ଆରଜେଡି ନେତା ସତ୍ୟାନନ୍ଦ ଭୋକ୍ତା ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଶପଥ ଗ୍ରହଣ ସମାରୋହ ପରେ ଜେଏମ୍ଏମ୍-କଂଗ୍ରେସ ମେଣ୍ଟର ବିଧାୟକ ଟାର୍ଟର୍ଡ ବିମାନରେ ହାଇଦ୍ରାବାଦ ପଳାଇଛନ୍ତି । ହାଇଦ୍ରାବାଦରେ ବିଧାୟକମାନେ ୨ ଦିନ ରହିବେ । ସୋମବାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ଚମ୍ପାଇ ସରକାର ।

ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ବୁଧବାର ବିଳମ୍ବିତ ରାତିରେ ଇଡି, ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା । ସୋରେନଙ୍କୁ ଶୁକ୍ରବାର ୫ ଦିନ ଲାଗି ହେପାଜତକୁ ନେଇଛି ଇଡି । ଗୁରୁବାର ରାଞ୍ଚିର ପିଏମ୍ଏଲ୍ଏ କୋର୍ଟ ହେମନ୍ତ ସୋରେନଙ୍କୁ ଦିନକ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.