ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

କର୍ମଚାରୀଙ୍କୁ ଦରମା ଦେବାରେ ବାଇଜୁ ପାଖରେ ଅର୍ଥ ନାହିଁ , ଘର ବନ୍ଧକ ରଖିଲେ କମ୍ପାନୀର ମାଲିକ

ନୂଆଦିଲ୍ଲୀ : ଆର୍ଥିକ ସଙ୍କଟରେ ଅଣନିଶ୍ୱାସୀ ହୋଇ ପଡ଼ିଥିବା ଏଡୁଟେକ୍‌ କମ୍ପାନୀ ବାଇଜୁର ମୁସ୍କିଲ ବଢିବାରେ ଲାଗିଛି। ଏହାର କର୍ମଚାରୀଙ୍କୁ ଦରମା ମିଳିବାରେ ବିଳମ୍ୱ ହୋଇଛି। ଏହି ବିଳମ୍ୱ ମଧ୍ୟରେ ଖବର ଆସିଛି କି, ବାଇଜୁର ପ୍ରତିଷ୍ଠାତା ତଥା ମାଲିକ ବାଇଜୁ ରବୀନ୍ଦ୍ରନ ଘରକୁ ବନ୍ଧକ ରଖି ଅର୍ଥ ସଂଗ୍ରହ କରିବାରେ ଲାଗିଛନ୍ତି। ବ୍ଲୁମବର୍ଗର ରିପୋର୍ଟ ମୁତାବିକ, ବାଇଜୁ ରବିନ୍ଦ୍ରନ କର୍ମଚାରୀଙ୍କୁ ପେମେଣ୍ଟ କରିବାକୁ ନିଜ ବ୍ୟତୀତ ପରିବାରର ଅନ୍ୟ ସଦସ୍ୟଙ୍କ ମାଲିକାନାରେ ଥିବା ଘରକୁ ମଧ୍ୟ ବନ୍ଧକ ରଖି ଦେଇଛନ୍ତି। 

ରିପୋର୍ଟ ମୁତାବିକ, ପରିବାରର ମାଲିକାନାରେ ଥିବା ଦୁଇଟି ଘର ଓ ଏପ୍ସିଲନ୍‌ରେ ତାଙ୍କର ନିର୍ମାଣଧିନ ଭିଲା ୧୨ ମିଲିୟନ ଡଲାରରେ ବନ୍ଧକ ରଖିଛନ୍ତି। ସୋମବାର ବାଇଜୁର ମୂଳ କମ୍ପାନୀ ଥିଙ୍କ୍‌ ଆଣ୍ଡ ଲର୍ନ ପ୍ରାଇଭେଟ୍‌ରେ ୧୫୦୦୦ କର୍ମଚାରୀଙ୍କୁ ବେତନ ଦେବାକୁ ଏହି ଅର୍ଥ ବ୍ୟବହାର କରାଯାଇଛି। ହେଲେ ରବିଚନ୍ଦ୍ରନ ଓ ବାଇଜୁର ପ୍ରତିନିଧିମାନେ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ସଙ୍କଟରେ କମ୍ପାନୀ – 

ପ୍ରସିଦ୍ଧ ଷ୍ଟାର୍ଟଅପ୍‌ ଭାବେ ନାମ କମେଇ ଥିବା ବାଇଜୁ ନିଜର ୟୁଏସ-ଆଧାରିତ ଛାତ୍ରଛାତ୍ରୀଙ୍କ ଡିଜିଟାଲ ରିଡିଂ ପ୍ଲାଟଫର୍ମକୁ ପାଖାପାଖି ୪୦୦ ମିଲିୟନ ଡଲାରରେ ବିକ୍ରି କରିବାର ପ୍ରକ୍ରିୟାରେ ରହିଛି। ବାଇଜୁ ୧.୨ ବିଲିୟନ ଡଲାରର ଟର୍ମ ଲୋନ୍‌ରେ ସୁଧ ପରିଶୋଧ ନେଇ ନେଣଦେଣ ସହ ଆଇନ୍‌ ଲଢେଇରେ ମଧ୍ୟ ଫସି ରହିଛି।

କହି ରଖୁଛୁ କି , ବାଇଜୁର ମାଲିକ ରବିନ୍ଦ୍ରନ୍‌ ୫ ବିଲିୟନ ଡଲାରର ମାଲିକ ଅଛନ୍ତି। ରବିନ୍ଦ୍ରନଙ୍କ କମ୍ପାନୀରେ ନିଜର ସବୁ ସେୟାର ବନ୍ଧକ ରଖି ବ୍ୟକ୍ତିଗତ ଭାବେ ପାଖାପାଖି ୪୦୦ ମିଲିୟନ ଡଲାରର ଋଣ କରିଛନ୍ତି।

ଅନେକ ବିବାଦରେ ଜଡ଼ିତ – 

ନିକଟରେ ଏକ ରେଟିଂ ଏଜେନ୍ସି ବାଇଜୁ ଭାଲ୍ୟୁସନ କମ୍‌ କରି ଦେଇଛି । ଇଡି ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା) ଅନୁସାରେ , ୯,୩୬୨.୩୫ କୋଟି ଟଙ୍କାର ରାଶିର ଉଲ୍ଲଙ୍ଘନ ପାଇଁ ବାଇଜୁ ଓ ରବିନ୍ଦ୍ରନଙ୍କୁ କାରଣ ଦର୍ଶାଇ ନୋଟିସ ଜାରି କରିଛି। ଏହିପରି , ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ୱାରା ଏହାକୁ ରାଷ୍ଟ୍ରୀୟ କମ୍ପାନୀ ଆଇନ ନ୍ୟାୟାଧିକରଣରେ ମଧ୍ୟ ଟଣା ଯାଇଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.