ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସୁନାପୁର ବେଳାଭୂମିରେ ଇକୋ-ରିଟ୍ରିଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ପାରାସୁଟ ଓ ନୌକା ବିହାରର ମଜା ନେବେ ପର୍ଯ୍ୟଟକ

ଚିକିଟି, ୦୧/୧୨ : ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଆଜି ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମି ଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ଇକୋ-ରିଟ୍ରିଟ ଉଦଘାଟନ କରାଯାଇଛି। ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ପର୍ଯ୍ୟଟକଙ୍କ ପାଇଁ ଏହି ଆଧୁନିକ ଢାଞ୍ଚାରେ ନିର୍ମିତ ରିଟ୍ରିଟରେ ରାତ୍ରୀ ଯାପନ ପଇଁ ୨୫ଟି ଶୀତ ତାପ ନିୟନ୍ତ୍ରଣ କକ୍ଷ ଓ ବିନା ଶୀତ ତାପ ନିୟନ୍ତ୍ରଣ କକ୍ଷର ସୁବିଧା ରହିଛି। 

ମଧ୍ୟାହ୍ନ ଓ ରାତ୍ର ପାଇଁ ସୁସ୍ୱାଦୁ ଖାଦ୍ୟ ବ୍ୟବସ୍ଥା ଥିବାବେଳେ, ସନ୍ଧ୍ୟାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା ରହିଛି l ପିଲାମାନଙ୍କ ପାଇଁ ପାର୍କ, ଖେଳିବା ପାଇଁ ମିନି ଷ୍ଟାଡିୟମ ସହ ପାରାସୁଟ, ନୌକା ବିହାର, ବସ ଯୋଗେ ପ୍ରସିଦ୍ଧ ଶକ୍ତିପୀଠ ଓ ଦର୍ଶନୀୟ ସ୍ଥାନ ବୁଲିବାକୁ ପାଇଁ ବ୍ୟବସ୍ଥା ରହିଛି। ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ତଥା ଡେପୁଟି କମିଶନର ବିନୋଦ ବେହେରା ସୂଚନା ଦେଇଛନ୍ତି l ଏହ। ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ଫେବୃୟାରୀ ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟରଞ୍ଜନ ପରିଡ଼ା, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପିଡି, ବ୍ରହ୍ମପୁର ଉପଜିଲ୍ଲାପାଳ, ଚିକିଟି ବ୍ଲକ୍ ଅଧକ୍ଷ ଆପନା ସେଠୀ, ଚିକିଟି ତହସିଲଦାର, ବିଡ଼ିଓ ଓପିଆର ମେମ୍ବରମାନେ ଉପସ୍ଥିତ ଥିଲେ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.