ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗରିବ କଲ୍ୟାଣ ଯୋଜନାରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମିଳିବ ଖାଦ୍ୟ ଶସ୍ୟ, ଉପକୃତ ହେବେ ୮୧ କୋଟି ଲୋକ

ନୂଆଦିଲ୍ଲୀ, ୨୯/୧୧: ଗରିବ ଗୁରୁବାଙ୍କ ପାଇଁ କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି । ୫ ବର୍ଷ ପର୍ଯ୍ୟନ୍ତ ଉପକୃତ ହେବେ ଦେଶର ୮୧ କୋଟି ଗରିବ ଲୋକ । ଆଜି କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୨୦୨ ଜାନୁଆରୀରୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ଏହି ଯୋଜନାରେ ପ୍ରତି ମାସ ଲୋକଙ୍କୁ ୫ କେଜି ଖାଦ୍ୟ ଶସ୍ୟ ମାଗଣାରେ ବିତରଣ କରାଯାଇଥାଏ । 

ମହାମାରୀ କୋଭିଡ୍ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଆରମ୍ଭ କରାଯାଇଥିଲା । ସେତେବେଳେ ରାସନ୍ କାର୍ଡ ହିତାଧିକାରୀଙ୍କୁ ଅତିରିକ୍ତ ୫ କେଜି (ବ୍ୟକ୍ତି ପିଛା ଗହମ କିମ୍ବା ଚାଉଳ) ଦିଆ ଯାଉଥିଲା । ଏଥିସହ ଅତିରିକ୍ତ ଭାବେ ଚଣା ବି ଯୋଗାଣ କରିଥିଲେ କେନ୍ଦ୍ର ସରକାର ।

ଗୁଜରାଟ ଯାଉଥିବା ସ୍ପେଶାଲ୍ ଟ୍ରେନରେ ବିଷାକ୍ତ ଖାଦ୍ୟ ଖାଇ ୯୦ ଯାତ୍ରୀ ଅସୁସ୍ଥ

ଏହା ପୂର୍ବରୁ ଚଳିତ ମାସରେ ନିର୍ବାଚନ ରାଲି ବେଳେ ପ୍ରଧାନମନ୍ତ୍ରୀ ମୋଦି ଭାଷଣରେ ଏହାର ଉଲ୍ଲେଖ କରିଥିଲେ । ୨୦୨୦ ଏପ୍ରିଲରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । କୋଭିଡ୍ ସମୟରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିବା ଗରିବଙ୍କ ଲାଗି ଦେଶରେ ଏହି ଯୋଜନାର ଆରମ୍ଭ କରାଯାଇଥିଲା । 

ପ୍ରଥମ ପର୍ଯ୍ୟାୟରେ ୨୦୨୦-୨୧ ଆର୍ଥିକ ବର୍ଷରେ ଏପ୍ରିଲରୁ ଜୁନ୍ ୨୦୨୦ ପାଇଁ ଆରମ୍ଭ ହୋଇଥିଲା । ପରେ ଏହାକୁ ୭ଟି ପର୍ଯ୍ୟାୟରେ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହା ଦ୍ୱାରା ୮୦ କୋଟିରୁ ଅଧିକ ନାଗରିକ ଉପକୃତ ହେଉଛନ୍ତି ।

ଜାପାନ ଉପକୂଳରେ ଆମେରିକା ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ସମସ୍ତ ୮ ଲୋକ ନିଖୋଜ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.