ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ସମୟରେ ରାଜନୀତି କରନ୍ତୁ, ସମ୍ବେଦନଶୀଳ ମାମଲାରେ ନୁହେଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୭/୦୨: ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ସରକାରରେ ସବୁଠୁ ବଡ଼ ଆହ୍ୱାନ ଥିଲା ମହାମାରୀ କୋଭିଡ୍ । ତେବେ ସମସ୍ତେ ଦଳଗତ ଭାବେ କାମ କରିବା ଯୋଗୁଁ ଦେଶରେ ଓଡ଼ିଶାରେ ମୃତ୍ୟୁହାର ସବୁଠାରୁ କମ୍ ରହିଥିଲା । ଓଡ଼ିଶାର ଅମ୍ଳଜାନ ଲୋକଙ୍କ ଜୀବନ ବଞ୍ଚାଇଥିଲା ।

ଭୁବନେଶ୍ୱର ସହ ରାଉରକେଲାର ହକି ବିଶ୍ୱକପ୍ ଆୟୋଜନ ହୋଇଥିଲା । ପ୍ରଥମଥର ପାଇଁ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାରେ ହକି ବିଶ୍ୱକପ୍ ଖେଳା ଯାଇଥିବା ବେଳେ ରେକର୍ଡ ସମୟରେ ନିର୍ମାଣ ହୋଇଥିଲା ବିଶ୍ୱସ୍ତରୀୟ ଷ୍ଟାଡିୟମ୍ । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଲୋକାର୍ପିତ ହୋଇଛି ପରିକ୍ରମା ପ୍ରକଳ୍ପ । ଶ୍ରୀମନ୍ଦିର ସହ ମାଆ ସମଲେଇ ପ୍ରକଳ୍ପ ମଧ୍ୟ ଲୋକାର୍ପିତ ହୋଇଛି । ରାଜ୍ୟର ଅନ୍ୟ ପ୍ରମୁଖ ମନ୍ଦିର ସହ ଅନ୍ୟ ଧର୍ମାନୁଷ୍ଠାନର ନବୀକରଣ କରାଯାଉଛି ।

ଓଡ଼ିଶାର ବିକାଶରେ ୫ଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ । କେବଳ ଓଡ଼ିଶା ନୁହେଁ ସାରା ଦେଶ ପାଇଁ ୫ଟି ଗେମ୍ ଚେଞ୍ଜର୍ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟବାସୀଙ୍କ ପାଇଁ ବରଦାନ ସାଜିଛି । ପ୍ରତିମାସରେ ଦେଢ଼ ଲକ୍ଷରୁ ଅଧିକ ଲୋକ ମାଗାଣ ଚିକିତ୍ସା ସେବା ପାଉଛନ୍ତି । ଏଥିରେ ସରକାର ମାସିକ ୨୫୦ କୋଟି ଖର୍ଚ୍ଚ କରୁଛନ୍ତି ।

ଆଦିବାସୀ ଭାଇଭଉଣୀଙ୍କ ଲାଗି ଲାଭ ଯୋଜନା ଅଣା ଯାଇଛି । ଆଦିବାସୀଙ୍କ ସଂସ୍କୃତି, ଭାଷାକୁ ସଂରକ୍ଷିତ ରଖିବା ଓ ପ୍ରୋତ୍ସାହିତ କରିବା ଲାଗି ପଦକ୍ଷେପ ନିଆ ଯାଇଛି । ମହିଳା ସଶକ୍ତିକରଣ ଲାଗି ପଦକ୍ଷେପ ନିଆ ଯାଇଛି । ଏସଏଚଜି ଗ୍ରୁପକୁ ଶୂନ ପ୍ରତିଶତ ସୁଧରେ ଯୋଗାଇ ଦିଆ ଯାଉଛି ଋଣ । ରାଜ୍ୟରେ ମହିଳା ବିରୋଧୀ ହିଂସା ହ୍ରାସ ପାଇଛି । ଓଡ଼ିଶା ହୋଇଛି ରାଜସ୍ୱ ବଳକା ରାଜ୍ୟ ।

ଓଡ଼ିଶା ସବୁ କ୍ଷେତ୍ରରେ ସମୃଦ୍ଧିର ଶିଖର ଛୁଉଁଥିବା ବେଳେ ବିରୋଧୀ ସବୁକିଛିକୁ ନେଇ ରାଜନୀତିରେ ବ୍ୟସ୍ତ । କୌଣସି ଅପରାଧକୁ ନେଇ ବିରୋଧୀ ରାଜ୍ୟ ଓ ରାଜ୍ୟବାସୀଙ୍କ ମାନହାନି କରୁଛନ୍ତି । ନୟାଗଡ଼ ପରୀ ମାମଲାରେ କୋର୍ଟଙ୍କ ରାୟ ଆସିଛି । ଏ ସମ୍ବେଦନଶୀଳ ମାମଲାରେ ବି ବିରୋଧୀ ରାଜନୀତି କରିବା ସହ ଗୃହ କାର୍ଯ୍ୟରେ ବାଧା ଉପୁଜାଇ ଥିଲେ ।

ରାଜ୍ୟବାସୀ ଜାଣନ୍ତି ଅଭିଯୁକ୍ତଙ୍କୁ ଜାମିନରେ ମୁକୁଳାଇ ଆଣିବା ଲାଗି କିଏ ଚେଷ୍ଟା କରୁଛି । କିଏ ନ୍ୟାୟିକ ବ୍ୟବସ୍ଥାକୁ ଭୁଶୁ଼ଡ଼ାଇବାକୁ ଚାହୁଁଛି । ଏବେ ଦୋଷୀକୁ ଶାସ୍ତି ମିଳିଛି । ମୁଁ ୨୪ ବର୍ଷ ଧରି ପବିତ୍ର ଗୃହର ସଦସ୍ୟ ରହି ଆସିଛି । ପୂର୍ବରୁ କେବେ ଏଭଳି ସମ୍ବେଦନଶୀଳ ମାମଲାରେ ହୀନ ରାଜନୀତି ଦେଖି ନଥିଲି । ଯେଉଁମାନେ ରାଜନୈତିକ ସ୍ୱାର୍ଥ୍ୱ ପାଇଁ ରାଜ୍ୟର ସମ୍ମାନ ହାନି କରୁଛନ୍ତି, ସେମାନଙ୍କୁ ଲୋକେ କେବେ କ୍ଷମା କରିବେ ନାହିଁ ।

ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ ନିବେଦନ କରି କହିଛନ୍ତି, ନିର୍ବାଚନ ସମୟରେ ରାଜନୀତି କରନ୍ତୁ । ସମ୍ବେଦନଶୀଳ ଘଟଣା, ବିକାଶମୂଳକ କାର୍ଯ୍ୟରେ ରାଜନୀତି କରନ୍ତୁ ନାହିଁ । ନୂଆ ଓ ସଶକ୍ତ ଓଡ଼ିଶା ଗଠନ ଲାଗି ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ଏକାଠି କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.