ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଅଧିକ ମିଠା ଖାଇଲେ ଡାଇବେଟିସ୍‌ ହୋଇ ଥାଏ କି ? ଯଦି ଆପଣ ଏମିତି ଭାବୁଛନ୍ତି ତ ଏହାକୁ ମଧ୍ୟ ନିହାତି ଜାଣନ୍ତୁ

ମୁମ୍ୱାଇ : ଅଧିକ ମିଠା କି ଚିନି ଖାଇବା ଦ୍ୱାରା ଡାଇବେଟିସ୍‌ ହୋଇଥାଏ କି ? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଥାଏ। ଯଦି ଆପଣ ମଧ୍ୟ ଏମିତି ଭାବୁଥାନ୍ତି ତ ସାଧାରଣ ଉତ୍ତର ହେଉଛି , ଏହା ସଂପୂର୍ଣ୍ଣ ଠିକ୍‌ ନୁହେଁ। ଏହି କଥା ସତ କି ଆପଣ ଆବଶ୍ୟକତା ଠାରୁ ଅଧିକ ଚିନି ଖାଉଛନ୍ତି ତ ଡାଇବେଟିସ୍‌ର ରିସ୍କ ବଢ଼ିପାରେ । କିନ୍ତୁ ବଲ୍ଡ୍‌ ସୁଗାର ବଢ଼ିବାରେ କେବଳ ଚିନି ବା ମିଠା ଦାୟୀ ନୁହେଁ । ଏଠାରେ ଆସନ୍ତୁ ଜାଣିବା ଡାଇବେଟିସ ସହ ଜଡ଼ିତ କିଛି ଏମିତି କଥା ଯାହାକୁ ସମସ୍ତେ ଜାଣିବା ଉଚିତ୍‌ । 

ଓଜନ କମାଇବା ପାଇଁ ଯଥେଷ୍ଟ ନୁହେଁ ୧୦ ହଜାର ଷ୍ଟେପ୍, ଜାଣନ୍ତୁ ବୟସ ଅନୁସାରେ ପ୍ରତିଦିନ କେତେ ପାଦ ଚାଲିବା ଉଚିତ୍

 

ଡାଇବେଟିସର ଇନ୍ସୁଲିନ କନେକ୍ସନ – ଡାଇବେଟିସ ବ୍ଲଡ୍‌ ସୁଗାର ସହ ଜଡ଼ିତ ରୋଗ ହୋଇ ଥିବାରୁ ଅଧିକାଂଶ ଲୋକେ ଭାବନ୍ତି କି ମିଠା ବା ଚିନି ଖାଇବା ଦ୍ୱାରା ଆପଣଙ୍କୁ ସୁଗାରର ରୋଗ ହୋଇପାରେ । ତାହେଲେ ପ୍ରଥମେ ବୁଝିବା କି  ଡାଇବେଟିସ କଣ। ଯେବେ ଆମେ ମିଠା ବା ଆଳୁ , ଭାତ , ରୁଟି ଭଳି ଜିନିଷ ଖାଉଛନ୍ତି ତ ଏହା ଆମକୁ ଶକ୍ତି ଦେବା ପାଇଁ ସୁଗାରରେ ପରିବର୍ତ୍ତନ ହୋଇଯାଏ । ଏହି ସୁଗାର ଆମର ରକ୍ତରେ ନ ରହି କୋଶିକା ଗୁଡ଼ିକରେ ପହଞ୍ଚିଲେ ଏନର୍ଜି ମିଳିଥାଏ। ଇନ୍ସୁଲିନ୍‌ର କାମ ହୋଇଥାଏ ଏହାକୁ କୋଶିକା ଯାଏ ପହଞ୍ଚାଇବା। 

 ହୋଇପାରେ ଗୁରୁତର ରୋଗ – ଯଦି ଆପଣଙ୍କର ପାନକ୍ରିୟାଜ୍‌ ପର୍ଯ୍ୟାପ୍ତ ପରିମାଣରେ ଇନ୍ସୁଲିନ୍‌ ତିଆରି କରେ ନାହିଁ ବା ଆପଣଙ୍କ ସେଲ୍ସ ହିଁ ଇନ୍ସୁଲିନ୍‌ ଉପରେ ପ୍ରତିକ୍ରିୟା ଦିଏନାହିଁ ତ ସୁଗାର କୋଶିକା ଗୁଡ଼ିକୁ ନଯାଇ ବ୍ଲଡ୍‌ରେ ଏକାଠି ହେବାକୁ ଲାଗେ । ଏହି ସ୍ଥିତି ଦୀର୍ଘ ସମୟ ଯାଏ ରହିଲେ ହାର୍ଟ , କିଡନୀ ସହ ଜଡ଼ିତ ଅନେକ ଗୁରୁତର ରୋଗ ହୋଇପାରେ । ଆଖିର ଦୃଷ୍ଟିଶକ୍ତି ଓ ଏମିତି ବି ଜୀବନ ମଧ୍ୟ ଚାଲି ଯାଇପାରେ। ଡାଇବେଟିସ୍‌-୨ ପ୍ରକାରର ହୋଇଥାଏ । ଟାଇପ୍‌ -୧ ଓ ଟାଇପ୍‌-୨ । 

 ଟାଇପ୍‌-୧ ଡାଇବେଟିସ୍‌ କଣ –

 ଟାଇପ୍‌-୧ ଡାଇବେଟିସ ଅଧିକାଂଶ ଜେନେଟିକ୍‌ ଧରଣର ହୋଇଥାଏ । ଏଥିରେ ଆପଣଙ୍କର ଇମ୍ୟୁନି ସିଷ୍ଟମ ହିଁ ପାନକ୍ରିୟାଜ ଉପରେ ଆଟାକ୍‌ କରିଥାଏ, ଏଥିରେ ଏହି ଇନ୍ସୁଲିନ୍‌ ପ୍ରସ୍ତୁତ ହୋଇପାରେ ନାହିଁ । 

 କାହାକୁ ହୋଇଥାଏ ଟାଇପ-୨  ଡାଇବେଟିସ୍‌-

 ଟାଇପ୍‌-୨ ଡାଇବେଟିସ୍‌ର ୯୦ ପ୍ରତିଶତ କେସ୍‌ ର କାରଣ ଖାଦ୍ୟପେୟର ଖରାପ ଅଭ୍ୟାସ ଓ ଅବହେଳିତ ଲାଇଫଷ୍ଟାଇଲ୍‌ ହୋଇଥାଏ। ଏଥିପାଇଁ ଯଦି ଆପଣଙ୍କର ପାନକ୍ରିଆଜ ଓ ଇମ୍ୟୁନି ସିଷ୍ଟମ ଠିକ୍‌ରେ କାମ କରୁଛି ତ କେବଳ ଚିନି ବା ମିଠା ଖାଇବା ଦ୍ୱାରା ଆପଣଙ୍କୁ ଡାଇବେଟିସ ହୁଏ ନାହିଁ। ଯଦି ଆପଣଙ୍କ ପରିବାରରେ କାହାକୁ ଡାଇବେଟିସ ଅଛି ବା ଆପଣଙ୍କର ଲାଇଫଷ୍ଟାଇଲ ଗଡ଼ବଡ଼ ତ ଏହା ଜରୁରୀ କି ସତର୍କତା ଅବଲମ୍ୱନ କରିବା । 

ଅଧିକ ଲୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ , ଉଚ୍ଚ ରକ୍ତଚାପ ସହ ଏସବୁ ରୋଗ ହୋଇପାରେ

 ଡାଇବେଟିସର କାରଣ - ଯଦି ଆପଣ ବ୍ୟାୟାମ କରୁନାହାନ୍ତି , ଓଜନ ଅଧିକ ହୋଇ ଯାଇଛି, ପର୍ଯ୍ୟାପ୍ତ ପରିମାଣର ଶୋଉ ନାହାନ୍ତି , ନିଶାପାନ କରୁଛନ୍ତି ତ କମ୍‌ ଚିନି ଖାଇଲେ ବି  ଆପଣଙ୍କୁ ଡାଇବେଟିସ ହୋଇପାରେ । ହେଲେ ଅଧିକ ମାତ୍ରାରେ ଚିନି ବା ମିଠା ଖାଇବାରେ ଆହୁରି ଅନେକ କ୍ଷତି ବି ହେବାର ଅଧ୍ୟୟନରୁ ଜଣାପଡ଼ିଛି। ଫଳ ଓ ଖାଦ୍ୟରୁ ମିଳୁଥିବା ମିଠା ବା ଚିନି ଏତେ କ୍ଷତିକର   ହୋଇନଥାଏ ,ଯେତେ ପ୍ରୋସେଡ୍‌ ଭାବେ ତିଆରି ହୋଇଥାଏ। ଏହି ପ୍ୟାକେଡ୍‌ ଫ୍ରୁଟ୍‌ ଜୁସ୍‌ , କୋଲ୍ଡ ଡ୍ରିଙ୍କସ, ଚକଲେଟ୍ସ , କୁକିଜ୍‌ରେ ଖୁବ୍‌ ମାତ୍ରାରେ ଏହା ଥାଏ। କିଛି ଅଧ୍ୟୟନରେ ଏହା ବି ଜଣାପଡ଼ିଛିକି ଯଦି ପ୍ରତିଦିନ ଗୋଟିଏ ଫଳ ଖାଆନ୍ତି ତ ଡାଇବେଟିସର ବିପଦ ୭-୧୩ ପ୍ରତିଶତ ହ୍ରାସ ପାଇଥାଏ ।  

Sugar Eating
Diabetes risk

Copyright © 2022 - Summa Real Media Private Limited. All Rights Reserved.