ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ମାଲବୀୟ ମିଶନର ଶୁଭାରମ୍ଭ, ୧୧୧ ଟି ମାଲବୀୟ ମିଶନ କେନ୍ଦ୍ର ମାଧ୍ୟମରେ ୧୫ ଲକ୍ଷ ଶିକ୍ଷକଙ୍କ କାପାସିଟି ବିଲଡିଂ ବଢାଯିବ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୫।୯ -   ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ କାପାସିଟି ବିଲଡିଂ ବଢାଇବା ପାଇଁ ପବିତ୍ର ‘ଗୁରୁ ଦିବସ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଦେଶବ୍ୟାପୀ ନିରନ୍ତର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଲବୀୟ ମିଶନର ଶୁଭାରମ୍ଭ କରିଛନ୍ତି ।      

 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ମିଶନ ଦ୍ୱାରା ସମଗ୍ର ଭାରତ ବର୍ଷରେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ୧୧୧ଟି ମାଲବୀୟ ମିଶନ କେନ୍ଦ୍ର ମାଧ୍ୟମରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ୧୫ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରାଧ୍ୟାପକ ମାନଙ୍କର କ୍ଷମତା ବୃଦ୍ଧି କରିବା ପାଇଁ ତାଲିମ ଦିଆଯିବ । ଏହା ଦ୍ୱାରା ସେମାନଙ୍କର କାର୍ଯ୍ୟ କ୍ଷେତ୍ରରେ ବିକାଶ ହେବ । ଭାରତୀୟ ମୂଲ୍ୟବୋଧକୁ ଗଭୀର ଭାବରେ ବୁଝିବା ସହିତ ଆମର ଶିକ୍ଷକମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ମିଶନ ଆରମ୍ଭ କରାଯାଇଛି । ଶିକ୍ଷକଙ୍କ ପ୍ରଶିକ୍ଷଣରେ ଗୁଣାତ୍ମକ ମାନ ବଢାଇବା, ଶିକ୍ଷକମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି କରିବା ଏବଂ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟକୁ ବାସ୍ତବ ରୂପ ଦେବା  ଏହି ମିଶନର ଲକ୍ଷ୍ୟ ରହିଛି । ଶିକ୍ଷକଙ୍କ କ୍ୟାରିୟର ମାର୍ଗକୁ ଆଗକୁ ନେବା ପାଇଁ ମାଲବୀୟ ମିଶନ ଅଧୀନରେ କାପାସିଟି  ବିଲଡିଂକୁ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ମଧ୍ୟ ମ୍ୟାପିଂ କରାଯିବ । ଶିକ୍ଷକଙ୍କ ବିକାଶ ପାଇଁ ଭାରତ ସରକାର ପ୍ରତିବଦ୍ଧ ।

 

ଦେଶର ସାମାଜିକ ସମରସତା, ସମ୍ବିଧାନ ଓ ପ୍ରଜାତନ୍ତ୍ର ପ୍ରତି ପ୍ରତିବଦ୍ଧତାର ମୂଳ ପ୍ରୟୋଗଶାଳା ହେଉଛି ଶିକ୍ଷା । ମଦନ ମୋହନ ମାଲବୀୟଙ୍କ ଭଳି ଆମର ମହାପୁରୁଷମାନେ ସବୁବେଳେ ଶିକ୍ଷା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଛନ୍ତି । ସମାଜ ଓ ଶିକ୍ଷାର ଅନନ୍ୟ ସମ୍ପର୍କ ରହିଛି। ଯେଉଁ ସମାଜ ଗଭୀର ଭାବରେ ଚିନ୍ତା କରିବା ନାହିଁ, ଗବେଷଣା କରିବ ନାହିଁ ତେବେ ସେ ସୃଜନଶୀଳ ହୋଇପାରିବ ନାହିଁ । ଏହା ଦ୍ୱାରା ସମାଜର ଅଗ୍ରଗତି ମଧ୍ୟ ହୋଇପାରିବ ନାହିଁ । ଚନ୍ଦ୍ରାୟାନ-୩ ଅଭିଯାନରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସମାଜକୁ ବୈଜ୍ଞାନିକ ଓ କୁଶଳୀ କରିବା ହେଉଛି ଶିକ୍ଷା ମାଧ୍ୟମରେ ଶିକ୍ଷକଙ୍କର ଦାୟିତ୍ୱ । ଆମ ଶିକ୍ଷା ସମାଜର ଦାୟିତ୍ୱ ଦୁନିଆର ସବୁ ବିଷୟ ଜାଣିବା ଏବଂ ସେ ସବୁକୁ ଛାତ୍ରଛାତ୍ରୀଙ୍କୁ ଜଣାଇବା । ଦେଶକୁ ବୈଜ୍ଞାନିକ, ଆଧୁନିକ, ବିକଶିତ ଭାରତରେ ପରିଣତ କରିବା ପାଇଁ ହେଲେ ପ୍ରଥମ ରଣନୀତି ହେଉଛି ଶିକ୍ଷା ବ୍ୟବସ୍ଥାକୁ ମଜଭୂତ୍ କରିବାକୁ ହେବ । ଶିକ୍ଷକଙ୍କ କାପାସିଟି ବଲଡିଂ ବଢାଇବାକୁ ହେବ । ତେବେ ଯାଇ ସମାଜ ଆଗକୁ ବଢିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।    ଏହି ଅବସରରେ ଶ୍ରୀ ପ୍ରଧାନ ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡ. ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

ଆହୁରି ପଢନ୍ତୁ : ପୁଲିସକୁ ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣ

Copyright © 2022 - Summa Real Media Private Limited. All Rights Reserved.