କଳାହାଣ୍ଡି, ୦୯/୧୨ : ବରଯାତ୍ରୀ ଯାଇ ଫେରିବା ସମୟରେ କାର ଦୁର୍ଘଟଣା। ଜଣେ ମୃତ ୩ ଗୁରୁତର। ବଣ୍ଡାକୁଟ୍ରା ନିକଟରେ ଏହି ଦୁର୍ଘଟଣା ଘଟିଛି।
ସୂଚନାନୁଯାୟୀ, ନୂଆପଡା ଜିଲ୍ଲା ସିନାପାଲିରୁ ପଳାସକୁ ଏକ କାର (ନଂ OD08K4585)ରେ ବରଯାତ୍ରୀ ଯାଇ ଫେରୁଥିଲେ। ବଣ୍ଡାକୁଟ୍ରା ନିକଟରେ ଭାରସାମ୍ୟ ହରାଇ କାର୍ଟି ନିକଟ ପୋଲରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ବଣ୍ଡାକୁଟ୍ରା ଗାଁର ହିମାଂଶୁ ମେହେର।