ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ୍ରେନ୍ ସହ ଧକ୍କା ହେଲା କାର୍, ୪ ଗୁରୁତର

କଟକ, ୦୩/୦୩ : କଟକ ସହରସ୍ଥିତ ଏବିଆଇଟି କଲେଜ ଗଡା ନଦୀବନ୍ଧ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଶନିବାର ବିଳମ୍ବିତ ରାତିରେ ଏକ କାର୍ ବେଲଭ୍ୟୂ ଛକ ଆଡୁ ଆସୁଥିବା ବେଳେ ସେଠାରେ ବିଦ୍ୟୁତ୍ ଖୁଣ୍ଟି ପୋତିବା ପାଇଁ ଠିଆ ହୋଇଥିବା କ୍ରେନ୍ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ଉଭୟ କାର ଓ କ୍ରେନରେ ବସିଥିବା ଲୋକେ ଆହତ ହୋଇଛନ୍ତି। 

ସୂଚନାନୁଯାୟୀ, କାର ଭିତରେ ଦୁଇଜଣ ଯୁବକ ଓ ଜଣେ ଯୁବତୀ ବସିଥିବା ବେଳେ କ୍ରେନ୍‌ରେ ଡ୍ରାଇଭର ଓ ହେଲପର୍ ବସିଥିଲେ। ଗୁରୁତର ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ମେଡିକାଲ୍ ପଠାଇଥିଲେ। ତେବେ କାରରେ ଥିବା ଯୁବକ ଯୁବତୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.