ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

୨.୮୪ ଲକ୍ଷ ଟନ୍‌ ଗହମ ଏବଂ ୫୮୩୦ ଟନ୍‌ ଚାଉଳ ଛାଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ,୨୦/୧୧: ଖୁଚୁରା ବଜାରରେ ଏବେ ଗହମ ଦର ଅନିୟନ୍ତ୍ରିତ । ଦର ନିୟନ୍ତ୍ରଣ କରିବା ଲାଗି ଖୋଲା ବଜାରକୁ କେନ୍ଦ୍ର ସରକାର ନିଲାମ ଜରିଆରେ ଗହମ ଯୋଗାଇ ଦେଉଛନ୍ତି । ଏହା ଅଧିନରେ ୨.୮୪ ଲକ୍ଷ ଟନ୍‌ ଗହମ ଏବଂ ୫୮୩୦ ଟନ୍‌ ଚାଉଳ  ବଜାରକୁ ଛାଡିଛନ୍ତି କେନ୍ଦ୍ର ସରକାର । ଇ-ନିଲାମ ଦ୍ୱାରା ୨,୩୩୪ ବିଡରଙ୍କୁ ମିଳିଛି ଏହି  ଖାଦ୍ୟ ସାମଗ୍ରୀ । 

ଖାଦ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ନଭେମ୍ବର ୧୫ରେ ଅନୁଷ୍ଠିତ  ହୋଇଥିବା ୨୧ ତମ ଇ-ନିଲାମ ଜରିଆରେ ୩ ଲକ୍ଷ ଟନ୍‌ ଗହମ ଏବଂ ୧.୭୯ ଲକ୍ଷ ଟନ୍‌  ଚାଉଳ ଖୋଲା ବଜାରକୁ ଓପନ ମାର୍କେଟ ସେଲ୍‌ ସ୍କିମ (ଓଏମ୍‌ଏସ୍‌ଏସ୍‌) ଜରିଆରେ ଯୋଗାଇ ଦିଆଯାଇଛି। 

ବିଡରଙ୍କୁ ୨.୮୪ ଲକ୍ଷ ଟନ୍‌ ଗହମ ଓ ୫୮୩୦ ଟନ୍‌ ଚାଉଳ ବିକ୍ରି କରାଯାଇଥିବା  ମନ୍ତ୍ରଣାଳୟ ଉଲ୍ଲେଖ କରିଛି । ଦରଦାମ ସ୍ୱାଭାବିକ ସ୍ଥିତିକୁ ଆଣିବା ଲାଗି ପ୍ରତି ସପ୍ତାହରେ  ଏଭଳି କାର‌୍ୟ୍ୟକ୍ରମ ହାତକୁ ନିଆଯାଉଛି । ଉଭୟ ଚାଉଳ ଏବଂ ଗହମ ନିଲାମ ହେଉଛି । କେନ୍ଦ୍ର  ସରକାରଙ୍କ ନୋଡାଲ ଏଜେନ୍ସି ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ପକ୍ଷରୁ ଓଏମ୍‌ଏସ୍‌ଏସ୍‌  ସ୍କିମ ଜରିଆରେ ଏହାର ଗଚ୍ଛିତ ଖାଦ୍ୟ ଶସ୍ୟ ମଧ୍ୟରୁ ଖୋଲା ବଜାରକୁ ଯୋଗାଣ ହେଉଛି ।

Copyright © 2022 - Summa Real Media Private Limited. All Rights Reserved.