ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

OpenAI ସିଇଓ ଅଲ୍ଟମ୍ୟାନଙ୍କୁ ହଟାଇଲା ବୋର୍ଡ, ମୀରା ମୁରାତିଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ, ୧୮/୧୧: ଚାଟଜିପିଟି ପ୍ରସ୍ତୁତକାରୀ କମ୍ପାନୀ ଓପନ୍ଏଆଇର ସହ ପ୍ରତିଷ୍ଠାତା ତଥା ସିଇଓ ସ୍ୟାମ୍ ଅଲ୍ଟମ୍ୟାନଙ୍କୁ ପଦରୁ ହଟାଇ ଦିଆଯାଇଛି । ଅଲ୍ଟମ୍ୟାନଙ୍କ ଉପରେ ବୋର୍ଡର ଆଉ ଭରସା ନାହିଁ । ଫଳରେ ଅଲ୍ଟମ୍ୟାନ୍ ପଦରୁ ଇସ୍ତଫା ଦେଇଥିବା ଓପନ୍ଏଆଇ ପକ୍ଷରୁ କୁହାଯାଇଛି ।

ଅଲ୍ଟମ୍ୟାନଙ୍କ ସ୍ଥାନରେ ଚିଫ୍ ଟେକ୍ନୋଲୋଜି ଅଫିସର ମୀରା ମୁରାତିଙ୍କୁ ଅନ୍ତରୀଣ ସିଇଓ କରାଯାଇଛି । ଏହି ସମୟରେ କମ୍ପାନୀ ସ୍ଥାୟୀ ସିଇଓଙ୍କ ସନ୍ଧାନ କରିବ । ଏହାଛଡ଼ା ଓପନ୍ଏଆଇର ସଭାପତି ଗ୍ରେଗ୍ ବ୍ରାଙ୍କମ୍ୟାନ୍ ମଧ୍ୟ ବୋର୍ଡ ଅଧ୍ୟକ୍ଷ ପଦ ଛାଡ଼ିବେ ବୋଲି ଜଣାପଡ଼ିଛି ।

ସାବଧାନ ! ପରକୀୟା ପ୍ରୀତି ଖୋଜାରେ ଘରୋଇ ଗୁଇନ୍ଦା, ଭାବି ଜୀବନସାଥୀର ବାହାର କରୁଛନ୍ତି କୁଣ୍ଡଳି..

ସାନ ଫ୍ରାନ୍ସିସ୍କୋର ଓପନ୍ଏଆଇ ହେଉଛି ଏକ ଘରୋଇ ରିସର୍ଚ୍ଚ ଲ୍ୟାବ୍ । ଯାହାକି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବିକଶିତ କରେ । ଏହାର ପ୍ରତିଷ୍ଠା ୨୦୧୫ରେ ଅଲ୍ଟମ୍ୟାନ୍, ଏଲନ୍ ମସ୍କ ଓ ଅନ୍ୟମାନେ ଅଣ ଲାଭକାରୀ ସଂସ୍ଥା ଭାବେ କରିଥିଲେ ।

ସିଇଓ ପଦ ଛାଡ଼ିବା ପରେ ସ୍ୟାମ୍ ଅଲ୍ଟମ୍ୟାନ କହିଛନ୍ତି, ଓପନ୍ଏଆଇରେ ଅତିବାହିତ କରିଥିବା ସମୟ ବହୁତ ପସନ୍ଦ ଆସିଛି । ଏବେ ଆଗକୁ କଣ କରିବି, ତାକୁ ନେଇ ବହୁତ କିଛି କହିବାର ଅଛି । ଏବେ ଅଲ୍ଟମ୍ୟାନଙ୍କ ସ୍ଥାନରେ ଅନ୍ତରୀମ ସିଇଓ ନିଯୁକ୍ତ ହୋଇଥିବା ମୀରା ମୁରାତି ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ।

ଆରବ ସାଗରରେ ମିଳିତ ଅଭ୍ୟାସ କରିବେ ଚୀନ ଓ ପାକିସ୍ତାନ ନୌସେନା, ଡ୍ରାଗନ୍ ଉପରେ ଅସ୍ତ୍ରଶସ୍ତ୍ର ପାଇଁ ବଢ଼ୁଛି ନିର୍ଭରତା

ଅଲ୍ବାନିଆରେ ଜନ୍ମିତ ମୀରା, କାନାଡ଼ାରେ ପଢ଼ିଥିଲେ । ଟେସଲାରେ କାମ କରିବା ପରେ ୨୦୧୮ରେ ସାମିଲ୍ ହୋଇଥିଲେ ଓପନ୍ଏଆଇରେ । ଟେସଲାର ମଡେଲ୍ ଏକ୍ସ କାର ନିର୍ମାଣରେ ମୀରାଙ୍କ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ଓପନ୍ଏଆଇରେ ମୀରାଙ୍କୁ ଆପ୍ଲାଏଡ ଏ.ଆଇ ଆଣ୍ଡ ପାର୍ଟନରସିପ୍ ଭାଇସ୍ ପ୍ରେସିଡେଣ୍ଟ ଭାବେ ନିଯୁକ୍ତି ଦେଇଥିଲା । 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.