ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏହି ୩ଟି ଉପାୟରେ ପେଟ୍ରୋଲ ପମ୍ପରେ ହୋଇଥାଏ ଠକେଇ ଖେଳ , କେହି ମଧ୍ୟ ଏହାକୁ ଧରି ପାରନ୍ତି ନାହିଁ !

ନୂଆଦିଲ୍ଲୀ – କାର୍‌ ବା ବାଇକ୍‌ ବ୍ୟବହାର କରୁଛନ୍ତି ତ, ପେଟ୍ରୋଲ ପମ୍ପକୁ ପ୍ରତିଦିନ ଯିବା ଆସିବା ଲାଗି ରହିଥାଏ। କିନ୍ତୁ ଏହା ସେହି ସ୍ଥାନ ଯେଉଁଠି ଆପଣ ଗାଡ଼ିରେ ଇନ୍ଧନ ଭରି ଥାନ୍ତି , ଆଉ ସେଠାରେ ସାବଧାନତା ନରହିଲେ ଏଠାରେ ଆପଣ ଆଖି ଆଗରେ ଠକେଇର ଶିକାର ହୋଇ ପାରନ୍ତି । ଖେଳ ଏଠି ନଜରର, ଯେଉଁଥିରେ ଆପଣ ଏହି ଠକେଇର ଶିକାରରୁ ରକ୍ଷା ପାଇ ପାରିବେ। ଆସନ୍ତୁ ଜାଣିବା ଜମ୍ପ ଟ୍ରିକ୍‌ରୁ ନେଇ ଡେନସିଟ୍‌ ମିଟରରେ କେମିତି ହୋଇଥାଏ ହେରଫେର , ଯେଉଁଥିରେ ଆପଣଙ୍କ ତେଲରୁ ହୋଇଥାଏ ବାଟ ମାରଣ। 


ମିଟରରେ ଜିରୋ ଦେଖି ସନ୍ତୁଷ୍ଟ ହୁଅ ନାହିଁ –

ଯେବେ ଆପଣ ନିଜର ଗାଡ଼ି ନେଇ ପେଟ୍ରେଲ ପମ୍ପରେ ପେଟ୍ରୋଲ ବା ଡିଜେଲ ଭରିବାକୁ ପହଞ୍ଚନ୍ତି ତ , ଫୁଏଲ ପକାଇବା ପୂର୍ବରୁ କର୍ମଚାରୀ ଆପଣଙ୍କ ମିଟରରେ ଜିରୋ ଚେକ୍‌ କରିବାକୁ କହିଥାନ୍ତି,  ଆପଣ ଏହି ଜିରୋକୁ ଦେଖି ସନ୍ତୁଷ୍ଟ ହୋଇ ଯାନ୍ତି କି ,ଗାଡ଼ିରେ ପୂରା ଟଙ୍କାର ପେଟ୍ରୋଲ ଭରିଗଲା। କିନ୍ତୁ ବାସ୍ତବତା ଏୟା ଯେ, ଏହି ମିଟରରେ ହିଁ ଠକେଇ ହୋଇଥାଏ । ଏହି ମିଟରରେ ଏକ ଡିସ୍‌ପ୍ଲେ ଏମିତି ମଧ୍ୟ ଥାଏ ,ଯେଉଁଠି ନଜର ରଖିବା ଆପଣଙ୍କ ପାଇଁ ଖୁବ୍‌ ଜରୁରୀ।

Density ମିଟରରେ ନଜର ରଖିବା ଜରୁରୀ –

ଗ୍ରାହକଙ୍କ ସହ ଠକେଇର ଏହି ଖେଳ ଆପଣଙ୍କ ଗାଡ଼ିରେ ପକାଯାଉ ଥିବା ପେଟ୍ରୋଲ-ଡିଜେଲର ଶୁଦ୍ଧତା ସହ ଜଡ଼ିତ। ଯେଉଁଥିରେ ହେରଫେର୍‌ କରି ଆପଣଙ୍କୁ ଚୂନ ଲଗାଯାଇ ପାରେ। ପେଟ୍ରୋଲ ପମ୍ପର ମେସିନ୍‌ରେ ଅଲଗା ଅଲଗା ସେକ୍ସନରେ ଆପଣଙ୍କୁ କେତେ ଟଙ୍କାର ପେଟ୍ରୋଲ ଭରିଲା , କେତେ ମାତ୍ରାରେ ପେଟ୍ରୋଲ ଭରିଲା , ଏହି ସବୁ ଡାଟା ଦେଖାଇ ଥାଏ। ଏହି ମେସିନରେ ଏକ ସ୍କ୍ରିନ୍‌ରେ ଡେନସିଟ୍‌ ମଧ୍ୟ ଦେଖାଦେଇ ଥାଏ, ଯାହା ସିଧା ଭାବେ ଇନ୍ଧନର କ୍ୱାଲିଟି ଅର୍ଥାତ୍‌ ଶୁଦ୍ଧତାକୁ ଦର୍ଶାଇ ଥାଏ । ଏହା ଉପରେ ନଜର ରଖି ଆପଣ ନିଜର ଗାଡ଼ିରେ ଖର୍ଚ୍ଚକୁ ପେଟ୍ରୋଲ-ଡିଜେଲରେ ଯିବାରେ ରକ୍ଷା କରି ପାରିବେ। 

ହିପରି ଆପଣଙ୍କୁ ଠକେଇ କରାଯାଇ ପାରେ – 

ପେଟ୍ରୋଲ ପମ୍ପରେ ଡେନସିଟ୍‌ ପାଇଁ ସ୍ଥିର କରାଯାଇ ଥିବା ମାନକରେ ହେରଫେର କରି ଫ୍ରଡ୍‌ କରାଯାଇ ପାରେ। ଡେନସିଟ୍‌କୁ ସ୍ପଷ୍ଟ ଶବ୍ଦରେ ବୁଝିବା ତ ଏହା ଘନତ୍ୱକୁ ଦର୍ଶାଇ ଥାଏ। କୌଣସି ପଦାର୍ଥର ଗାଢ଼ପଣକୁ ଆପଣ ଏହାର ଡେନସିଟ୍‌ କହି ପାରିବେ। ଯେବେ ନିଶ୍ଚିତ ମାତ୍ରାରେ ତତ୍ତ୍ୱକୁ ମିଶାଇ କୌଣସି ପ୍ରଡକ୍ଟ ପ୍ରସ୍ତୁତ ହୋଇଥାଏ ତ ଏହାର ଆଧାରରେ ଏହି ପଦାର୍ଥର କ୍ୱାଲିଟ୍‌ ସେଟ୍‌ କରିଦିଆ ଯାଏ , ଏଥିରେ କିଛି ମଧ୍ୟ ଉପର ନିଚ୍ଚ ହେଲେ ଆପଣ ବୁଝିପାରିବେ କି ଏଥିରେ ଅପମିଶ୍ରଣ ହୋଇଛି। ପେଟ୍ରୋଲର ଡେନସିଟ୍‌ ୭୩୦ରୁ ୮୦୦ କିଲୋଗ୍ରାମ୍‌ ପ୍ରତି କ୍ୟୁବିକ୍‌ ମିଟର ସ୍ଥିର କରାଯାଇଛି। ସେପଟେ ଯଦି କଥା ଡିଜେଲର କରିବା ତ ଏଥିପାଇଁ ଡେନସିଟ୍‌ ୮୩୦-୯୦୦ କିଲୋଗ୍ରାମ ପ୍ରତି କ୍ୟୁବିକ୍‌ ମିଟର ନିର୍ଦ୍ଧାରିତ। ଏଥିରେ କମ୍‌ ବା ଅଧିକ ହେବାରେ ନଜର ରଖନ୍ତୁ। 


ଜମ୍ପ ଟ୍ରିକ୍‌ରେ ମଧ୍ୟ ଗ୍ରାହକଙ୍କ ସହ ଧୋକା - 

ପେଟ୍ରୋଲ ପମ୍ପରେ କମ୍‌ ତେଲ ସହ ଜଡ଼ିତ ଅଭିଯୋଗ ତ ସାଧାରଣ ଭାବେ ଦେଖିବାକୁ ମିଳିଥାଏ। କିନ୍ତୁ ଏଠାରେ ହେଉଥିବା ପ୍ରକୃତ ଠକେଇ ଆଡ଼କୁ କାହାର ନଜର ପଡ଼ି ନଥାଏ , ଯାହା ସିଧା ଗ୍ରାହକଙ୍କ ପକେଇରୁ ଯାଇଥାଏ। ଡେନସିଟ୍‌ ମିଟର ବ୍ୟତୀତ ଆପଣ ଜମ୍ପ ଟ୍ରିକ୍‌ର ଶିକାର ମଧ୍ୟ ହୋଇ ପାରନ୍ତି। ଏଥିରେ ମଧ୍ୟ ଆପଣଙ୍କୁ ମିଟର ଦେଖାଇ ଲୁଟା ଯାଏ। ଯେବେ ଆପଣ ମିଟରରେ ଜିରୋ ଦେଖୁଛନ୍ତି ତ ଆପଣ ଦେଖି ଥିବେ ୦ରୁ ଷ୍ଟାର୍ଟ ମିଟର ଏକାଥରେ ୫-୬ ଟଙ୍କାରେ ପହଞ୍ଚି ଯାଏ , ମଝିର ୨-୩-୪ ନଜର ଆସି ନଥାଏ । ବାସ୍‌ ଏଥିରେ ହିଁ ହୋଇ ଯାଏ ଆପଣଙ୍କ ସହ ଠକେଇ ଖେଳ, କାରଣ ମିଟର ଜିରୋରୁ ଷ୍ଟାର୍ଟ ହେବା ପରେ ୧-୨-୩ ଟଙ୍କାର ଅନୁସାରେ ବଢ଼ିବା ଉଚିତ।

ଏହା ଉପରେ ବି ନଜର ରଖିବା ଉଚିତ-

ପେଟ୍ରୋଲ ପମ୍ପରେ ନୋଜଲ ଅଟୋ କଟ୍‌ ହେବା ପରିବର୍ତ୍ତେ ମାନୁଆଲ ହେବାରେ କର୍ମଚାରୀ ଏହାକୁ ମଝିରେ ରୋକି ପ୍ରେସରକୁ କମ୍‌ କରିପାରେ ଏବଂ ଏଥିରେ ପେଟ୍ରୋଲ ବା ଡିଜେଲର ମାତ୍ରାରେ ପ୍ରଭାବ ପଡ଼ିଥାଏ। ଯଦି ଆପଣଙ୍କ ସାମନାରେ ଏମିତି ମାମଲା ଆସୁଛି ତ, ଆପଣ ଏହାର ଅଭିଯୋଗ ଟୋଲ ଫ୍ରି ନମ୍ୱର ୧୮୦୦୨୩୩୩୫୫୫ରେ କରି ପାରିବେ। ଏହି ଅଭିଯୋଗ ଆଧାରରେ ଯାଞ୍ଚରେ ଗଡ଼ବଡ଼ ଜଣାପଡ଼ିଲେ ପମ୍ପର ଲାଇସେନ୍ସ ଯାଏ ବି ରଦ୍ଦ ହୋଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.