ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଦୃଢ଼ ଆତ୍ମବିଶ୍ୱାସ ସହ ବଢ଼ିବ ଓଡ଼ିଶା: କଗ୍ନିଜାଣ୍ଟ ଟେକ୍ନୋଲୋଜି ଭୁବନେଶ୍ୱର କେନ୍ଦ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨/୦୨: ଓଡ଼ିଶା ପ୍ରଗତି ଯାତ୍ରାର ସଫଳ କାହାଣୀ ଲେଖିଚାଲିଛି । ଉଲ୍ଲେଖନୀୟ ଅଭିବୃଦ୍ଧି ଓ ଦୃଢ଼ ଆତ୍ମବିଶ୍ୱାସ ସହ ରାଜ୍ୟ ଅଗ୍ରସର ହେଉଛି । ନୂଆ ଉଦ୍ୟୋଗ ସ୍ଥାପନ, ବୈଷୟିକ ଉଦ୍ଭାବନ ଏବଂ ନୂତନ ଯୁଗର ଚିନ୍ତାଧାରାକୁ ପ୍ରୋତ୍ସାହିତ କରାଯାଉଛି । ଦୃଢ଼ ଇକୋସିଷ୍ଟମ ଯୋଗାଣ ଉପରେ ରାଜ୍ୟ ସରକାର ସର୍ବଦା ଧ୍ୟାନ କେନ୍ଦ୍ରିତ କରିଛନ୍ତି । ଏହାଦ୍ୱାରା ରାଜ୍ୟର ବିକାଶ ଧାରା ଆହୁରି ତ୍ୱରାନ୍ୱିତ ହେବ । ଦୃଢ଼ ଆତ୍ମବିଶ୍ୱାସ  ସହ ଓଡ଼ିଶା ବଢ଼ିବ ବୋଲି ପ୍ରମୁଖ ଟେକ୍ନୋଲୋଜି ସେବା ଯୋଗାଣକାରୀ କମ୍ପାନି କଗ୍ନିଜାଣ୍ଟ ଟେକ୍ନୋଲୋଜିର ଭୁବନେଶ୍ୱର କେନ୍ଦ୍ରକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କଗ୍ନିଜାଣ୍ଟ ସିଇଓ ରବି କୁମାର ଏସ୍‌, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ଆଇଟି ଓ ଇଲେକଟ୍ରୋନିକ୍ସ ବିଭାଗ ସଚିବ ମନୋଜ ମିଶ୍ର, ବିଭାଗର ସ୍ୱତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡାଙ୍କ ସମେତ କମ୍ପାନିର ବରିଷ୍ଠ ନେତୃତ୍ୱ ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଚନା ପ୍ରଯୁକ୍ତି କ୍ଷେତ୍ରରେ କଗ୍ନିଜାଣ୍ଟ ର ଏକ ସ୍ୱତନ୍ତ୍ର ପରିଚୟ ରହି ଆସିଛି । ରାଜ୍ୟର କ୍ରମ ବର୍ଦ୍ଧମାନ ଅର୍ଥନୀତି ପ୍ରତି ନିଜର ପ୍ରତିବଦ୍ଧତା ଦେଖାଇ କମ୍ପାନି ଏଠାରେ ନିଜର ଉପସ୍ଥିତି ଜାହିର କରିଥିବାରୁ ଭୁବନେଶ୍ୱର ଦେଶର ଅନ୍ୟ ପ୍ରମୁଖ ସହରଗୁଡିକ ମଧ୍ୟରେ ଯୋଡି ହୋଇଛି । ଏହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ ଜାରି ରଖିବ ବୋଲି ଆଶା । କଗ୍ନିଜାଣ୍ଟ ଉପସ୍ଥିତି ଓଡ଼ିଶାର ଯୁବବର୍ଗଙ୍କ ପାଇଁ ନୂଆ ନିଯୁକ୍ତି ସୃଷ୍ଟିରେ ସହାୟକ ହେବ । କମ୍ପାନିର ସମ୍ପ୍ରସାରଣ ପାଇଁ ମଧ୍ୟ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

କଗ୍ନିଜାଣ୍ଟ ସିଇଓ ରବି କୁମାର ଏସ୍‌ କହିଛନ୍ତି, ଭୁବନେଶ୍ୱରରେ ଏହି ନୂଆ ବୈଷୟିକ କେନ୍ଦ୍ରକୁ ସମ୍ପୂର୍ଣ୍ଣ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଆମେ ଉତ୍ସାହିତ । ଏଭଳି କେନ୍ଦ୍ର ଦ୍ୱାରା ଟିୟର-୨ ସହରଗୁଡିକୁ ଆମେ ସମ୍ପ୍ରସାରଣ ଧାରା ଜାରି ରଖିଛି । ଓଡ଼ିଶା ପ୍ରଦାନ କରୁଥିବା ଆଇଟି ନୀତି, ବୈଷୟିକ ଶିକ୍ଷାନୁଷ୍ଠାନ, ସୁଦୃଢ଼ ଭିତ୍ତିଭୂମି ଏବଂ ରାଜ୍ୟ ସରକାରଙ୍କ ସହଯୋଗୀ ନୀତି ଆମକୁ ଆକର୍ଷିତ କରିଛି । 

ଆଇଟି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଆଇଟି ନିବେଶ ଓ ସମ୍ପ୍ରସାରଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ଏହା ରାଜ୍ୟର ବୈଷୟିକ ଅଭିବୃଦ୍ଧିରେ ସହାୟକ ହେବ । ଏହା ଦ୍ୱାରା ରାଜ୍ୟର ଯୁବବର୍ଗଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ। ଇଲେକଟ୍ରୋନିକ୍ସ ତଥା ଆଇଟି ବିଭାଗ ସଚିବ ଶ୍ରୀ ମିଶ୍ର କହିଛନ୍ତି, ଭୁବନେଶ୍ୱରରେ କଗ୍ନିଜାଣ୍ଟର ପ୍ରୟୋଗ କେନ୍ଦ୍ର ରାଜ୍ୟର ଆଇଟି ଇକୋସିଷ୍ଟମ ବିକାଶରେ ସହାୟକ ହେବ । ନୂଆ ରାଜ୍ୟର ଯୁବବର୍ଗଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ । ଉଲ୍ଲେଖଯୋଗ୍ୟ, କଗ୍ନିଜାଣ୍ଟର ଏହି ନୂତନ କେନ୍ଦ୍ରରେ ଅତ୍ୟାଧୁନିକ ଦକ୍ଷତା ସମ୍ପର୍ଣ୍ଣ ୮୦୦ରୁ ଉଦ୍ଧ୍ୱର୍ କର୍ମଚାରୀଙ୍କ କାର୍ଯ୍ୟ କରିବା ପାଇଁ ଯୋଜନା ରଖାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.