ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଙ୍ଗଳବାର ମିଶନ ଶକ୍ତି ମା’ଙ୍କୁ ୩ଟି ବଡ଼ ଉପହାର ଦେବେ ନବୀନ, ବିନା ସୁଧରେ ମିିଳିବ ୧୦ ଲକ୍ଷ ଯାଏ ଋଣ

ଭୁବନେଶ୍ୱର,୨୭/୦୨: ମିଶନ ଶକ୍ତି ମା’ମାନଙ୍କ ପାଇଁ ମଙ୍ଗଳବାର ୩ଟି ବଡ଼ ଉପହାର ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ମିଳିବ  ମା’ମାନଙ୍କୁ । ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ  ଭରିଥିବେ, ସେମାନଙ୍କ ସୁଧ ଟଙ୍କା ଫେରସ୍ତ ହେବ । ଏ ବାବଦରେ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ହେବ । ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ଏହାର ଶୁଭାରମ୍ଭ ହେବ ।  

ଖାଲି ସେତିକି ନୁହେଁ, ମିଶନ ଶକ୍ତି ମା’ମାନଙ୍କୁ  ୟୁନିଫର୍ମ ଓ ବ୍ଲେଜର ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହାର ଶୁଭାରମ୍ଭ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯିବ । ୟୁନିଫର୍ମ ପାଇଁ ମିଶନ ଶକ୍ତି ମହିଳା ସ୍ୱୟଂ  ସହାୟକ ଗୋଷ୍ଠୀର ପ୍ରତି ମହିଳା ସଦସ୍ୟଙ୍କୁ ୧ ହଜାର  ଟଙ୍କା ଲେଖାଏଁ ମିଳିବ । ରାଜ୍ୟର ୭୦ ଲକ୍ଷ ମହିଳା  ଏଥିରେ ଉପକୃତ ହେବେ । 

ସେହିପରି ଏସଏଚଜି  ମହାସଂଘର କାର୍ଯ୍ୟନିର୍ବାହୀ କମିଟି (ଗ୍ରାମାଞ୍ଚଳ) ଓ  ପରିଚାଳନା କମିଟି (ସହରାଞ୍ଚଳ) ସଦସ୍ୟଙ୍କୁ ବ୍ଲେଜର  ପାଇଁ ୨ ହଜାର ଟଙ୍କା ଲେଖାଏଁ ଦିଆଯିବ । ଏଭଳି  ଭାବେ ଦେଢ଼ ଲକ୍ଷ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟା  ଓ ପରିଚାଳନା କମିଟି ସଦସ୍ୟାଙ୍କୁ ମିଳିବ ୨ ହଜାର  ଟଙ୍କା ଲେଖାଏଁ । 

ମହିଳା ସଶକ୍ତିକରଣ ନେଇ ଏଭଳି  ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଏହାର ଶୁଭାରମ୍ଭ  ମଙ୍ଗଳବାର ୟୁନିଫର୍ମ ସହାୟତା ରାଶି ବାବଦରେ  ୨୦୨୩-୨୪ରେ ମିଶନ ଶକ୍ତି ବିଭାଗକୁ ରାଜ୍ୟ ସରକାର  ୭୩୦ କୋଟି ଟଙ୍କା ଦେବେ ।  ମିଶନ ଶକ୍ତି ବଜାରକୁ  ମଙ୍ଗଳବାର  ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ବଜାର ମିଶନ  ଶକ୍ତି ମା’ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ଓ ସମୃଦ୍ଧ  କରିବାରେ ସହାୟକ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.