ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଟ୍ରିକ ପରୀକ୍ଷା ଦେଇ ସାଜିଥିଲା ବର, ବାହା ବେଦିରୁ କନ୍ୟା ସହ ଉଠାଇ ଆଣିଲା ପୁଲିସ୍‌

ଦଶମନ୍ତପୁର,୨୯/୦୨: ମାଟ୍ରିକ୍‌ ପରୀକ୍ଷା ଦେଇ ଘରକୁ ଫେରିଥିଲେ ଛାତ୍ର । ସେତେବେଳକୁ ଘରେ ଚାଲିଥିଲା ଭୋଜିଭାତର ଆସର । ଛାତ୍ର ଜଣକୁ ବରସାଜି ବସିବାକୁ ପଡ଼ିଥିଲା ବାହା ବେଦିରେ । କିଛି ସମୟ ପରେ ପଡ଼ିଥାନ୍ତା ହାତଗଣ୍ଠି । ତା’ ପୂର୍ବରୁ ପ୍ରଶାସନ ଓ  ପୁଲିସ୍‌ ଗାଁରେ ପହଞ୍ଚି ରୋକିଲେ ଏହି ବାଲ୍ୟ ବିବାହ । ବେଦିରୁ ନାବାଳକ ବରକନ୍ୟାକୁ  ଉଠାଇ ଆଣିଥିଲେ ଥାନାକୁ । ବୁଧବାର ଏଭଳି  ଦୃଶ୍ୟ ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍‌ ଲୁଲା ପଞ୍ଚାୟତର ଶୁକ୍ରାପୁଟ  ଗାଁରେ । ଏ ସମ୍ପର୍କରେ ଥାନାରେ ଏକ ମାମଲା  ରୁଜୁ ହୋଇଛି। ତଦନ୍ତ ଚାଲୁ ରହିଥିବା  ଏଏସ୍‌ଆଇ ଲକ୍ଷ୍ମୀକାନ୍ତ ପଣ୍ଡା କହିଛନ୍ତି ।  

ପୁଲିସ୍‌ ସୂଚନା ଅନୁଯାୟୀ, ଛୋଟ ଥିବା ବେଳେ ନିଜ ପୁଅ-ଝିଅଙ୍କୁ ବିବାହ ଦେବାଲାଗି ଶୁକ୍ରାପୁଟ ଓ ନାରଗାଁର ଦୁଇ ବନ୍ଧୁ  ପରିବାର ପରସ୍ପରକୁ କଥା ଦେଇଥିଲେ । ସେହି ଅନୁସାରେ ଗାଁ ଦିଶାରୀ ବିବାହ ଲାଗି ଯୋଗ ସ୍ଥିର କରିଥିଲେ । ଭୋଜିଭାତର ଆୟୋଜନ କରାଯାଇଥିଲା । ଗାଁରେ ନାଚଗୀତର ଆସର  ଜମିଥିଲା । ବୁଧବାର ଅପରାହ୍ଣରେ ଥିଲା ବାହାଘର । ଶୁକ୍ରାପୁଟର ୧୫ ବର୍ଷର ନାବାଳକ ଛାତ୍ର ଜଣକ ମାଟ୍ରିକ୍‌ ପରୀକ୍ଷା ଦେଇ ମଧ୍ୟାହ୍ନରେ ଘରକୁ ଫେରିଥିଲେ । ବର ସାଜି ୧୪ ବର୍ଷୀୟା କନ୍ୟା ସହ ବେଦିରେ ବସିଥିଲେ । ଏ ସଂପର୍କରେ  କୌଣସି ସୂତ୍ରରୁ ଖବର ପାଇ ପୁଲିସ୍‌  ସହାୟତାରେ ଗାଁରେ ପହଞ୍ଚିଥିଲା ପ୍ରଶାସନ ।  ଅଙ୍ଗନବାଡ଼ି ସୁପରଭାଇଜର ଅଖବତୀ ମୁସ୍କା,  ଲୁଲା ପିଇଓ କେତନ ହଲବା, ଅଙ୍ଗନବାଡ଼ି  କର୍ମୀ ବାଡ଼ ମୁଦୁଲି, ଏଏସ୍‌ଆଇ ଶ୍ରୀ ପଣ୍ଡାଙ୍କ ସମେତ ଅନ୍ୟ ପୁଲିସ୍‌ କର୍ମଚାରୀ ବରକନ୍ୟାଙ୍କୁ ବେଦିରୁ ଉଠାଇ ଆଣିଥିଲେ ଥାନାକୁ । ପରେ ଉଭୟଙ୍କ ପରିବାରକୁ ଥାନାକୁ ଡକାଇଥିଲେ ।  ବାଲ୍ୟବିବାହ କରିବା ଆଇନତଃ ଅପରାଧ ବୋଲି  ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ବୁଝାଯାଇଥିଲା ।  ପୁଅଝିଅଙ୍କୁ ୧୮ ବର୍ଷ ହେବା ପରେ ବିବାହ  ଦେବାକୁ ଶପଥପାଠ କରାଇ ଲିଖିତ ରାଜିନାମା  ରଖିଥିଲେ । ଏହାପରେ ବରକନ୍ୟାଙ୍କୁଛଡ଼ାଯାଇଥିବା ଏଏସ୍‌ଆଇ ଶ୍ରୀ ପଣ୍ଡା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.