ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତର ପଡୋଶୀଙ୍କ ସହ ବନ୍ଧୁତା ବଢ଼ାଇବାକୁ ଡ୍ରାଗନ୍‌ର ଯୋଜନା, ବେଜିଂ ଗସ୍ତ ପାଇଁ ହାସିନାଙ୍କୁ ଚୀନ୍‌ର ନିମନ୍ତ୍ରଣ

ବେଜିଂ,୩୦/୦୧: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ  ହାସିନାଙ୍କୁ ଏକ ଅଫିସିଆଲ ଗସ୍ତ ପାଇଁ ବେଜିଂ ଆସିବାକୁ ଚୀନ୍‌ ନିମନ୍ତ୍ରଣ କରିଛି । ବାଂଲାଦେଶର ନୂଆ ସରକାର ସହ ଦ୍ୱିପାକ୍ଷିକ ସହଯୋଗ ପାଇଁ ଇଚ୍ଛୁକ ଥିବା ଚୀନ୍‌  କହିଛି । 

ବାଂଲାଦେଶରେ ଅବସ୍ଥାପିତ ଚୀନ୍‌ ରାଷ୍ଟ୍ରଦୂତ ୟୋଓ ୱେନ୍‌ଙ୍କୁ ଭେଟିବା ପରେ ବାଂଲାଦେଶ ବିଦେଶ ମନ୍ତ୍ରୀ ହାସନ ମେହମୁଦ ରବିବାର  କହିଛନ୍ତି ଯେ, ଗସ୍ତ ପାଇଁ ଉପଯୁକ୍ତ  ସମୟ ଧାର୍ଯ୍ୟ କରାଯିବ । ଉଭୟ  ପକ୍ଷରୁ ଗସ୍ତର ଦିନ ଠିକ୍‌ କରାଯିବା ଲାଗି ଆଲୋଚନା ହେଉଛି । ହାସିନା  ୨୦୧୯ ଜୁଲାଇ ୧ରୁ ୬ ପର୍ଯ୍ୟନ୍ତ ଔପଚାରିକ ଭାବେ ଚୀନ୍‌ ଗସ୍ତ କରିଥିଲେ । 

ଏହି ଗସ୍ତବେଳେ ହାସିନା  ଚୀନ୍‌ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କୁ  ଭେଟିଥିଲେ । ଏଥିସହ ହାସିନା  ପ୍ରଧାନମନ୍ତ୍ରୀ ଭାବେ ପୁନଃନିର୍ବାଚିତ  ହେବା ପରେ ଜିନ୍‌ପିଙ୍ଗ୍‌ ତାଙ୍କୁ ଶୁଭେଚ୍ଛା  ମଧ୍ୟ ଜଣାଇଥିଲେ । କୌଣସି  କାରଣରୁ ବି ଭାରତ ସହ ସମ୍ପର୍କ ଖରାପ ହୋଇପାରିବ ନାହିଁ ବୋଲି  ବାଂଲାଦେଶ ସଡ଼କ ପରିବହନ  ମନ୍ତ୍ରୀ ଓବାଇଦୁଲ୍‌ କ୍ୱାଦର ନିକଟରେ କହିଥିଲେ । ଏହା ପରେ ଚୀନ୍‌  ହାସିନାଙ୍କୁ ଏପରି ନିମନ୍ତ୍ରଣ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.