ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ତାଇୱାନକୁ ନେଇ ଚୀନର ନୂଆ ଚାଲ୍, ରାଷ୍ଟ୍ରପତି ନିର୍ବାଚନ ପ୍ରଭାବିତ ହେବା ଆଶଙ୍କା

ନୂଆଦିଲ୍ଲୀ, ୧୪/୦୯: ପୁଣି ଥରେ ଚୀନ ଓ ତାଇୱାନ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି । ମଙ୍ଗଳବାର ଚୀନ ଫୁଜିଆନ୍ ଓ ତାଇୱାନ ମଧ୍ୟରେ ଏକକୀକରଣ ଯୋଜନାକୁ ସାର୍ବଜନୀନ କରିଥିଲା । ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, ଏହି ଯୋଜନାରେ ସୈନ୍ୟ ଶକ୍ତିର ପ୍ରଦର୍ଶନ ଓ ଯୁଦ୍ଧପୋତ ମୁତୟନ ସହ ତାଇୱାନର ସହଯୋଗ ଲାଭଦାୟକ ହେବ ବୋଲି ଚୀନ ସରକାର କହିଛନ୍ତି ।

ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଚୀନ ଏକକୀକରଣ ବ୍ଲୁପ୍ରିଣ୍ଟ ଆଣିଛି । କୁହାଯାଉଛି ଚୀନର ଏକକୀକରଣର ଉଦ୍ଦେଶ୍ୟ ହେଉଛି ତାଇୱାନ ନିର୍ବାଚନକୁ ପ୍ରଭାବିତ କରିବା । ୨୦୨୪ ଜାନୁଆରୀରେ ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ହେବ । ବର୍ଷ ବର୍ଷ ଧରି ତାଇୱାନକୁ ଚୀନ୍ ନିଜର ବୋଲି ଦାବି କରିବା ସହ ସୈନ୍ୟ ଚାପ ପକାଉଛି । ଯେତେବେଳେ କି ତାଇୱାନ ନିଜକୁ ସ୍ୱାଧୀନ ଦେଶ କହୁଛି ।

ଦେଶର ୧୦ ରାଜ୍ୟରେ ‘ନିପା’ ସଂକ୍ରମଣ, ଗ୍ରାଉଣ୍ଡ ଉପରେ ନଜର ରଖିବାକୁ ରାଜ୍ୟକୁ ବୈଜ୍ଞାନିକଙ୍କ ପରାମର୍ଶ

ତାଇୱାନ୍ ଅଧିକାରୀଙ୍କ ଅନୁସାରେ, ଚୀନ୍ ଏକକୀକରଣ ଯୋଜନା ଜାରି କରିବା ପୂର୍ବରୁ ତାଇୱାନ୍ ଜଳସୀମା ନିକଟରେ ୨୪ରୁ ଅଧିକ ଯୁଦ୍ଧପୋତ ମୁତୟନ କରିଥିଲା । ଚୀନ୍ ଦୀର୍ଘ ସମୟରୁ ତାଇୱାନକୁ ଘେରିବାକୁ ପ୍ରୟାସ କରୁଛି । ଗତବର୍ଷ ଦୁଇ ଦେଶ ମଧ୍ୟରେ ଏହାକୁ ନେଇ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଥିଲା । ସେତେବେଳେ ଚୀନ୍, ତାଇୱାନ୍ ଉପରେ ଅନେକ ମିସାଇଲ୍ ମାଡ଼ କରିଥିଲା ।

ଏବେ ଚୀନ୍ ଦେଇଥିବା ପ୍ରସ୍ତାବକୁ ତାଇୱାନ୍ ଅଗ୍ରାହ୍ୟ କରି ଦେଇଛି । ବୁଧବାର ତାଇୱାନର କ୍ଷମତାସୀନ ଡେମୋକ୍ରାଟିକ୍ ପ୍ରୋଗ୍ରୋସିଭ୍ ପାର୍ଟିର ସାଂସଦ ଟିଙ୍ଗ ୟୁ କହିଥିଲେ, ଚୀନର ଏକକୀକରଣ ଯୋଜନା ହାସ୍ୟାସ୍ପଦ ଅଟେ । ଚୀନର ଏହି ଅକକୀକରଣ ଯୋଜନାକୁ ତାଇୱାନର ଅନ୍ୟ ନେତା ମଧ୍ୟ ସମାଲୋଚନା କରିଛନ୍ତି । 

ନଡ଼ାରୁ ପ୍ରସ୍ତୁତ ଜୈବ ଇନ୍ଧନରେ ଉଡ଼ିବ ଉଡ଼ାଜାହାଜ, ଯୁଦ୍ଧବିମାନ ଓ ହେଲିକପ୍ଟର: ନୀତିନ ଗଡ଼କରୀ

ଚୀନର ଏକକୀକରଣ ଯୋଜନା କଣ ?

ଫୁଜିଆନକୁ ତାଇୱାନ ସହ ମିଶାଇ ବିକାଶ କରିବା ।

ଫୁଜିଆନରେ ତାଇୱାନବାସୀ ପ୍ରଥମ ଘର ତିଆରି କଲେ ରିହାତି ।

ଫୁଜିଆନ ଲୋକଙ୍କୁ ଓ କମ୍ପାନୀଙ୍କୁ ଚୀନରେ ନିବେଶ ଏବଂ ବ୍ୟବସାୟ ଲାଗି ପ୍ରୋତ୍ସାହିତ କରିବା ।

ଫୁଜିଆନର ବିକାଶ ଓ ଭିତ୍ତିଭୂମି ସୁଦୃଢ଼ କରିବାକୁ ଗୁରୁତ୍ୱ ।

China
Taiwan

Copyright © 2022 - Summa Real Media Private Limited. All Rights Reserved.